ETV Bharat / bharat

‘ମୋଦିଙ୍କ 5 ହଜାର ଆରବ ଡଲାର ଅର୍ଥବ୍ୟବସ୍ଥାର ସ୍ବପ୍ନ ପୂରଣ ହେବ’

author img

By

Published : Aug 25, 2019, 8:21 PM IST

ମୋଦିଙ୍କ 5 ହଜାର ଆରବ ଡଲାର ଅର୍ଥ ବ୍ୟବସ୍ଥାର ଲକ୍ଷ୍ୟକୁ ଦୁରଦୃଷ୍ଟି ସମ୍ପନ୍ନ ଅର୍ଥନୈତିକ ପରିଚାଳନା ମାଧ୍ୟମରେ ହାସଲ କରାଯାଇ ପାରିବ ବୋଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ମୋଦିଙ୍କ 5 ହଜାର ଆରବ ଡଲାର ଅର୍ଥବ୍ୟବସ୍ଥାର ସ୍ବପ୍ନ ପୂରଣ ହେବ । ମୋଦିଙ୍କ ଏହି ଲକ୍ଷ୍ୟକୁ ଦୁରଦୃଷ୍ଟି ସମ୍ପନ୍ନ ଅର୍ଥନୈତିକ ପରିଚାଳନା ମାଧ୍ୟମରେ ହାସଲ କରାଯାଇ ପାରିବ ବୋଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି । ଏଥିପାଇଁ ସରକାରଙ୍କୁ ଜିଏସଟି ସମ୍ବନ୍ଧରେ ଅଧିକ ଆଲୋଚନା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ତେବେ ଗତବର୍ଷଠାରୁ ଭାରତୀୟ ଅର୍ଥନୀତି ଧୀମା ହୋଇଥିବା ସେ କହିଛନ୍ତି । ଯାହାଦ୍ବାରା ଜିଡିପି ଅଭିବୃଦ୍ଧି ମଧ୍ୟ କମ୍‌ ହୋଇଯାଇଛି । ଆସୋସିଏସନ ଅଫ କର୍ପୋରେଟ ଆଡଭାଇଜର୍ସ ଆଣ୍ଡ ଏକ୍ସିକ୍ୟୁଟିଭ ଦ୍ବାରା ଆୟୋଜିତ ଏକ ଅଧିବେଶନରେ ସେ କହିଛନ୍ତି, ଦୁରଦୃଷ୍ଟି ସମ୍ପନ୍ନ ଅର୍ଥନୀତି ପରିଚାଳନା ଦ୍ବାରା 5 ହଜାର ଆରବ ଡଲାର ଅର୍ଥବ୍ୟବସ୍ଥାର ଲକ୍ଷ୍ୟକୁ ହାସଲ କରାଯାଇ ପାରିବ । ତେବେ ବିନା ନିବେଶରେ ଅର୍ଥ ବ୍ୟବସ୍ଥାରେ ଅଭିବୃଦ୍ଧି ଅସମ୍ଭବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ମୋଦି ସରକାର 2024-25 ସୁଦ୍ଧା ଭାରତର ଅର୍ଥ ବ୍ୟବସ୍ଥାକୁ 5 ହଜାର ଆରବ ଡଲାର କରିବାର ଲକ୍ଷ୍ୟ ରଖିଛନ୍ତି । ବାରଣାସୀରେ ଏକ ଅଭିଭାଷଣ ସମୟରେ ସେ ଏନେଇ କହିଥିଲେ ଏବଂ ଏହା ସମ୍ଭବପର ବୋଲି ଆଶା ପୋଷଣ କରିଥିଲେ । ତେବେ ଯଦି ଭାରତ ଏହି ଲକ୍ଷ୍ୟ ହାସଲ କରୁଛି ତାହେଲେ ସେ ଜର୍ମାନୀକୁ ପଛରେ ପକାଇ ବିଶ୍ବର ଚତୁର୍ଥ ବଡ ଅର୍ଥବ୍ୟବସ୍ଥାର ଦେଶ ହୋଇଯିବ ।

Intro:Body:

vcc

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.