ETV Bharat / bharat

ପୋଲିସଙ୍କ ସାହସିକତା: ପ୍ରଖର ଜଳ ସ୍ରୋତରୁ 2 ଯୁବକଙ୍କୁ କଲେ ଉଦ୍ଧାର

author img

By

Published : Aug 13, 2020, 7:40 PM IST

ରାମପୁରରେ ସତଲେଜ ନଦୀର ଜଳସ୍ତର ବୃଦ୍ଧି ହେତୁ ଦୁଇଜଣ ଯୁବକ ନଦୀ ମଝିରେ ଫସି ରହିଥିଲେ । ପୋଲିସ କର୍ମଚାରୀଙ୍କ କଠିନ ପରିଶ୍ରମ ପରେ ସେମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି ।

Police rescued two youths
ନଦୀ ମଝିରୁ ଉଦ୍ଧାର ହେଲେ 2 ଯୁବକ

ସିମଲା: ରାଜ୍ୟରେ ଲଗାତାର ବର୍ଷା ହେତୁ ନଦୀର ଜଳ ସ୍ତର ବୃଦ୍ଧି ପାଇଛି । ନଦୀ ଓ ଝରଣାଠାରୁ ଦୂରରେ ରହିବାକୁ ପ୍ରଶାସନ କ୍ରମାଗତ ଭାବରେ ଲୋକଙ୍କୁ ନିବେଦନ କରୁଛି । ଏଭଳି ପରିସ୍ଥିତିରେ କିଛି ଲୋକ ନିଜ ଜୀବନକୁ ଖାତିର ନକରି ନଦୀ ପାଖକୁ ଯାଉଛନ୍ତି । ରାମପୁର ଅଞ୍ଚଳରେ ଜଳ ସ୍ତର ବୃଦ୍ଧି ହେତୁ ଦୁଇଜଣ ଯୁବକ ସତଲେଜ ନଦୀ ମଧ୍ୟରେ ଅଟକି ଯାଇଥିଲେ । ତେବେ ଠିକ ସମୟରେ ପୋଲିସ କର୍ମଚାରୀଙ୍କ ସାହାଯ୍ୟରେ ଉଭୟ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଦୁଇ ଯୁବକଙ୍କୁ ନଦୀ ମଧ୍ୟଭାଗରୁ ଉଦ୍ଧାର କରିବା ପାଇଁ ପୋଲିସର ଉଦ୍ୟମକୁ ଲୋକେ ପ୍ରଶଂସା କରିଛନ୍ତି ।

ନଦୀ ମଝିରୁ ଉଦ୍ଧାର ହେଲେ 2 ଯୁବକ

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଦୁଇଜଣ ଯୁବକ ରାମପୁରର ଚାଣ୍ଟି ନିକଟ ସତଲେଜ ନଦୀ କୂଳରେ କାଠ ସଂଗ୍ରହ କରିବାକୁ ଯାଇଥିଲେ । ଏହି ସମୟ ମଧ୍ୟରେ ନଦୀର ଜଳ ସ୍ତର ବଢିଥିଲା ଓ ସେମାନେ ପ୍ରବଳ ସ୍ରୋତ ମଧ୍ୟରେ ଫସିଯାଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ହେଡ କନଷ୍ଟେବଳ ପ୍ରୀତମ ସିଂ, କନଷ୍ଟେବଳ ରାଜ କୁମାର, କନଷ୍ଟେବଳ ଅଜୟ ଶର୍ମା ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ ।

ହେଡ କନଷ୍ଟେବଳ ପ୍ରୀତମ ସିଂ କହିଛନ୍ତି ଯେ ଯୁବକମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବାରେ ସ୍ଥାନୀୟ ଲୋକ ଦଳକୁ ସାହାଯ୍ୟ କରିଥିଲେ । ଜଳ ସ୍ତର ବୃଦ୍ଧି କାରଣରୁ ନାଥପା ଡ୍ୟାମରୁ ଯେକୌଣସି ସମୟରେ ଜଳ ସ୍ତର ବଢିପାରେ । ତେଣୁ ସତଲେଜ ନଦୀ ନିକଟକୁ ନ ଯିବା ପାଇଁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.