ETV Bharat / bharat

ଫାଇନ କୋହଳ କରିବାକୁ କେନ୍ଦ୍ରକୁ କେରଳ ପରିବହନ ମନ୍ତ୍ରୀଙ୍କ ଚିଠି - ଫାଇନ କୋହଳ

ସାରା ଦେଶରେ ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଛି ନୂତନ ମୋଟର ଯାନ ଆଇନ। ଏହାକୁ ରାଜ୍ୟରେ ଲାଗୁ କରିବା ପୂର୍ବରୁ ଏନେଇ ଧାର୍ଯ୍ୟ ହୋଇଥିବା ଫାଇନକୁ କୋହଳ କରିବାକୁ ଚିଠି ଲେଖିଛନ୍ତି କେରଳ ପରବହନ ମନ୍ତ୍ରୀ ଶଶିଧରନ୍।

ଫଟୋ ସୌଜନ୍ୟ- ଏଏନଆଇ
author img

By

Published : Sep 17, 2019, 9:57 AM IST

ଥିରୁଅନନ୍ତପୁରମ: ସମଗ୍ର ଦେଶରେ ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଛି ନୂତନ ମୋଟର ଯାନ ଆଇନ । ଏହି ଆଇନ ଅନୁସାରେ ନିୟମ ଖିଲାପକାରୀଙ୍କୁ ଗଣିବାକୁ ପଡୁଛି ବଡ ଆକାରର ଜୋରିମାନା । ତେବେ ଏହାକୁ ନେଇ ବିଭିନ୍ନ ରାଜ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ଲାଗୁ କରିବା ପୂର୍ବରୁ ଏନେଇ ଧାର୍ଯ୍ୟ କରାଯାଇଥିବା ଫାଇନକୁ କୋହଳ କରିବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି କେରଳ ପରବହନ ମନ୍ତ୍ରୀ ଶଶିଧରନ୍।

ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟରେ ଏହି ନିୟମ ଲାଗୁ ହେବା ପରେ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତିକି ମଧ୍ୟବିତ୍ତ ପରିବାର ଏହା ଦ୍ବାରା ସବୁଠାରୁ ଅଧିକ ପ୍ରଭାବିତ ହେବା ସହ ବିକ୍ଷୋଭ ମଧ୍ୟ କରୁଛନ୍ତି । ତେବେ ଏହି ଫାଇନ ରାଶିକୁ କୋହଳ କରିବାକୁ ସେ ଚିଠିରେ କେନ୍ଦ୍ରକୁ ଅନୁରୋଧ କରିଛନ୍ତି । କେବଳ ଏତିକି ନୁହେଁ ଯେଉଁ ଯେଉଁ ରାଜ୍ୟ ଏହି ଆଇନକୁ ଲାଗୁ କରିବେ ନାହିଁ ସେ ବାବଦରେ ମଧ୍ୟ ସେ ଚିଠିରେ ଦର୍ଶାଇଛନ୍ତି।

ତେବେ ମୋଟର ଯାନ ଆଇନ ଲାଗୁ ହେବା ପରେ ସାରା ଦେଶରେ ଲାଗି ରହିଛି ଧରପଗଡ । ଯିଏ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛି ତାକୁ ଗଣିବାକୁ ପଡୁଛି ବଡ ଆକାରର ତଣ୍ଡ । ଏହି ଆଇନକୁ ନେଇ ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି ଘୋଷଣା କରିଥିବା ବେଳେ ଗୁଜୁରାଟ ପକ୍ଷରୁ ଏହି ଫାଇନର ରାଶିକୁ କେତେକାଂଶରେ କମ କରିଛନ୍ତି । ଅନ୍ୟପଟେ ଓଡିଶାରେ ମଧ୍ୟ ଏହି ନିୟମ ଲାଗୁ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏହି ନିୟମକୁ ତିନି ମାସ କୋହଳ କରିଛନ୍ତି।

Intro:Body:

ସାରା ଦେଶରେ ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଛି ନ୍ୟୁ ମୋଟର ଯାନ ଆଇନ । ଏହି ଆଇନରେ ନିୟମ ଖିଲାପକାରୀଙ୍କୁ ଗଣିବାକୁ ପଡୁଛି ବଡ ଆକାରର ଜୋରିମାନା ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.