ETV Bharat / bharat

ବିଜେପିର ପୁରୁଣା ସାରଥୀ ସିନ୍ଧିଆ ପରିବାର, ରାଜମାତା ମଧ୍ୟ ଭାଙ୍ଗିଥିଲେ କଂଗ୍ରେସ ସରକାର

ଗ୍ବାଲିୟରର ରାଜାମାତା ବିଜୟରାଜେ ସିନ୍ଧିଆ ମଧ୍ୟ ଦିନେ ଭାଙ୍ଗିଥିଲେ କଂଗ୍ରେସ ସରକାର । ଏବେ ତାହାକୁ ଆଗକୁ ନେଇଛନ୍ତି ନାତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ପଢନ୍ତୁ, ସିନ୍ଧିଆ ରାଜ ପରିବାରରର ସମ୍ପୂର୍ଣ୍ଣ ରାଜନୈତିକ ଯାତ୍ରା...

madhya pradesh
madhya pradesh
author img

By

Published : Mar 10, 2020, 6:34 PM IST

Updated : Mar 11, 2020, 8:14 AM IST

ଭୋପାଳ: ମଧ୍ୟପ୍ରଦେଶରେ ରାଜ୍ୟସଭା ସିଟକୁ ନେଇ କଂଗ୍ରେସରେ ଆରମ୍ଭ ହୋଇଥିବା କ୍ଷମତା ଲଢେଇ ଏବେ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇ ନିଜ ସମର୍ଥକଙ୍କ ସହ ବିଜେପି କ୍ୟାମ୍ପରେ ସାମିଲ ହେବେ ବୋଲି ଆକଳନ ହେଉଛି । ସିନ୍ଧିଆଙ୍କ ଏହି ପଦକ୍ଷେପରେ ଦୋହଲି ଯାଇଛି ମଧ୍ୟପ୍ରଦେଶ ସରକାର । କଂଗ୍ରେସ ସରକାର ପତ୍ତନ ସୁ-ନିଶ୍ଚିତ ହୋଇପଡିଛି ।

କଂଗ୍ରେସ ସହ ଦୀର୍ଘ 18 ବର୍ଷ ସମ୍ପର୍କ ଛିନ୍ନ କରି ଏବେ ସିନ୍ଧିଆ ବିଜେପି ଦଳ ସହ ନିଜ ଦ୍ବିତୀୟ ପର୍ଯ୍ୟାୟ ରାଜନୀତି ଆରମ୍ଭ କରିବେ । ଏହା ତାଙ୍କ ଅନ୍ୟ ଘର ହେବ ଯେଉଁଠି ରାଜମାତା ବିଜୟରାଜେଙ୍କ ପରେ ବସୁନ୍ଧରା ରାଜେ ଓ ଭଉଣୀ ଯୋଶଧାରା ରାଜେ ସିନ୍ଧିଆ ପୂର୍ବରୁ ବିଜେପିରେ ବେଶ ସଫଳତା ପାଇଛନ୍ତି ।

ରାଜମାତାଙ୍କ ରାଜନୈତିକ ଯାତ୍ର

ସିନ୍ଧିଆ ପରିବାରର ରାଜନୀତି ଯାତ୍ରା ବିଜୟରାଜେ ସିନ୍ଧିଆଙ୍କ ଠାରୁ ଆରମ୍ଭ ହୋଇଥିଲା । ରାଜମାତା 1957ରେ କଂଗ୍ରେସ ଟିକେଟରେ ଶିବପୁରୀ (ବର୍ତ୍ତମାନର) ଗୁନା ଲୋକସଭା ଆସନରୁ ନିର୍ବାଚନ ଲଢି ସଂସଦକୁ ଆସିଥିଲେ । କିନ୍ତୁ କଂଗ୍ରେସ ସହ ରାଜମାତାଙ୍କ ସମ୍ପର୍କ ବେଶି ଦିନ ରହିଲା ନାହିଁ । 1980ରେ ରାଜମାତା ଜନସଂଘରେ ସାମିଲ ହୋଇ ଏହାର ଉପାଧ୍ୟକ୍ଷ ହୋଇଥିଲେ । ଆଉ ଆଜି(ମଙ୍ଗଳବାର) ଯେତେବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିର ଯୋଗଦେବାକୁ ଯାଉଛନ୍ତି ଇତିହାସର ପୁନରାବୃତ୍ତି ହେବାକୁ ଯାଉଛି । ଯାହା 1967 ହୋଇଥିଲା । ସେହିବର୍ଷ ମଧ୍ୟ ସମାନ ଘଟଣା ଘଟିଥିଲା ମଧ୍ୟପ୍ରଦେଶ ରାଜନୀତିରେ । 1967 ମସିହାରେ ରାଜମାତା ବିଜୟରାଜେ ସିନ୍ଧିଆ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡିପି ମିଶ୍ରାଙ୍କ ସରକାରକୁ ଭାଙ୍ଗିବାରେ ପ୍ରମୁଖ ଭୂମିକା ନେଇଥିଲେ । ଏହାସହ ଜନସଂଘ ବିଧାୟକଙ୍କ ସମର୍ଥନରେ ଗୋବିନ୍ଦ ନାରାୟଣ ସିଂହଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲେ ।

ସିନ୍ଧିଆ ପରିବାର ରାଜନୈତିକ ଯାତ୍ରା

ରାଜମାତାଙ୍କ ପୁତ୍ର ତଥା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପିତା ମାଧବରାୱ ସିନ୍ଧିଆଙ୍କ ରାଜନୀତି ମଧ୍ୟ ଜନସଂଘରୁ ଆରମ୍ଭ ହୋଇଥିଲା । ମଧ୍ୟପ୍ରଦେଶର ଗୁନା ଆସନରୁ ଜନସଂଘ ଟିକେଟରୁ 1971ରେ ନିର୍ବାଚନ ଲଢି ସଂସଦକୁ ଆସିଥିଲେ । ଯେଉଁଠି ନିଜ ମା’ ଆଗରୁ ହିଁ ଥିଲେ ଜନସଂଘରେ । ଏହା ସହ ରାଜମାତାଙ୍କ 2 ଝିଅ ମଧ୍ୟ ବିଜେପିରେ ଅଛନ୍ତି । କିନ୍ତୁ 1980ରେ ମାଧବରାୱ ସିନ୍ଧିଆ କଂଗ୍ରେସରେ ଯୋଗଦେଇଥିଲେ । ହେଲେ ରାଜମାତାଙ୍କ ଦୁଇ ଝିଅ ବିଜେପିରେ ଅନେକ ସଫଳତା ଅର୍ଜନ କରିଛନ୍ତି । ବସୁନ୍ଧରା ରାଜେ ନିଜ ରାଜନୈତିକ ଆୟମାରମ୍ଭ କେନ୍ଦ୍ରରୁ କରିଥିଲେ । 1998ରେ ବାଜପେୟୀ ସରକାରରେ ସାମିଲ ହୋଇ ବୈଦେଶିକ ରାଜ୍ୟ ମନ୍ତ୍ରୀ ହୋଇଥିଲେ । ପରେ ବିଜେପି ଶୀର୍ଷ ନେତୃତ୍ବ ବସୁନ୍ଧରାଙ୍କୁ 2003ରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନିର୍ବାଚନ ଲଢିଥିଲା । ନିର୍ବାଚନରେ ବିପୁଳ ବିଜୟ ପରେ ଡିସେମ୍ବର 2003ରେ ବସୁନ୍ଧରା ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । କିନ୍ତୁ ଗତ ବର୍ଷ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ବସୁନ୍ଧରାଙ୍କୁ ଇସ୍ତଫା ଦେବାକୁ ପଡିଥିଲା ।

ଅନ୍ୟପଟେ 1998ରେ ଯୋଶଧାରା ମଧ୍ୟ ରାଜ୍ୟ ବିଧାନସଭା ନିର୍ବାଚନ ଲଢି ବିଧାନସଭାକୁ ଆସିଥିଲେ । ଯୋଶଧାରା 2003ରେ ମଧ୍ୟ ଲଗାତାର ବିଜୟୀ ହୋଇ ଶିବରାଜ ସିଂ ଚୌହ୍ବାନଙ୍କ ସରକାରରେ ମନ୍ତ୍ରୀ ହୋଇଥିଲେ । ବର୍ତ୍ତମାନ ସମୟରେ ସିନ୍ଧିଆଙ୍କ ପରିବାର ପାଖରେ କ୍ଷମତା ନାହିଁ ସତ କିନ୍ତୁ ଜ୍ୟୋତିରାଦିତ୍ୟଙ୍କ ଭାବମୂର୍ତ୍ତୀ, ଯୁବଚେହେରା, ଦକ୍ଷ ରଣନୀତି, ସହ ରାଜ ପରିବାରର ଖାନଦାନକୁ ନେଇ ଏବେ ବି ସେ ଜଣେ ଜାତୀୟସ୍ତରର ନେତା ଭାବେ ଗ୍ରହଣୀୟ ।

ବର୍ତ୍ତମାନ ସ୍ଥିତିରେ ଯେତେବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ସାମିଲ ହେବା ନେଇ କଳ୍ପନା ଜଳ୍ପନା ଜୋର ଧରିଛି, ସେତେବେଳେ ତାଙ୍କ 2 ପିଉସୀ ତାଙ୍କୁ ସ୍ବାଗତ କରିବା ସହ ଘରବାହୁଡା ହେବାକୁ ଯାଉଛି ବୋଲି କହି ଭାବବିହ୍ବଳ ହୋଇପଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 11, 2020, 8:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.