ETV Bharat / bharat

ଗୋଆକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ !

author img

By

Published : Mar 18, 2019, 11:34 PM IST

ୱିକିପିଡିଆରେ ଲେଖାଯାଇଛି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପରେ ସାବନ୍ତ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହାସହ ୱିକିପିଡିଆ ତାଙ୍କୁ ବିଧାନସଭା ବାଚସ୍ପତି ମଧ୍ୟ କହୁଛି । ଏହାଛଡା ତାଙ୍କ ଜୀବନୀ ଉପରେ ୱିକିପିଡିଆରେ ବିସ୍ତୃତ ଭାବେ ଲେଖାଯାଇଛି । ସାବନ୍ତ ସ୍ୟାନକ୍ବିଲିମ କ୍ଷେତ୍ରର ପ୍ରତିନିଧିତ୍ବ କରନ୍ତି ଓ ସେ ବିଜେପିର ସଦସ୍ୟ ଅଛନ୍ତି ।

ଡିଜାଇନ ଫଟୋ

ପାଣାଜୀ: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ନିଧନ ପରେ ଆରମ୍ଭ ହୋଇଯାଇଛି ମୁଖ୍ୟମନ୍ତ୍ରୀ ଆସନ ପାଇଁ ଲଢେଇ । କିଏ ଗୋଆର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଔପଚାରିକ ଘୋଷଣା ପୂର୍ବରୁ ପ୍ରମୋଦ ସାବନ୍ତଙ୍କୁ ଗୋଆର ନୂଆ ମୁଖ୍ୟମନ୍ତ୍ରୀ ସଜାଇଛି ୱିକିପିଡିଆ ।

ପେଶାରେ ଜଣେ ଡାକ୍ତର ଥିବା ସାୱନ୍ତଙ୍କ ଜନ୍ମ ୧୯୭୩ ଏପ୍ରିଲ ୨୩ରେ ହୋଇଛି । ୪୦ ଜଣ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ ସବୁଠାରୁ ବଡ ଦଳ ଭାବେ କଂଗ୍ରେସ ନିକଟରେ ୧୪ ଜଣ ବିଧାୟକ ଅଛନ୍ତି । ଅନ୍ୟପକ୍ଷେ ବିଜେପି ନିକଟରେ ୧୩ ଜଣ ବିଧାୟକ ଅଛନ୍ତି । ଏହାସହ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର ୩, ଗୋଆ ଫର୍ୱାଡ ପାର୍ଟିର ୩ ଓ ୩ ସ୍ବାଧୀନ ବିଧାୟକ ଅଛନ୍ତି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.