ETV Bharat / bharat

କାନପୁରରେ ଦୁର୍ବୃତ୍ତଙ୍କୁ ଧରିବାକୁ ଯାଇ 8 ପୋଲିସ ଶହୀଦ, 7 ଆହତ

author img

By

Published : Jul 3, 2020, 8:20 AM IST

Updated : Jul 3, 2020, 10:51 AM IST

ଉତ୍ତରପ୍ରଦେଶର କାନପୁରରେ ଦୁର୍ବୃତ୍ତ ଓ ପୋଲିସ ମଧ୍ୟରେ ପ୍ରବଳ ଗୁଳି ବିନିମୟରେ 8 ଜଣ ପୋଲିସ କର୍ମଚାରୀ ଶହୀଦ ହୋଇଛନ୍ତି । ଶହୀଦଙ୍କ ବଳିଦାନ କେବେ ମଧ୍ୟ ବୃଥା ଯିବ ନାହିଁ କହିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

କାନପୁରରେ ଦୁର୍ବୃତ୍ତଙ୍କ ସହ ଗୁଳିବିନିୟରେ 8 ପୋଲିସ କର୍ମଚାରୀ ଶହୀଦ

କାନପୁର: ଦୁର୍ବୁତ୍ତଙ୍କ ଧରିବାକୁ ଯାଇ 8 ପୋଲିସ ଶହୀଦ । ଏଭଳି ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁରରେ । ଗତକାଲି ବିଳମ୍ବିତ ରାତିରେ ଅପରାଧିଙ୍କୁ ଧରିବାକୁ ଯାଇଥିଲା ପୋଲିସ । ହେଲେ ପୋଲିସଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ ଦୁର୍ବୁତ୍ତ । ଫଳରେ ଏଥିରେ ଡେପୁଟି ଏସପି ଦେବେନ୍ଦ୍ର ମିଶ୍ର, ଏସଓ ଶିବରାଜପୁର ମହେଶ ଯାଦବ, ଜଣେ ସବ-ଇନ୍ସପେକ୍ଟରଙ୍କ ସମେତ ଆଠ ଜଣ ପୋଲିସ କର୍ମଚାରୀଙ୍କ ଶହୀଦ ହୋଇଛନ୍ତି ।

ଏଥିସହିତ 7 ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଏଡିଜି ଜୟ ନାରାୟଣ ସିଂହ । ସମସ୍ତ ଆହତଙ୍କୁ ଏସଓ ଏବଂ ସମସ୍ତ ପୋଲିସ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ରେଜେନ୍ସି ହସ୍ପିଟାଲକୁ ଅଣାଯାଇଛି।

ତେବେ ଘଟଣାଟି କାନପୁରର ଧୌବେପୁର ଥାନା ବେକରୁ ଘଟିଛି। ହତ୍ୟା ଉଦ୍ୟମ ମାମଲାରେ ଦୁର୍ଦ୍ଦାନ୍ତ ବିକାଶ ଦୁବେଙ୍କୁ ଗିରଫ କରିବାକୁ ପୋଲିସ ସର୍ଚ୍ଚ ଅପରେସନ ଚଳାଇଥିଲା । ବିକାଶଙ୍କ ବିରୋଧରେ 60 ଟି ମାମଲା ରୁଜୁ ହୋଇଛି । ଏହି ସମୟରେ ଅପରାଧି ବିକାଶ ଓ ତାହାର ସହଯୋଗୀ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ ।

ସେପଟେ, ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ 8 ଶହୀଦ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଡିଜିପି ଏଚସି ଆୱସ୍ତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦେବା ସହ ଘଟଣାର ରିପୋର୍ଟ ମଧ୍ୟ ମାଗିଛନ୍ତି। ଫରେନସିକ୍ ଟିମ୍ ଓ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ଏସଏସଜି ଏବଂ ଆଇଜି ପହଞ୍ଚିଛନ୍ତି। ଶହୀଦ ହୋଇଥିବା ପୋଲିସ କର୍ମଚାରୀଙ୍କୁ ଉତ୍ତରପ୍ରଦେଶ କେବେ ଭୁଲିବ ନାହିଁ । ସେମାନଙ୍କ ବଳିନାଥ ବୃଥା ଯିବ ନାହିଁ ବୋଲି କହିଛନ୍ତି ସିଏମ ଯୋଗୀ ।

ସୂଚନାଯୋଗ୍ୟ, ବର୍ତ୍ତମାନର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯେତେବେଳେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ଅପରାଧୀ ବିକାଶ ଦୁବେ ବିଜେପି ସରକାରରେ ମନ୍ତ୍ରୀ ଥିବା ସନ୍ତୋଷ ଶୁକ୍ଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

Last Updated : Jul 3, 2020, 10:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.