ETV Bharat / bharat

ପ୍ରଣବ ମୁଖାର୍ଜୀଙ୍କ ପାଇଁ ଭାବବିହ୍ବଳ ପୋଷ୍ଟ ଲେଖିଲେ ଝିଅ ଶର୍ମିଷ୍ଠା

author img

By

Published : Aug 12, 2020, 3:34 PM IST

କଂଗ୍ରେସ ନେତ୍ରୀ ଶର୍ମିଷ୍ଠା ମୁଖାର୍ଜୀ ବାପା ପ୍ରଣବ ମୁଖାର୍ଜୀଙ୍କ ପାଇଁ ପ୍ରାର୍ଥନା କରି ଏକ ଭାବବିହ୍ୱଳ ପୋଷ୍ଟ କରିଛନ୍ତି । ସେ ତାଙ୍କ ବାପାଙ୍କ ସହ ଘଟିଥିବା ଏକ ବର୍ଷ ପୁରୁଣା କଥା ମନେ ପକାଇଛନ୍ତି ।

ପ୍ରଣବ ମୁଖାର୍ଜୀଙ୍କ ପାଇଁ ଭାବ ବିହୁଳ ପୋଷ୍ଟ ଲେଖିଲେ ଝିଅ ଶର୍ମିଷ୍ଠା

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ବିଗିବାରେ ଲାଗିଛି। ମସ୍ତିଷ୍କ ଅସ୍ତ୍ରୋପଚାର ପରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ସାରା ଦେଶ ତାଙ୍କର ଆଶ୍ରୁ ଆରୋଗ୍ୟ କାମନା କରୁଛି। କଂଗ୍ରେସ ନେତ୍ରୀ ଶର୍ମିଷ୍ଠା ମୁଖାର୍ଜୀ ବାପା ପ୍ରଣବ ମୁଖାର୍ଜୀଙ୍କ ପାଇଁ ପ୍ରାର୍ଥନା କରି ଏକ ଭାବବିହ୍ବଳ ପୋଷ୍ଟ କରିଛନ୍ତି । ସେ ତାଙ୍କ ବାପାଙ୍କ ସହ ଘଟିଥିବା ଏକ ବର୍ଷର ପୁରୁଣା କଥା ମନେ ପକାଇଛନ୍ତି ।

ଶର୍ମିଷ୍ଠା ଟ୍ବିଟ କରି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ମିଳିଥିବା ଭାରତ ରତ୍ନ ପୁରସ୍କାର ଘଟଣାକୁ ମନେ ପକାଇଛନ୍ତି। ଶର୍ମିଷ୍ଠା ଟ୍ବିଟରେ ଲେଖିଛନ୍ତି, 'ଗତ ବର୍ଷ ଅଗଷ୍ଟ 8 ତାରିଖରେ ମୋ ଜୀବନର ସବୁଠାରୁ ଖୁସିର ଦିନ ଥିଲା । ଏହି ଦିନ ମୋ ବାପା ଭାରତ ରତ୍ନ ସମ୍ମାନ ଗ୍ରହଣ କରିଥିଲେ। ବର୍ଷେ ପରେ ଅଗଷ୍ଟ 10 ରେ ସେ ଗୁରୁତର ଅସୁସ୍ଥ ହୋଇପଡିଥିଲେ। ଭଗବାନ ତାଙ୍କୁ ଭଲ କରିଦିଅନ୍ତୁ ଏବଂ ମୋତେ ଜୀବନର ସୁଖ-ଦୁଃଖ ଗ୍ରହଣ କରିବାର ଶକ୍ତି ଦିଅନ୍ତୁ । '

ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିବାରୁ ପ୍ରଣବଙ୍କୁ ଗୁରୁତର ଅବସ୍ଥାରେ ଅଗଷ୍ଟ 10ରେ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଡାକ୍ତରୀ ଟିମ ତାଙ୍କର ଅସ୍ତ୍ରୋପଚାର କରିଥିଲେ । ଅସ୍ତ୍ରୋପଚାର ସଫଳ ହୋଇଥିବା କୁହାଯାଇଥିବାବେଳେ ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ମୁଖାର୍ଜୀ କୋରୋନାରେ ମଧ୍ୟ ସଂକ୍ରମିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.