ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାମ ନେଉନି । ଧିରେ ଧିରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶର ପ୍ରଥମ ରାଜ୍ୟ ଭାବେ ଏଠାରେ ପଜିଟିଭ ସଂଖ୍ୟା 3000 ପାର କରିଛି ।
ଶେଷ ଖବର ଅନୁସାରେ ମହାରାଷ୍ଟ୍ରରେ ଗୁରୁବାର 286ଟି ନୂଆ କେସ ସାମନାକୁ ଆସିଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3202 ଛୁଇଁଛି । ଏହାସହ 7 ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ 4 ଜଣ ପୁଣେ ଓ 3 ଜଣ ମୁମ୍ବାଇର ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ଏବେ ସୁଦ୍ଧା ରାଜ୍ୟରେ 194 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇସାରିଲାଣି । ତେବେ ସୁସ୍ଥ ହୋଇ 300 ଆକ୍ରାନ୍ତ ହସ୍ପିଟାଲରୁ ଛାଡ ପାଇଛନ୍ତି । ସେମାନଙ୍କ ମଧ୍ୟରେ ଗୁରୁବାର 5 ଜଣ ଛାଡ ପାଇଛନ୍ତି ।
ସୌଜନ୍ୟ@ANI