ETV Bharat / bharat

କୋରୋନା ସନ୍ଦିଗ୍ଧଙ୍କୁ ଆଣିବାକୁ ଯାଇଥିବା ପୋଲିସକୁ ଆକ୍ରମଣ

ଉତ୍ତରପ୍ରଦେଶରେ ପୁଣି ପୋଲିସକର୍ମୀଙ୍କୁ ଆକ୍ରମଣ । ଜଣେ କୋରୋନା ସନ୍ଦିଗ୍ଧଙ୍କୁ କ୍ବାରେନାଟାଇନରେ ରଖିବା ପାଇଁ ଆଣିବା ସମୟରେ ପୋଲିସ ଉପରେ ଆକ୍ରମଣ ।

author img

By

Published : Apr 26, 2020, 1:23 PM IST

patient for quarantine attacked
କୋରୋନା ସନ୍ଦିଗ୍ଧଙ୍କୁ ନେବାକୁ ଯାଇଥିବା ପୋଲିସ ଉପରେ ଆକ୍ରମଣ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପୁଣି ପୋଲିସକର୍ମୀଙ୍କୁ ଆକ୍ରମଣ । ଜଣେ କୋରୋନା ସନ୍ଦିଗ୍ଧଙ୍କୁ କ୍ବାରେନାଟାଇନରେ ରଖିବା ପାଇଁ ନେବା ସମୟରେ ପୋଲିସକୁ ଆକ୍ରମଣ କରାଯାଇଛି । ଏଥିରେ 2 ପୋଲିସକର୍ମୀ ଗୁରୁତର ଆହତ ହୋଇଛନ୍ତି ।

ବହରାଇକର ଭଗବାନପୁର ମାଫି ଅଞ୍ଚଳବାସୀଙ୍କ କ୍ରୋଧର ଶିକାର ହୋଇଥିଲେ ପୋଲିସ । ଚିକେନ ବିକ୍ରେତା ଓ ପୋଲିସଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ସେଠାରେ ଭିଡ ଜମିଯାଇଥିଲା । ଭିଡକୁ ଦୃଷ୍ଟିରେ ରଖି ପୋଲିସ ସମସ୍ତଙ୍କୁ ଘରକୁ ଯିବାକୁ କହିଥିଲା । ପରେ ଚିକେନ ବିକ୍ରେତା ଅବଦୁଲ୍, ତାଙ୍କ ପତ୍ନୀ ଓ ପୁଅଙ୍କ ସହ ସେଠାରେ ଉପସ୍ଥିତ ଥିବା ଭିଡ ପୋଲିସ ଉପରକୁ ଆକ୍ରମଣ କରିଥିଲେ ।

ଏହି ମାମଲାରେ ଅବଦୁଲକୁ ଗିରଫ କରାଯାଇଛି । ଏହାସହ ବାକି ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି । ବର୍ତ୍ତମାନ ସେଠାରେ ପୋଲିସ ମୁତୟନ କରାଯାଇଛି ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.