ETV Bharat / bharat

ପ୍ରାର୍ଥିପତ୍ର ଦାଖଲ କଲେ ସାଧ୍ବୀ ପ୍ରଜ୍ଞା

ସୋମବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଠାକୁର । ଭୋପାଳ ଲୋକସଭା ସିଟ୍‌ରୁ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

author img

By

Published : Apr 22, 2019, 10:02 PM IST

ଫଟୋ ସୌଜନ୍ୟ: ଏନଏଆଇ

ଭୋପାଳ: ଗତ ସପ୍ତାହରୁ ଭାଜପା ନେତ୍ରୀ ସାଧ୍ବୀ ପ୍ରଜ୍ଞା ଠାକୁର ଚର୍ଚାରେ । ବିବାଦୀୟ ବୟାନ ପରେ ସଫେଇକୁ ନେଇ ଦେଶ ରାଜନୀତି ଠୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମରେ ସବୁଠି ପ୍ରଜ୍ଞାଙ୍କୁ ନେଇ ତର୍କ ବିତର୍କ । ଏସବୁକୁ ପଛରେ ପକାଇ ସୋମବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଠାକୁର । ଭୋପାଳ ଲୋକସଭା ସିଟ୍‌ରୁ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ଏହି ଲୋକସଭା ଆସନରୁ ଚଳିତ ଥର ଦୁଇ ବିବାଦୀୟ ବୟାନବାଜି କରୁଥିବା ନେତାଙ୍କ ମଧ୍ୟରେ କଡା ଟକ୍କର ହେବ । ଜଣେ କଂଗ୍ରେସର ପୁରୁଖା ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ । ଆଉ ଜଣେ ମାଲେଗାଁଓ ବୋମା ବିସ୍ଫୋରଣ ମାମଲାରେ 9ବର୍ଷ ଜେଲରେ ରହି ହାଇକୋର୍ଟରୁ ଜାମିନରେ ଆସିଥିବା ସାଧ୍ବୀ ପ୍ରଜ୍ଞା । ଦୀର୍ଘ ୩୦ ବର୍ଷ ଭୋପାଳ ଲୋକସଭା ଆସନ ବିଜେପି ହାତରେ ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଜେପିରେ ଯୋଗ ଦେଇଥିବା ସାଧ୍ବୀ ପ୍ରଜ୍ଞା ବିବାଦୀୟ ବୟାନ ଦେଇ ନିଜ ଜେଲ୍‌ରେ ନିଜ ତିକ୍ତ ଅନୁଭୂତିକୁ ବଖାଣିଥିଲେ । ସେ କହିଥିଲେ ଯେ ପୂର୍ବତନ ଏଟିଏସ୍‌ ମୁଖ୍ୟ ଶହୀଦ ହେମନ୍ତ କାରକରେଙ୍କ ତାଙ୍କ ଅଭିଶାପ ଫଳରେ ମୃତ୍ୟୁ ହୋଇଥିଲା । ଏହାସହ ହେମନ୍ତଙ୍କୁ ସେ ଦେଶଦ୍ରୋହୀ ମଧ୍ୟ କହିଥିଲେ । ଏହାପରେ ଏକ ବୈଦ୍ୟୁତିକ ଗଣମାଧ୍ୟମକୁ ସେ ବାବ୍ରି ମସଜିଦ୍‌ ଭଙ୍ଗାରେ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ । ଏହି ଦୁଇଟି ଘଟଣାରେ ପ୍ରଜ୍ଞା‌ ଠାକୁରଙ୍କୁ ନିର୍ବାଚନ କମିସନଙ୍କ ପକ୍ଷରୁ ଆଜି ପୁଣି ଏକ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି ।

Intro:Body:

ମୁଖ୍ୟମନ୍ତ୍ରୀ ମିଛ ତଥ୍ୟର ସୌଦାଗର: ଧର୍ମେନ୍ଦ୍ର

ଭୁବନେଶ୍ବର: ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ବିଷୟ ନରଖି କେବଳ କେନ୍ଦ୍ର ଉପରେ ଅଭିଯୋଗ କରୁଛନ୍ତି । ମୁଖ୍ୟମନ୍ତ୍ରୀ ୧୯ ବର୍ଷର ଶାସନରେ କଣ କଲେ ତାହାର ହିସାବ ଦେଉନଥିବା ବେଳେ ଆଗାମୀ ୫ ବର୍ଷରେ କଣ ଯୋଜନା କରିବେ ତାହାର ମଧ୍ୟ ହିସାବ ଦେଉନାହାଁନ୍ତି । ମୁଖ୍ୟମନ୍ତ୍ରୀ ବିରାଡି ବୈଷ୍ଣବଙ୍କ ଭଳି ଚୁପ୍ ରହିଯାଉଛନ୍ତି ବୋଲି ଏ ସମ୍ପକରେ ମୁଖ୍ୟମନ୍ତ୍ରୀ ପାଟି ନଖୋଲିବା ପ୍ରସଙ୍ଗରେ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଚଳିତ ନିର୍ବାଚନରେ ପ୍ରସଙ୍ଗ କଣ ପକ୍ଷ ଓ ପ୍ରତିପକ୍ଷ ତାର ଉତ୍ତର ରଖୁଛନ୍ତି । ଭାରତୀୟ ଜନତା ପାର୍ଟି ପକ୍ଷରୁ ଓଡିଶାର ଜନସଧାରଣଙ୍କୁ ଡବଲ ଇଞ୍ଜିନର ସରକାର ପାଇଁ ନିବେଦନ କରାଯାଇଛି । କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି ଦାୟିତ୍ବର ବିକାଶର କଳ୍ପନା ତଥା ରାସ୍ତା, ରେଳ, ଜଳସେଚନ, ଗରିବ କଲ୍ୟାଣ କାର୍ଯ୍ୟକ୍ରମ, ଯୁବକ ଓ ଶିକ୍ଷା ପାଇଁ ବିଭିନ୍ନ ଯୋଜନାକୁ ଉଲ୍ଲେଖ କରାଯାଇଛି । 

ବିଜେପି ସରକାର ହେଲେ ଓଡିଶା ଲୋକଙ୍କ ପାଇଁ କେଉଁ ଯୋଜନା ଓ ଅନ୍ୟାନ୍ୟ ବିକାଶମୂଳକ କାମ କରାଯିବ ସେଥିପାଇଁ ବିଜେପିର ୯ଟି ସଂକଳ୍ପ ପତ୍ରରେ ଉଲ୍ଲେଖ କରାଯାଇଛି । ଏତଦ୍ ବ୍ୟତୀତ ପ୍ରଜାତାନ୍ତ୍ରିକ ଉପାୟରେ ସ୍ଥାନୀୟ ସରକାରର ବିଫଳତା ଗୁଡିକୁ ଜନସାଧାରଣଙ୍କ ନିକଟରେ ମଧ୍ୟ ଦଳ ପକ୍ଷରୁ ଦର୍ଶାଯାଉଛି । 

ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ୧୯ ବର୍ଷରେ ରାଜ୍ୟରେ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ଯୁବକଙ୍କ ରୋଜଗାର ବ୍ୟବସ୍ଥା ପାଇଁ କଣ କଲେ ତାହାର ହିସାବ ଦେଉନାହାଁନ୍ତି । ରାଜ୍ୟର ଏକ ତୃତୀୟାଂଶ ଯୁବକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛି, ରାଜ୍ୟର ଚାଷୀ ଆତ୍ମହତ୍ୟା କରୁଛି । ସେହିପରି ଓଡିଶାରେ ଆୟୁଷ୍ମାନ ଯୋଜନା କାହିଁକି ଲାଗୁ କଲେ ନାହିଁ, ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ଲାଭ ପାଇବାକୁ ଥିବା ଓଡିଶାର ୪୫ ଲକ୍ଷ ଚାଷୀଙ୍କ ତାଲିକା ଦିଲ୍ଲୀ କାହିଁକି ପଠାଇଲେ ନାହିଁ ?

କେବଳ ଏତିକି ନୁହେଁ, କାଳିଆ ଯୋଜନାକୁ ମୁଖ୍ୟମନ୍ତ୍ରୀ ପ୍ରସଂଗ କରିଥିବା ବେଳେ କାଳିଆରେ ସାଧାରଣ ଚାଷୀଙ୍କ ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରୀଗଣଙ୍କ ପରିବାର ବର୍ଗଙ୍କ ନାଁ ଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । କାଳିଆ ଯୋଜନାର ତାଲିକା କୁଆଡେ ଗଲା ଓ କାଳିଆ ଯୋଜନାରେ ବଜେଟର ବ୍ୟବସ୍ଥା କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିବା ସହ କାଳିଆ ଯୋଜନା କେବଳ ସ୍ଲୋଗାନ ଓ ବିଜ୍ଞାପନରେ ରହିଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଆହୁରି କହିଛନ୍ତି ଯେ, ଓଡିଆ ଲୋକଙ୍କୁ ଡରାଇ ଭୋଟ ନେବା ପାଇଁ ମୁଖ୍ୟମନ୍ତ୍ରୀ ମିଛ ତଥ୍ୟର ସୌଦାଗର ବନିଛନ୍ତି । ମୋଦି ସରକାର ଓଡିଶାରେ ହେଲେ ରାଜ୍ୟରେ ଗରିବ କଲ୍ୟାଣ ଯୋଜନା ବନ୍ଦ ହୋଇଯିବ ବୋଲି ମିଛ ପ୍ରଚାର କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଖରେ କେବଳ ଡର ଓ ହିଂସା ତିଆରି କରିବାର ବିଷୟ ଅଛି ।

ବିଜେଡି ମହିଳା ସ୍ବୟଂ ସହାୟକ ସଂଗଠନ ଗୁଡିକୁ ଡାକି ବିଜେଡିକୁ ଭୋଟ ନଦେଲେ ସେମାନଙ୍କ ସୁବିଧା କାଟି ଦିଆଯିବ ବୋଲି ଡରାଇବା ସହ ଧମକା ଯାଉଛି । ମୁଖ୍ୟମନ୍ତ୍ରୀ ଏ ପ୍ରକାର ଡର ତିଆରି ନକରି ଯଦି କାମ କରିଛନ୍ତି ସେଥିପାଇଁ ଭୋଟ ମାଗନ୍ତୁ ବୋଲି ସେ ଆହ୍ବାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ହିଂସାକୁ ଅବଲମ୍ବନ କରିଛନ୍ତି । ରାଜନୈତିକ ପ୍ରତିପକ୍ଷଙ୍କୁ ମାରପିଟ କରିବା ସହ ହତ୍ୟା କରିବା ପାଇଁ ପଛାଉନାହାନ୍ତି ।

ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଭରସା ବଢିବାରେ ଲାଗିଛି । କେନ୍ଦ୍ର ଓ ରାଜ୍ୟରେ ମୋଦିଙ୍କ ଡବଲ ଇଞ୍ଜିନର ସରକାର ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.