ETV Bharat / bharat

ଆସୁଛନ୍ତି ମା', ଦନ୍ତେଶ୍ବରୀ ମନ୍ଦିରରେ ନବରାତ୍ରୀ ପୂଜା ପ୍ରସ୍ତୁତି - ଦୁର୍ଗା ପୂଜା

ଶାରଦୀୟ ପର୍ବ ଦଶହରା ପାଇଁ ଉତ୍ସବ ମୁଖର ପୁରପଲ୍ଲୀ । ମନ୍ଦିର କି ପେଣ୍ଡାଲ ଚାରିଆଡେ ଚାଲିଛି ମା'ଙ୍କ ଆଗମନ ପ୍ରସ୍ତୁତି । ତେବେ ଛତିଶଗଡର ଦାନ୍ତେଓ୍ବାଡାରେ ଚାଲିଛି ମା'ଙ୍କ ଆଗମନର ଯୋରଦାର ପ୍ରସ୍ତୁତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Sep 28, 2019, 8:39 PM IST

ରାୟପୁର: ଆଉ କିଛି ଦିନ ପରେ ଧରାପୃଷ୍ଠରେ ଅବତରଣ କରିବେ ଜଗତ ଜନନୀ ମା' ଦୁର୍ଗା । ସେନେଇ ଧରଣୀ ମାଆ ତାର ଧରାପୃଷ୍ଠକୁ ସୁସଜ୍ଜିତ କରୁଥିବାବେଳେ ମନ୍ଦିର ଓ ପୂଜା ପେଣ୍ଡାଲ ଗୁଡିକ ମଧ୍ୟ ପୂଜା ପାଇଁ ପ୍ରସ୍ତୁତ ହେବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଆସନ୍ତା 29 ତାରିଖରୁ ଆରମ୍ଭ ହେବ ନବରାତ୍ରୀ ଉତ୍ସବ । 9 ଦିନ ଧରି ଚାଲିବାକୁ ଥିବା ନବରାତ୍ରୀ ପାଇଁ ଚଳଚଞ୍ଚଳ ସମଗ୍ର ଦେଶ । ସେଥିମଧ୍ୟରୁ ଛତିଶଗଡର ଦାନ୍ତେଓ୍ବାଡାରେ ଚାଲିଛି ମା'ଙ୍କ ଆଗମନର ଯୋରଦାର ପ୍ରସ୍ତୁତି । ଗୋଟେପଟେ ମୂର୍ତ୍ତିକାରମାନେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ରୂପଦେଉଥିବାବେଳେ ଅନ୍ୟପଟେ ମନ୍ଦିରର ଗୁଡିକର ପେଣ୍ଡାଲକୁ ମଧ୍ୟ ସଜାଯାଉଛି । ଏହାସହିତ ଜ୍ୟୋତି କଳସ ସ୍ଥାପନା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଦାନ୍ତେଓ୍ବାଡାରେ ଥିବା ମା' ଦନ୍ତେଶ୍ବରୀଙ୍କ ଏକାଦଶ ଶତାବ୍ଦୀ ପୁରୁଣା ମନ୍ଦିରରେ ନବରାତ୍ରୀ ପୂଜା ନେଇ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜ୍ୟୋତି କଳସ ଠାରୁ ଆରମ୍ଭ କରି ପୂଜା ପାଇଁ ବ୍ୟବହୃତ ସମସ୍ତ ଆବଶ୍ୟକତାକୁ ମନ୍ଦିର ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଉଛି । ଅନ୍ୟପଟେ ନଗର ପ୍ରଶାସନ ପକ୍ଷରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି କିପରି ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରିବେ ସେନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଦନ୍ତେଶ୍ବରୀ ମନ୍ଦିରରେ ନବରାତ୍ରୀ ଉପଲକ୍ଷେ ଚଳିତବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଉଛି । ଏଥିରେ ଆଞ୍ଚଳିକ କଳାକାର ମାନଙ୍କ ଦ୍ବାରା ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶନ କରାଯିବ । ଦନ୍ତୋଶ୍ବରୀ ମନ୍ଦିର 52 ଶକ୍ତିପୀଠ ମଧ୍ୟରୁ ଗୋଟିଏ । ମନ୍ଦିରର ମୁଖ୍ୟ ପୂଜକ ହରିହରନାଥଙ୍କ କହିବାନୂଯାୟୀ, ଏହି ମନ୍ଦିରର ଅନେକ ମହାନତା ରହିଛି । କୁହାଯାଏଯେ, ଏଠାକୁ ଆସି ଭକ୍ତ ଯାହା ମାଗିଥାଏ ମା' ଦନ୍ତେଶ୍ବରୀ ତାର ସମସ୍ତ ମନୋକାମନା ପୂରଣ କରିଥାନ୍ତି ।

Intro:Body:

f

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.