ETV Bharat / bharat

କେନ୍ଦ୍ରମନ୍ତ୍ରୀଙ୍କୁ ମୋଦିଙ୍କ ନିର୍ଦ୍ଦେଶ; ଆର୍ଥିକ ସଙ୍କଟ ଏଡାଇବାକୁ ଯୋଜନା ପ୍ରସ୍ତୁତ କର

author img

By

Published : Apr 6, 2020, 7:04 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କେନ୍ଦ୍ରମନ୍ତ୍ରୀମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କୋରୋନା (COVID-19)ର ଆର୍ଥିକ ପ୍ରଭାବକୁ ପ୍ରତିହତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ କହିଛନ୍ତି । ସେହିପରି 21 ଦିନିଆ ଲକ ଡାଉନ ଶେଷ ହେବା ପରେ ପ୍ରତ୍ୟେକ ମନ୍ତ୍ରଣାଳୟକୁ 10ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଓ 10ଟି ପ୍ରାଥମିକ କ୍ଷେତ୍ର ଚିହ୍ନଟ କରିବାକୁ ମୋଦି ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

Prepare plans for containing economic impact of COVID-19 on war footing: PM to ministers
ଆର୍ଥିକ ସଂକଟ ରୋକିବାକୁ ତୁରନ୍ତ ଯୋଜନା ପ୍ରସ୍ତୁତ କର, କେନ୍ଦ୍ରମନ୍ତ୍ରୀଙ୍କୁ ମୋଦିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କେନ୍ଦ୍ରମନ୍ତ୍ରୀମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କୋରୋନା (COVID-19)ର ଆର୍ଥିକ ପ୍ରଭାବକୁ ପ୍ରତିହତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ କହିଛନ୍ତି । ସେହିପରି 21 ଦିନିଆ ଲକ ଡାଉନ ଶେଷ ହେବା ପରେ ପ୍ରତ୍ୟେକ ମନ୍ତ୍ରଣାଳୟକୁ 10ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଓ 10ଟି ପ୍ରାଥମିକ କ୍ଷେତ୍ର ଚିହ୍ନଟ କରିବାକୁ ମୋଦି ନିର୍ଦ୍ଦେଶ ଦେଇଛନ୍ତି । ନିଜେ ପଦକ୍ଷେପ ଗ୍ରହଣ କରିବା ସହ ଅନ୍ୟ ଦେଶ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ଏଥିରେ ପରାମର୍ଶ ଦେଇଛନ୍ତି ।

ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ହୋଇଥିବା ମନ୍ତ୍ରୀ ପରିଷଦ ବୈଠକରେ ମୋଦି କହିଛନ୍ତି, ‘ମନ୍ତ୍ରଣାଳୟ ଏକ ବ୍ୟବସାୟିକ ନିରନ୍ତର ଯୋଜନା ପ୍ରସ୍ତୁତ କରି ଯୁଦ୍ଧକାଳୀନ ଭିତ୍ତିରେ କୋରୋନା ପାଇଁ ହେବାକୁ ଥିବା ଆର୍ଥିକ ସଂକଟକୁ ମୁକାବିଲା କରିବା ଉଚିତ । ଏହି ସଂକଟରେ ମଧ୍ୟ ‘ମେକ ଇନ ଇଣ୍ଡିଆ’କୁ ମଧ୍ୟ ଆଗକୁ ନେବାପାଇଁ ସୁଯୋଗ ସୃଷ୍ଟି କରିବାକୁ ହେବ ।’

ଯୁଦ୍ଧ କାଳୀନ ଭିତ୍ତିରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରି COVID-19ର ଆର୍ଥିକ ପ୍ରଭାବକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେବା ଉଚିତ । ଏହି ସଙ୍କଟ ମଧ୍ୟ ମେକ ଇନ୍ ଇଣ୍ଡିଆକୁ ବୃଦ୍ଧି କରିବ ଏବଂ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଏକ ସୁଯୋଗ ଅଟେ ବୋଲି ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି । ସେହିପରି କୃଷକ ଓ ଫସଲ ଅମଳ ସଂପର୍କରେ ଧ୍ୟାନ ରଖିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । କୃଷକମାନଙ୍କୁ ମଣ୍ଡି ସହିତ ଯୋଡିବା ପାଇଁ ଆପ ଆଧାରିତ କ୍ୟାବ ସେବା ଭଳି 'ଟ୍ରକ୍ ଏଗ୍ରିଗେଟର୍ସ' ବିକଳ୍ପ ବ୍ୟବହାର କରିବାକୁ ମନ୍ତ୍ରୀମାନଙ୍କୁ କହିଛନ୍ତି । ପ୍ରଧାନମନ୍ତ୍ରୀ ପୁଣିଥରେ ଲକଡାଉନ ପଦକ୍ଷେପ ଏବଂ ସାମାଜିକ ଦୂରତା ନିୟମ ପାଳନ କରିବା ଦିଗରେ ଜୋର ଦେଇଛନ୍ତି ।

ମୋଦି କହିଛନ୍ତି, ମନ୍ତ୍ରୀମାନେ ରାଜ୍ୟ ତଥା ଜିଲ୍ଲା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିବା ଉଚିତ । ଜରୁରୀ ସମସ୍ୟାର ସମାଧାନ ପ୍ରଦାନ କରିବା ସହ କୋରୋନା ଭାଇରସ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ କ୍ଷୁଦ୍ର ଯୋଜନା ପ୍ରସ୍ତୁତ କରିବା ଉଚିତ । ଏହା ଦ୍ବାରା ଲୋକଙ୍କ ଦୁର୍ଦ୍ଦଶା କମିପାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଏହା ସହ ମହାମାରୀକୁ ମୁକାବିଲା କରିବାରେ ଆହ୍ବାନ ଗୁଡିକ ପାଇଁ ବିଭିନ୍ନ ପଦକ୍ଷେପ ସଂପର୍କରେ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ମତାମତ ପ୍ରଦାନ କରିଥିଲେ ।

ଦେଶରେ କୋରୋନା ପଜିଟିଭଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ମୋଟ କୋରୋନା ପଜିଟିଭ ସଂଖ୍ୟା 4067କୁ ବୃଦ୍ଧି ପାଇଛି । ଦେଶରେ 3666 ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ 292ଜଣ ସୁସ୍ଥ ହୋଇଛନ୍ତି । ସେହିପରି 109 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.