ETV Bharat / bharat

ରାହୁଲଙ୍କୁ ଜାଭଡେକରଙ୍କ ଜବାବ: ଶାହିନବାଗରୁ ନେଇ ରାଜସ୍ଥାନ ରାଜନୀତି ରଣ ସାମିଲ - prakash javedkar

କୋରୋନା ସଙ୍କଟ ଓ ରାଜସ୍ଥାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣକାରୀ ହେଉଛନ୍ତି । ଏବେ ଭାରତୀୟ ଜନତା ପାର୍ଟି ମଧ୍ୟ ଆଗକୁ ଆସିଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ମଧ୍ୟ ରାହୁଲ ଗାନ୍ଧୀଙ୍କ ଶୈଳୀରେ ଶାହିନ୍ ବାଗ ଠାରୁ ଆରମ୍ଭ କରି ରାଜସ୍ଥାନ ଲଢେଇ ପର୍ଯ୍ୟନ୍ତ ବିଭିନ୍ନ ସଫଳତାର ଗଣନା କରିଛନ୍ତି ।

 କଂଗ୍ରେସର ସଫଳତାର ଚିଠା ଖୋଲିଲେ ଜାଭେଦକର
କଂଗ୍ରେସର ସଫଳତାର ଚିଠା ଖୋଲିଲେ ଜାଭେଦକର
author img

By

Published : Jul 21, 2020, 12:28 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ଓ ରାଜସ୍ଥାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣକାରୀ ହେଉଛନ୍ତି । ଆଜି(ମଙ୍ଗଳବାର) ରାହୁଲ ଗାନ୍ଧୀ ଟ୍ବିଟର ମାଧ୍ୟମରେ କୋରୋନା ଯୁଗରେ ମୋଦି ସରକାରଙ୍କ ସଫଳତା ବିଷୟରେ ବର୍ଣ୍ଣନା କରି ଟାର୍ଗେଟ କରିଛନ୍ତି। ଏବେ ଭାରତୀୟ ଜନତା ପାର୍ଟି ମଧ୍ୟ ଆଗକୁ ଆସିଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ମଧ୍ୟ ରାହୁଲ ଗାନ୍ଧୀଙ୍କ ଶୈଳୀରେ ଶାହିନ୍ ବାଗ ଠାରୁ ଆରମ୍ଭ କରି ରାଜସ୍ଥାନ ଲଢେଇ ପର୍ଯ୍ୟନ୍ତ ବିଭିନ୍ନ ସଫଳତାର ଗଣନା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଟ୍ବିଟରରେ ଲେଖିଛନ୍ତି ଯେ ରାହୁଲ ଗାନ୍ଧୀ ମଧ୍ୟ ଗତ 6 ମାସ ମଧ୍ୟରେ ତାଙ୍କର ସଫଳତା ପ୍ରତି ଧ୍ୟାନ ଦେବା ଉଚିତ୍।

ଫେବୃଆରୀରେ ଶାହିନ୍ ବାଗ ଓ ଦଙ୍ଗା । ମାର୍ଚ୍ଚରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ମଧ୍ୟପ୍ରଦେଶ ହରାଇବା । ଏପ୍ରିଲରେ ପ୍ରବାସୀ ଶ୍ରମିକଙ୍କୁ ପ୍ରବର୍ତ୍ତାଇବା । ମେ ରେ କଂଗ୍ରେସର ଐତିହାସିକ ପରାଜୟର ଷଷ୍ଠ ବାର୍ଷିକୀ । ଜୁନରେ ଚୀନକୁ ସୁରକ୍ଷା ଦେବା । ଜୁଲାଇରେ ରାଜସ୍ଥାନରେ କଂଗ୍ରେସର ପତନ ।

କେବଳ ଏତିକି ନୁହେଁ ପ୍ରକାଶ ଜାଭଡେକର ଆହୁରି ମଧ୍ୟ ଲେଖିଛନ୍ତି ଯେ ରାହୁଲ ମଧ୍ୟ ଭାରତର ସଫଳତା ବିଷୟରେ ଲେଖିବା ଉଚିତ୍। କୋରୋନା ବିରୋଧରେ ଯୁଦ୍ଧ ଚାଲିଛି, ଦେଶର ପରିସ୍ଥିତି ହାରାହାରି ମାମଲା ଅପେକ୍ଷା ଭଲ, ସକ୍ରିୟ ମାମଲା ଓ ମୃତ୍ୟୁ ସଂଖ୍ୟାରେ ଆମେରିକା ଅପେକ୍ଷା ଭାରତ ଭଲ ସ୍ଥିତିରେ । ଆପଣ ଦୀପ ଜାଳିବାକୁ ପରିହାସ କରି ଦେଶର ଲୋକ ଓ କୋରୋନା ଯୋଦ୍ଧାଙ୍କୁ ପରିହାସ କରିଛନ୍ତି ।

ପ୍ରକାଶଥାଉକି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ସକାଳେ ଟ୍ବିଟ କରି ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଲେଖିଛନ୍ତି ଯେ କୋରୋନା ସଙ୍କଟ ମଧ୍ୟରେ ମୋଦି ମଧ୍ୟପ୍ରଦେଶରେ ସରକାରଙ୍କୁ ହଟାଇବାରେ, ମହମବତୀ ଜଳାଇବାରେ, ନମସ୍ତେ ଟ୍ରମ୍ପଙ୍କୁ ସଂଗଠିତ କରିବାରେ ବ୍ୟସ୍ତ ଥିଲେ । ବର୍ତ୍ତମାନ ରାଜସ୍ଥାନ ସରକାରକୁ ମଧ୍ୟ ହଟାଇବାକୁ ଚେଷ୍ଟା କରୁଛନ୍ତି। ତେଣୁ ଦେଶରେ କୋରୋନା ବିରୋଧରେ ଲଢେଇ ଆତ୍ମନିର୍ଭରଶୀଳ ହୋଇପାରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.