ନୂଆଦିଲ୍ଲୀ: ଏସପିଜି ଏବଂ ଦାଦ୍ରା ନଗର ହାବେଳୀ ଓ ଡାମନ-ଡିଉ ମିଶ୍ରଣ ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏହା ଆଇନରେ ପରିଣତ ହୋଇଛି । ପୂର୍ବରୁ ଲୋକସଭା ଓ ରାଜ୍ୟସଭାରେ ଏହି ଦୁଇ ବିଲ ପାରିତ ହୋଇଥିଲା ।
ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା । ଯାହାକୁ ସୋମବାର ରାଷ୍ଟ୍ରପତି ଅନୁମୋଦନ ଦେଇଛନ୍ତି ।