କୋଲକାତା: ସାଧାରଣ ନିର୍ବାଚନ ୨୦୧୯ ପାଇଁ ସରିଯାଇଛି ଷଷ୍ଠ ପର୍ଯ୍ୟାୟର ମତଦାନ । ଏହି ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୮ଟି ଆସନରେ ସର୍ବାଧିକ ୮୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି । କିନ୍ତୁ ନିର୍ବାଚନରେ ଲାଗିଛି ରକ୍ତର ଛିଟା । ରାଜ୍ୟର ବିଭିନ୍ନ ସ୍ଥାନରୁ ହିଂସାର ଘଟଣା ସାମ୍ନାକୁ ଆସିଛି । ବିଜେପି ଲୋକସଭା ପ୍ରାର୍ଥୀଙ୍କ ଉପରେ ଆକ୍ରମଣ ଘଟଣା ମଧ୍ୟ ସାମ୍ନାକୁ ଆସିଛି ।
ପଶ୍ଚିମବଙ୍ଗର ଘାଟାଲ ସଂସଦୀୟ କ୍ଷେତ୍ରରୁ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ଆଇପିଏସ ଅଧିକାରୀ ଭାରତୀ ଘୋଷଙ୍କ ଉପରେ ଟିଏମସି କାର୍ଯ୍ୟକର୍ତ୍ତା ଆକ୍ରମଣ କରିଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି । ଭାରତୀ ଘୋଷ କହିଛନ୍ତି ଯେ କେଶପୁରରେ ଟିଏମସି କାର୍ଯ୍ୟକର୍ତ୍ତା ତାଙ୍କ ଅସହ ଅଶାଳୀନ ବ୍ୟବହାର କରିଛନ୍ତି । ଟିଏମସି କାର୍ଯ୍ୟକର୍ତ୍ତା ଭାରତୀଙ୍କ ଗାଡି ଉପରେ ପଥର ମାଡ କରିଥିବାର ଅଭିଯୋଗ ହୋଇଛି ।
ସେହିପରି ରାଜ୍ୟର ଝାରଗ୍ରାମରେ ବିଜେପି ବୁଥ କାର୍ଯ୍ୟକର୍ତ୍ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ବିଜେପି ବ୍ୟତୀତ ଜଣେ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି ।