ETV Bharat / bharat

ଆସନ୍ନ ପ୍ରସବାଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ କୋରୋନା ପରୀକ୍ଷା: ଦିଲ୍ଲୀ ସରକାର - ଆସନ୍ନ ପ୍ରସବାଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ କୋରୋନା ପରୀକ୍ଷା

ଦିଲ୍ଲୀ ସରକାର କହିଛନ୍ତି ଯେ ପ୍ରତ୍ୟେକ ଗର୍ଭବତୀ ମହିଳା ପ୍ରସବ ପାଇଁ ଡାକ୍ତରଖାନାକୁ ଯିବାବେଳେ କୋରୋନା ଯାଞ୍ଚ କରିବା ଜରୁରୀ ନୁହେଁ। ଏହି ସୂଚନା ଦିଲ୍ଲୀ ସରକାର ଆଜି(ବୁଧବାର) ଦିଲ୍ଲୀ ହାଇକୋର୍ଟକୁ ଦେଇଛନ୍ତି।

 ଦିଲ୍ଲୀ ସରକାର
ଦିଲ୍ଲୀ ସରକାର
author img

By

Published : Jul 15, 2020, 12:52 PM IST

ନୂଆଦିଲ୍ଲୀ: ଦିଲ୍ଲୀ ସରକାର କହିଛନ୍ତି ଯେ ପ୍ରତ୍ୟେକ ଗର୍ଭବତୀ ମହିଳା ପ୍ରସବ ପାଇଁ ଡାକ୍ତରଖାନାକୁ ଯିବାବେଳେ କୋରୋନା ଯାଞ୍ଚ କରିବା ଜରୁରୀ ନୁହେଁ। ଏହି ସୂଚନା ଦିଲ୍ଲୀ ସରକାର ଆଜି(ବୁଧବାର) ଦିଲ୍ଲୀ ହାଇକୋର୍ଟକୁ ଦେଇଛନ୍ତି। ଗତ ଶୁଣାଣି ସମୟରେ ଗର୍ଭବତୀ ମହିଳାମାନେ ପ୍ରସବ ପାଇଁ ଡାକ୍ତରଖାନା ଯିବାବେଳେ କୋରୋନା ପରୀକ୍ଷା କରିବା ଆବଶ୍ୟକ କି ନୁହେଁ ତାହାର ସ୍ପଷ୍ଟ ଉତ୍ତର ଦେବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଗତ ଜୁଲାଇ 9 ରେ ହୋଇଥିବା ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ କୁହାଯାଇଥିଲା ଯେ ଦିଲ୍ଲୀ ସରକାର ଦେଇଥିବା ଆଫିଡେଭିଟରେ ଗର୍ଭବତୀ ମହିଳାଙ୍କ ପାଇଁ ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା କରାଯିବା ଉଲ୍ଲେଖ ରହିଛି କିନ୍ତୁ ବିଜ୍ଞପ୍ତିରେ ଏନେଇ କୌଣସି ସୂଚନା ନାହିଁ । ଏହା ଉପରେ ଦିଲ୍ଲୀ ସରକାର 48 ଘଣ୍ଟା ସମୟ ମାଗିଥିଲେ । ଏହା ପରେ କୋର୍ଟ ପ୍ରଶ୍ନ କରିଛନ୍ତି ଯେ ଏଥିରେ ପରୀକ୍ଷା କରିବା ଓ ଫଳାଫଳ ଦେବା ନେଇ ସମୟ ରହିଛି କି ? ଅଦାଲତ କହିଛନ୍ତି ଯେ ଆମେ ଲକ୍ଷଣ ଥିବା ରୋଗୀଙ୍କ ବିଷୟରେ କହୁ ନାହୁଁ ବରଂ ଆମେ ଚାହୁଁ ଯେ ସମସ୍ତ ଗର୍ଭବତୀ ମହିଳାଙ୍କ ଚିକିତ୍ସା ହେଉ।

କୋର୍ଟ କହିଛନ୍ତି ଯେ ଯେଉଁ ମହିଳାଙ୍କର ପ୍ରସବ ସମୟ ଥିବ ସେ 5-6 ଦିନ ପର୍ଯ୍ୟନ୍ତ ପରୀକ୍ଷା ଫଳାଫଳକୁ ଅପେକ୍ଷା କରିପାରିବେ ନାହିଁ। ଏହା ଉପରେ ଦିଲ୍ଲୀ ସରକାର କହିଛନ୍ତି ଯେ 1 ଘଣ୍ଟା ମଧ୍ୟରେ ରାପିଡ୍ ଆଣ୍ଟିଜେନ ପରୀକ୍ଷା ଫଳାଫଳ ଦିଆଯିବ । ଗତ ଜୁଲାଇ 1 ରେ ଦିଲ୍ଲୀ ସରକାର କହିଥିଲେ ଯେ ଗର୍ଭବତୀ ମହିଳାମାନଙ୍କୁ ପ୍ରସବ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପୂର୍ବରୁ କୋରୋନା ପରୀକ୍ଷା କରିବା ଜରୁରୀ ନୁହେଁ। ଦିଲ୍ଲୀ ସରକାର ହାଇକୋର୍ଟରେ କହିଛନ୍ତି ଯେ କୋରୋନା ପରୀକ୍ଷା ପାଇଁ ଗର୍ଭବତୀ ମହିଳାଙ୍କ ଅସ୍ତ୍ରୋପଚାର କିମ୍ବା ପ୍ରସବ ବନ୍ଦ କରାଯିବ ନାହିଁ।

ଶୁଣାଣି ସମୟରେ ଦିଲ୍ଲୀ ସରକାର କହିଥିଲେ ଯେ ଯଦି ଗର୍ଭବତୀ ମହିଳାଙ୍କ କୋରୋନା ପରୀକ୍ଷା ପଜିଟିଭ୍ ହୁଏ ତେବେ ଏହାର ଏକକାଳୀନ ଚିକିତ୍ସା କରାଯିବ। ଦିଲ୍ଲୀ ସରକାର ଏ ସମ୍ପର୍କରେ ସବିଶେଷ ତଥ୍ୟ ଦାଖଲ କରିବାକୁ ସମୟ ମାଗିଥିଲେ। ଶୁଣାଣି ସମୟରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ପକ୍ଷରୁ ଓକିଲ ବିବେକ ଗୋଏଲ କହିଛନ୍ତି ଯେ ଗର୍ଭବତୀ ମହିଳାମାନଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । କୋରୋନା ପରୀକ୍ଷା ପାଇଁ କୌଣସି ପ୍ରସବ କିମ୍ବା ଅସ୍ତ୍ରୋପଚାର ବନ୍ଦ କରାଯିବନାହିଁ। କେଉଁ ରୋଗୀର ପରୀକ୍ଷାକୁ ପ୍ରାଥମିକତା ଦେବେ ତାହା ଆଇସିଏମଆର ସ୍ଥିର କରେ ନାହିଁ ବୋଲି ସେ କହିଥିଲେ।

ଓକିଲ ନିଖିଲ ସିଂଭିଙ୍କ ଦ୍ବାରା ଏହି ପିଟିସନ ଦାଖଲ କରାଯାଇଛି। ଗର୍ଭବତୀ ମହିଳାଙ୍କ ଅନୁସନ୍ଧାନର ଫଳାଫଳକୁ ପ୍ରାଥମିକତା ଦେବା ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯିବା ଉଚିତ ବୋଲି ଆବେଦନରେ କୁହାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.