ETV Bharat / bharat

ଅସ୍ତ୍ରୋପଚାର ପରେ ସଙ୍କଟାପନ୍ନ ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା

author img

By

Published : Aug 11, 2020, 4:05 PM IST

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କାପନ୍ନ । ପ୍ରଣବଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସି ନଥିବା ଆର୍ମି ଆର.ଆର ହସ୍ପିାଲ ପକ୍ଷରୁ ମେଡିକାଲ ବୁଲେଟିନ ଜାରି କରାଯାଇ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

ଅସ୍ତ୍ରୋପଚାର ପରେ ସଙ୍କାପନ୍ନ ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ଅସ୍ତ୍ରୋପଚାର ପରେ ମଧ୍ୟ ସଙ୍କଟାପନ୍ନ ରହିଛି ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା । ସେ ଏବେ ବି ଭେଣ୍ଟିଲେଟରରେ ଅଛନ୍ତି । ପ୍ରଣବଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସି ନଥିବା ଆର୍ମି ଆର.ଆର ହସ୍ପିଟାଲ ପକ୍ଷରୁ ମେଡିକାଲ ବୁଲେଟିନ ଜାରି କରାଯାଇ ସୂଚନା ଦିଆଯାଇଛି ।

ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିବାରୁ ପ୍ରଣବଙ୍କୁ ଗୁରୁତର ଅବସ୍ଥାରେ ଅଗଷ୍ଟ 10ରେ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଡାକ୍ତରୀ ଟିମ ତାଙ୍କର ଅସ୍ତ୍ରୋପଚାର କରିଥିଲେ । ଅସ୍ତ୍ରୋପଚାର ସଫଳ ହୋଇଥିବା କୁହାଯାଇଥିବା ବେଳେ ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନିଜେ ସୋମବାର ସୂଚନା ଦେଇଥିଲେ ଯେ ତାଙ୍କର କୋରୋନା ପଜିଟିଭ୍ ଥିବା ଜଣାପଡିଛି । ସୋମବାର ଅପରାହ୍ନରେ ସେ ଏହି ସୂଚନା ଦେଇଥିଲେ । ପ୍ରଣବ ଟ୍ବିଟ୍ କରି କହିଥିଲେ ଯେ ସେ ଭିନ୍ନ କାରଣ ପାଇଁ ଡାକ୍ତରଖାନା ଯାଇଥିଲେ ମାତ୍ର ତାଙ୍କର କୋରୋନା ପରୀକ୍ଷା ପଜିଟିଭ୍ ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.