ETV Bharat / bharat

ପ୍ରଶାନ୍ତ ଭୂଷଣ ମାମଲା: ପୁନଃର୍ବିଚାର ପାଇଁ ମୁଖ୍ୟ ବିଚାରପତିଙ୍କୁ ଆଇନ ଛାତ୍ରଙ୍କ ଚିଠି

author img

By

Published : Aug 30, 2020, 9:51 PM IST

ଆଇନ ଛାତ୍ରମାନେ ଭାରତର ପ୍ରଧାନ ବିଚାରପତି ଏଏସ ବୋବଡେ ଏବଂ ଜଷ୍ଟିସ ଅରୁଣ ମିଶ୍ରଙ୍କୁ ପ୍ରଶାନ୍ତ ଭୂଷଣଙ୍କ ମାମଲାର ପୁନର୍ବିଚାର କରିବାକୁ ଚିଠି ଲେଖିଛନ୍ତି। ଅଧିକ ପଢନ୍ତୁ...

ପ୍ରଶାନ୍ତ ଭୂଷଣ ମାମଲା: ପୁନର୍ବିଚାର ପାଇଁ ପ୍ରଧାନ ବିଚାରପତିଙ୍କୁ ଆଇନ ଛାତ୍ରଙ୍କ ଚିଠି

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ସୁପ୍ରିମକୋର୍ଟ ଦଣ୍ଡ ଶୁଣାଇବାର ଗୋଟିଏ ଦିନ ପୂର୍ବରୁ ଆଇନ ଛାତ୍ରମାନେ ଭାରତର ପ୍ରଧାନ ବିଚାରପତି ଏଏସ ବୋବଡେ ଏବଂ ଜଷ୍ଟିସ ଅରୁଣ ମିଶ୍ରଙ୍କୁ ଏହି ମାମଲାର ପୁନର୍ବିଚାର କରିବାକୁ ଚିଠି ଲେଖିଛନ୍ତି।

ଛାତ୍ରମାନେ ଲେଖିଛନ୍ତି ଯେ ପ୍ରଶାନ୍ତ ଏହି ମାମଲାରେ ଅନେକ ସମାଲୋଚନାର ସାମ୍ନା କରିସାରିଛନ୍ତି । ଆହୁରି ମଧ୍ୟ ଛାତ୍ରମାନେ ଯୁକ୍ତି ଦର୍ଶାଇଛନ୍ତି ଯେ ଜନସାଧାରଣଙ୍କ ଆତ୍ମବିଶ୍ବାସର ପୁନଃ ସ୍ଥାପନ ଦ୍ବାରା ନ୍ୟାୟପାଳିକା ସମାଲୋଚନାର ଉତ୍ତର ଦେବା ଉଚିତ ।

ପ୍ରଶାନ୍ତ କରିଥିବା 2ଟି ଟ୍ବିଟ କୋର୍ଟର ଗରିମାକୁ ଆଘାତ ପହଞ୍ଚାଏ ନାହିଁ କାରଣ ଏହା ନ୍ୟାୟ ପ୍ରତି ବିଚାରପତିଙ୍କ ଆଭିମୁଖ୍ୟ ଉପରେ ନିର୍ଭର କରେ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ହୋଇଥିବା ଅବମାନନା ମାମଲାରେ ସୁପ୍ରିମକୋର୍ଟ ନିଜ ରାୟ ସଂରକ୍ଷିତ ରଖିବା ସହ ଅଗଷ୍ଟ 24 ସୁଦ୍ଧା ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ପ୍ରଶାନ୍ତ କ୍ଷମା ପ୍ରାର୍ଥନା କରିବାକୁ ମନା କରିଦେଇଥିଲେ । ତେବେ ସୋମବାର କୋର୍ଟ ଏହି ମାମଲାରେ ଦଣ୍ଡର ଶୁଣାଣି କରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.