ETV Bharat / bharat

ଚୀନକୁ ଘେରିବାକୁ ପ୍ରସ୍ତୁତି ! ଦକ୍ଷିଣ ଚୀନ୍ ସାଗରରେ ଯୁଦ୍ଧ ଜାହାଜ ନିୟୋଜିତ କଲା ଭାରତ

ଚୀନର ଆକ୍ରମଣାତ୍ମକ ସ୍ବଭାବର କଡା ଜବାବ ଦେବାକୁ ଭାରତୀୟ ନୌସେନା ଚୁପଚାପ ଦକ୍ଷିଣ ଚୀନ୍ ସାଗରରେ ଯୁଦ୍ଧ ଜାହାଜ ନିୟୋଜିତ କରିଛି। ଗଲୱାନ୍ ଘାରେ ଚୀନ ସହିତ ହୋଇଥିବା ହିଂସାତ୍ମକ ସଂଘର୍ଷକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

author img

By

Published : Aug 30, 2020, 5:44 PM IST

ଚୀନକୁ ଘେରିବାକୁ ପ୍ରସ୍ତୁତି ! ଦକ୍ଷିଣ ଚୀନ୍ ସାଗରରେ ଯୁଦ୍ଧ ଜାହାଜ ନିୟୋଜିତ କଲା ଭାରତ
ଚୀନକୁ ଘେରିବାକୁ ପ୍ରସ୍ତୁତି ! ଦକ୍ଷିଣ ଚୀନ୍ ସାଗରରେ ଯୁଦ୍ଧ ଜାହାଜ ନିୟୋଜିତ କଲା ଭାରତ

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ପୂର୍ବ ଲଦାଖର ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଲାଗିରହିଛି । ଉଭୟ ଦେଶ ମଧ୍ୟରେ ଏହାର ସମାଧାନ ପାଇଁ ଅନେକ ସ୍ତରୀୟ ଆଲୋଚନା ହୋଇସାରିଛି । ହେଲେ ଏହାର ସମାଧାନ ହେବାର ନାଁ ନେଉନାହିଁ । ଏଭଳି ସ୍ଥିତିରେ ଭାରତ ମଧ୍ୟ ଚୀନକୁ ଘେରିବା ପାଇଁ ନିଜର ରଣନୀତି ପ୍ରସ୍ତୁତ କରିଛି । ଚୀନର ଆକ୍ରମଣାତ୍ମକ ସ୍ବଭାବର କଡା ଜବାବ ଦେବାକୁ ଭାରତୀୟ ନୌସେନା ଚୁପଚାପ ଦକ୍ଷିଣ ଚୀନ୍ ସାଗରରେ ଯୁଦ୍ଧ ଜାହାଜ ନିୟୋଜିତ କରିଛି।

ଗଲୱାନ୍ ଘାଟିରେ ଚୀନ ସହିତ ହୋଇଥିବା ହିଂସାତ୍ମକ ସଂଘର୍ଷକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହି ସଂଘର୍ଷରେ 20 ଭାରତୀୟ ସୈନିକ ଶହୀଦ ହୋଇଥିଲେ। ତେବେ ଏହି ଘଟଣା ପରେ ନୌସେନା ଏହାର ଅନ୍ୟତମ ଯୁଦ୍ଧ ଜାହାଜ ଦକ୍ଷିଣ ଚୀନ୍ ସାଗରରେ ନିୟୋଜିତ କରିଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି ।

ତେବେ ଏହି ଅଞ୍ଚଳରେ ଭାରତୀୟ ନୌସେନା ଜାହାଜର ଉପସ୍ଥିତିକୁ ଚୀନ କଡା ବିରୋଧ କରେ । ସମୟ ସମୟରେ ସେ ଏନେଇ ଭାରତ ନିକଟରେ ଅଭିଯୋଗ ମଧ୍ୟ କରେ । କିନ୍ତୁ ଏହି ଅଞ୍ଚଳରେ ସେ କୃତ୍ରିମ ଦ୍ୱୀପ ଏବଂ ସାମରିକ ଉପସ୍ଥିତି ମାଧ୍ୟମରେ 2009 ମସିହାରୁ ନିଜର ଉପସ୍ଥିତି ଜାହିର କରିଆସୁଛି ।

ସରକାରୀ ସୂତ୍ର ଅନୁଯାୟୀ, ଗଲୱାନ ସଂଘର୍ଷ ପରେ ଭାରତୀୟ ନୌସେନା ଦକ୍ଷିଣ ଚୀନ୍ ସାଗରରେ ଏହାର ଫ୍ରଣ୍ଟଲାଇନ ଯୁଦ୍ଧ ଜାହାଜକୁ ନିୟୋଜିତ କରିଥିଲା ​​। ତେବେ ପିପୁଲ୍ସ ଲିବରେସନ୍ ଆର୍ମି ଏହି କ୍ଷେତ୍ରକୁ ନିଜ ସୀମାରେ ଥିବା ଦାବି କରି ଅନ୍ୟ ଦେଶର ସାମରିକ ଶକ୍ତିର ଉପସ୍ଥିତିକୁ ଭୁଲ ବୋଲି କହୁଛି ।

ସୂତ୍ରରୁ ପ୍ରକାଶ ଯେ, ଦକ୍ଷିଣ ଚୀନ ସାଗରରେ ଭାରତୀୟ ନୌସେନା ଯୁଦ୍ଧ ଜାହାଜର ନିୟୋଜନ ଚୀନ ନୌସେନା ତଥା ସୁରକ୍ଷା ପ୍ରତିଷ୍ଠାନ ଉପରେ ଏକ ବଡ ପ୍ରଭାବ ପକାଇଥିଲା । ଭାରତୀୟ ପକ୍ଷ ସହ କୂଟନୈତିକ ସ୍ତରୀୟ କଥାବାର୍ତ୍ତା ବେଳେ ଭାରତୀୟ ଯୁଦ୍ଧ ଜାହାଜର ଉପସ୍ଥିତି ସମ୍ପର୍କରେ ଅଭିଯୋଗ କରିଥିଲା ଚୀନ। ତେବେ ସେଠାରେ ଉପସ୍ଥିତ ଥିବା ଆମେରିକୀୟ ଯୁଦ୍ଧ ଜାହାଜ ସହିତ ଭାରତୀୟ ଯୁଦ୍ଧ ଜାହାଜ ନିରନ୍ତର ଯୋଗାଯୋଗରେ ଥିବା ପ୍ରକାଶ ପାଇଛି ।

ସେପଟେ ନିୟମିତ ଅଭ୍ୟାସ ସମୟରେ ଭାରତୀୟ ଯୁଦ୍ଧ ଜାହାଜକୁ ଲଗାତାର ଅନ୍ୟ ଦେଶର ସାମରିକ ଜାହାଜଗୁଡ଼ିକର ଗତିବିଧି ବିଷୟରେ ଅବଗତ କରାଯାଇଥିଲା । ତେବେ ପୂର୍ବ କିମ୍ବା ପଶ୍ଚିମ ଦିଗରେ ଶତୃପକ୍ଷର ଯେକୌଣସି ଅଦମ୍ୟତାର କଡା ଜବାବ ଦେବାକୁ ଭାରତୀୟ ନୌସେନା ସମ୍ପୂର୍ଣ୍ଣ ସକ୍ଷମ ଏବଂ ଏହି ନିୟୋଜନ ଭାରତ ମହାସାଗର ତଥା ଏହାର ଆଖପାଖରେ ସୃଷ୍ଟି ହେଉଥିବା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଛି ବୋଲି ସୂତ୍ରରୁ ପ୍ରକାଶ ପାଇଛି । ଏଥିସହ ନୌସେନା ଜିବୁଟି ଅଞ୍ଚଳରେ ଚୀନର ଜାହାଜ ଉପରେ ମଧ୍ୟ ନଜର ରଖିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.