ETV Bharat / bharat

ନିୟମ ନମାନି ଗାଡି ହରାଇଲେ 36 ଉଲ୍ଲଙ୍ଘନକାରୀ

ଜମ୍ମୁ ଓ କାଶ୍ମୀରରେ ମଧ୍ୟ ଉଲ୍ଲଙ୍ଘନକାରୀଙ୍କ ପ୍ରତି ସରକାର କଠୋର ହୋଇଛନ୍ତି । ଏଠାରେ ନିୟମ ମାନୁନଥିବା ଲୋକଙ୍କୁ ଗିରଫ କରିବା ସହ ଗାଡି ସିଜ କରୁଛି ପୋଲିସ । ଅଧିକ ପଢନ୍ତୁ...

author img

By

Published : Apr 22, 2020, 12:35 AM IST

ନିୟମ ନମାନି ଗାଡି ହରାଇଲେ 36 ଉଲ୍ଲଙ୍ଘନକାରୀ
ନିୟମ ନମାନି ଗାଡି ହରାଇଲେ 36 ଉଲ୍ଲଙ୍ଘନକାରୀ

ଶ୍ରୀନଗର: କୋରୋନା ଭୟାବହତାରେ ସାରା ଦେଶ ଥରହର । ପରିସ୍ଥିତି ଅତ୍ୟନ୍ତ ଖରାପ ହେବାକୁ ଯାଉଥିବାବେଳେ ମୁକାବିଲା ପାଇଁ ସରକାର ସବୁପ୍ରକାର ବ୍ୟବସ୍ଥା ଆପଣାଉଛନ୍ତି । ଲକଡାଉନର ଅବଧି ପୁଣି ବଢାଯାଇଥିବାବେଳେ ରାପିଡ ଟେଷ୍ଟିଂକୁ ଅଧିକ ଗୁରୁତ୍ବ ଦିଆଯାଉଛି ।

ତେବେ ଲୋକଙ୍କ ସ୍ବଭାବ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଅଧିକାଂଶ ଜାଗାରେ ଲକଡାଉନ ଉଲ୍ଲଙ୍ଘନ କରି ପ୍ରତିଦିନ ଶହ ଶହ ଲୋକ ଗିରଫ ହେବା ସହ ଏବେ ଯାଏଁ ବିଭିନ୍ନ ରାଜ୍ୟରେ ହଜାର ହଜାର ମାମଲା ରୁଜୁ ହୋଇଛି । ସେହିପରି ଜମ୍ମୁ ଓ କାଶ୍ମୀରରେ ମଧ୍ୟ ଉଲ୍ଲଙ୍ଘନକାରୀଙ୍କ ପ୍ରତି ସରକାର କଠୋର ହୋଇଛନ୍ତି । ଏଠାରେ ନିୟମ ମାନୁନଥିବା ଲୋକଙ୍କୁ ଗିରଫ କରିବା ସହ ଗାଡି ସିଜ କରୁଛି ପୋଲିସ । ସେହିପରି ସେମାନଙ୍କ ନାମରେ ଅପରାଧିକ ମାମଲା ମଧ୍ୟ ରୁଜୁ ହେଉଛି ।

ଅୱନ୍ତିପୋରାରେ ଏପରି ଦୃଶ୍ୟ ସୋମବାର ଦେଖିବାକୁ ମିଳିଛି । ଲକଡାଉନ ଉଲ୍ଲଙ୍ଘନ କରି ଅନେକ ଲୋକ ଗାଡି ଧରି ବାହାରକୁ ବାହାରିଥିଲେ । ହେଲେ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସମସ୍ତଙ୍କ ଗାଡି ସିଜ କରି ସେମାନଙ୍କ ନାମରେ ମାମଲା ରୁଜୁ ହୋଇଛି । ଏପରିକି କିଛି ଲୋକଙ୍କୁ ପୋଲିସ ଗୋଡେଇ ଗୋଡେଇ ପିଟିଥିଲା । ଜମ୍ମୁ ଓ କାଶ୍ମୀର ପୋଲିସ ସୂଚନାନୁସାରେ ଗୋଟିଏ ଦିନରେ ଏଠାରେ ମୋଟ 36ଟି ଗାଡି ଜବତ କରିଛି ପୋଲିସ ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.