ETV Bharat / bharat

ଇସିଙ୍କୁ ପ୍ରଶଂସା କରି ରାହୁଲଙ୍କୁ ଜବାବ ଦେଲେ ପ୍ରଣବ ମୁଖାର୍ଜୀ - election commission

ନିର୍ବାଚନ ଆୟୋଗଙ୍କ କାର୍ଯ୍ୟକୁ ନେଇ କଂଗ୍ରେସ ଅଧ୍ୟକ୍ଷଙ୍କ ପ୍ରଶ୍ନ । ଉତ୍ତର ଦେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂର୍ଖାଜୀ । ଇସିଙ୍କୁ ପ୍ରଶଂସା କରିବା ସହ କହିଲେ ତାଙ୍କ କାର୍ଯ୍ୟକୁ ନେଇ ଆଲୋଚନା କରିବା ଠିକ ନୁହେଁ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : May 21, 2019, 8:54 AM IST

ନୂଆଦିଲ୍ଲୀ: ଇସିଙ୍କୁ ନେଇ ବାରମ୍ବାର ପ୍ରଶ୍ନ କରୁଥିବା ବିରୋଧୀଙ୍କୁ ଜବାବ ଦେଲେ ପୂର୍ବତନ ରାଷ୍ଟ୍ରପତି । ଏକ ପୁସ୍ତକ ଉନ୍ମୋଚନ କରିବାକୁ ଯାଇ ଇସିଙ୍କ କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି । 2019 ଲୋକସଭା ନିର୍ବାଚନ ଅତି ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହୋଇଛି ବୋଲି କହିଛନ୍ତି ରାଷ୍ଟ୍ରପତି ପ୍ରଣବ ମୂର୍ଖାଜୀ ।

ମୋଦିଙ୍କୁ ଟାର୍ଗେଟ କରିବାକୁ ଯାଇ ବିରୋଧୀ ଆଣିଥିବା ଅଭିଯୋଗର ଉତ୍ତର ରଖିଛନ୍ତି ପ୍ରଣବ ମୂର୍ଖାଜୀ । ସେ କହିଛନ୍ତି, ଆଜି ଯଦି ଗଣତନ୍ତ୍ର ସଫଳ ହୋଇଥାଏ ତେବେ ତାହା କେବଳ ନିର୍ବାଚନ ଆୟୋଗଙ୍କ ପାଇଁ । ଆୟୁକ୍ତ ସୁକୁମାର ସେନଙ୍କ ସମୟ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସଂସ୍ଥା ଭଲ ପ୍ରଦର୍ଶନ କରିଆସିଛନ୍ତି । କାର୍ଯ୍ୟାପାଳିକା ତିନୋଟି ଆୟୁକ୍ତଙ୍କ ନିଯୁକ୍ତ କରୁଥିବା ବେଳେ ସେମାନେ ତାଙ୍କର କାର୍ଯ୍ୟ କରିଥାନ୍ତି । ତେଣୁ ଏହି ବିଷୟରେ କେହି ବି ଆଲୋଚନା କରିବା ଠିକ ନୁହେଁ ବୋଲି ରୋକଠୋକ କହିଛନ୍ତି ମୂର୍ଖାଜୀ ।

ମୋଦିଙ୍କ ସମୟରେ ନିର୍ବାଚନ ଆୟୋଗ ଆତ୍ମସମର୍ପଣ ସ୍ବାଭିବକ ସହ ନିରପେକ୍ଷ କିମ୍ବା ସମ୍ମାନିତ ନୁହେଁ ବୋଲି ଆରୋପ ଲଗାଇଥିଲେ ରାହୁଲ ଗାନ୍ଧୀ । ଯାହାକୁ ନେଇ ମୁର୍ଖାଜୀ ଏଭଳି ଟିପ୍ପଣୀ ଦେଇଛନ୍ତି । ସୋନିଆ ସିଂଙ୍କ ପୁସ୍ତକ 'ଡିଫାଇନିଂ ଇଣ୍ଡିଆ: ଥ୍ରୁ ଦେୟର ଆଇଜ' ଉନ୍ମୋଚନ ସମୟରେ ଇସିଙ୍କୁ ପ୍ରଶଂସା କରି ବିରୋଧୀଙ୍କୁ ନିଶାନା କରିଥିଲେ ।

Intro:Body:

dfhdf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.