ବେଙ୍ଗାଲୁରୁ: ଚାଇନିଜ ଟେକ୍ନୋଲୋଜି ବ୍ରାଣ୍ଡ ୱାନପ୍ଲସ ଖୁବଶୀଘ୍ର ଏହାର ନୂଆ ୱାନପ୍ଲସ ଟିଭିର ବିକ୍ରି ପ୍ରକ୍ରିୟା ଭାରତରେ ଆରମ୍ଭ କରିବ । ଏନେଇ ଅଗ୍ରୀମ ବୁକିଂ ସୁବିଧା ମଧ୍ୟ ଉପଲବ୍ଧ କରାଇବାର ସୂଚନା ରହିଛି । ତେବେ ଏହି ସୁବିଧା କେବଳ ଆମାଜନ.ଇନରେ ଉପଲବ୍ଧ ହେବ ବୋଲି କମ୍ପାନୀ ସ୍ପଷ୍ଟ କରିଛି ।
- ୱାନପ୍ଲସ ନିଜ ସ୍ମାର୍ଟଟିଭି ରେଞ୍ଜ ଭାରତରେ ପ୍ରସାରିତ କରିବାକୁ ଯାଉଛି । ଏହି ରେଞ୍ଜରେ ଦୁଇଟି ଟେଲିଭିଜନ ସେଟ୍ ରହିବ । ତେବେ ଏହାର ଅଗ୍ରୀମ ବୁକିଂ ପ୍ରକ୍ରିୟା ଆମାଜନରେ ଜୁଲାଇ 2ରୁ ଆରମ୍ଭ ହେବ ।
- ଏହି ନୂଆ ସ୍ମାର୍ଟଟିଭି ପାଇଁ ଆଗୁଆ ବୁକିଂ କରିବାକୁ ହେଲେ ଜଣେ ଗ୍ରାହକଙ୍କୁ ଦୁଇ ବର୍ଷର ବର୍ଦ୍ଧିତ ୱାରେଣ୍ଟି କିଣିବାକୁ ହେବ । ଯାହାର ମୂଲ୍ୟ 3000 ହୋଇଥିବା ବେଳେ ଆମାଜନରେ ଏହାର ମୂଲ୍ୟ ମାତ୍ର 1000 ଟଙ୍କା ରହିବ । ତେବେ ଏହି ଅଫର ଜୁନ 23ରୁ ଜୁଲାଇ 2 ପର୍ଯ୍ୟନ୍ତ ଲାଗୁ ରହିବ ।
ବୁକିଂ ଶେଷ ହେବା ପରେ ଏକ କନଫର୍ମେସନ ମେଲ ଗ୍ରାହକଙ୍କୁ ମିଳିବ । ତେବେ ୱାନପ୍ଲସର ଯେକୌଣସି 2020 ମଡେଲକୁ ଅଗଷ୍ଟ 5 ପୂ୍ର୍ବରୁ ଆମାଜନରେ କିଣାଯାଇପାରିବା ନେଇ କମ୍ପାନୀ ସ୍ପଷ୍ଟ କରିଛି ।
- ୱାନପ୍ଲସ ଟିଭି କିଣିସାରିବା ପରେ ଯେଉଁ ଗ୍ରାହକମାନେ ଦୁଇ ବର୍ଷର ବର୍ଦ୍ଧିତ ୱାରେଣ୍ଟି ପାଇଁ ଇଚ୍ଛାପ୍ରକାଶ କରିଥିବେ ସେମାନଙ୍କୁ ଆମାଜନ ପେ ବାଲାନ୍ସର 1000 ଟଙ୍କାର ବିଲ୍ ମିଳିବ ।
- ଏହି ଅଫର ୱାନପ୍ଲସର ଲଞ୍ଚ ହୋଇଥିବା ନୂଆ ରେଞ୍ଜର ଟିଭି ଉପରେ ଲାଗୁ ହେବ । ତେବେ ଦିଆଯାଇଥିବା ସମୟ ସୀମା ମଧ୍ୟରେ ୱାରେଣ୍ଟି କ୍ରୟ କରିବାରେ ହିଁ ଗ୍ରାହକଙ୍କୁ ଏହି ଅଫର ହସ୍ତଗତ ହେବ ।
- ଏହି ନୂଆ ୱାନପ୍ଲସ ସ୍ମାର୍ଟଟିଭିରେ ବେଜେଲ ବିହୀନ ଡିସପ୍ଲେ ସହ ସିନେମାଟିକ ଡିସପ୍ଲେ ମଧ୍ୟ ରହିବ । ଏଥିରେ 93 ପ୍ରତିଶତ ‘DCI-P3’ କଲର ଗାମୁଟ ଓ ଡଲବି ଭିଡିନ ସପୋର୍ଟ ମିଳିବ ।
ପ୍ରକାଶ କି, 2019 ମସିହାରେ ଏହି ବ୍ରାଣ୍ଟ ସ୍ମାର୍ଟଟିଭି ବଜାରରେ ପ୍ରବେଶ କରିଥିଲା । 69,000ରୁ ଆରମଭ ହେଉଥିବା Q1 ସିରିଜ ସହ ଏହା ଏଣ୍ଟ୍ରି ନେଇଥିବା ସୂଚନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ