ଅମରାବତୀ: ପଡୋଶୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲାର ତଲ୍ଲବଲେମ ଗାଁରୁ 561 କିଲୋ ଗଞ୍ଜେଇ ଜବତ ହୋଇଛି । ଏ ଘଟଣାରେ 2 ଜଣଙ୍କୁ ଗିରଫ କରିଛି କାଶୀମକୋଟା ପୋଲିସ । ଜବତ ଗଞ୍ଜେଇର ମୂଲ୍ୟ 11 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଗିରଫ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି।
ଗଞ୍ଜେଇ ଚାଲାଣ ନେଇ ବିଶେଷ ସୂତ୍ରରୁ କାଶୀମକୋଟା ପୋଲିସକୁ ଖବର ମିଳିଥିଲା । ଏହା ପରେ ତଲ୍ଲାପଲେମ ଗାଁରୁ ଗଞ୍ଜେଇ ବୋଝେଇ ଏକ ଟ୍ରକ ଜବତ କରିଥିଲା ପୋଲିସ । ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ପୋଲିସ 2 ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ପାଖରୁ 2ଟି ମୋବାଇଲ ଫୋନ ଓ ନଗଦ 51 ହଜାର ଟଙ୍କା ଜବତ କରାଯାଇଛି ପୋଲିସ ।