ଭୋପାଳ: ମଧ୍ୟପ୍ରଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଉଜ୍ଜେନର ନୀଳଗାଙ୍ଗା ପୋଲିସ ଷ୍ଟେସନର ଥାନାଧିକାରୀ ଯଶବନ୍ତ ପାଲଙ୍କ କରୋନାରେ ଦେହାନ୍ତ ହୋଇଛି । ସେ ଅମ୍ବର କଲୋନୀ କଣ୍ଟେନମେଣ୍ଟ ଅଞ୍ଚଳରେ ଡ୍ୟୁଟିରେ ଥିବାବେଳେ କରୋନା ସଂକ୍ରମିତ ହୋଇଥିଲେ। ଯଶଓ୍ବନ୍ତ ଇନ୍ଦୋରର ଅରୋବିନ୍ଦ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମଙ୍ଗଳବାର ସକାଳେ ତାଙ୍କର ଦେହାନ୍ତ ହୋଇଛି।
ଗତ 12 ଦିନ ଧରି ଯଶବନ୍ତ ପାଲ ହସ୍ପଟିଲରେ ଚିକିତ୍ସିତ ହେଉଥିଲେ। ସେ ଆସିବା ଦିନଠାରୁ ତାଙ୍କ ଅବସ୍ଥା ଗୁରୁତର ଥିଲା। 6 ଏପ୍ରିଲରେ ନୀଲଗଙ୍ଗା ଥାନାଧିକାରୀ ଯଶବନ୍ତ ପାଲଙ୍କଠାରେ କରୋନା ପଜିଟିଭ ମିଳିଥିଲା । ତାଙ୍କ ସମ୍ପର୍କରେ ଆସିଥିବା 12 ଜଣ ପୋଲିସକର୍ମୀଙ୍କୁ ମାଧବନଗର କ୍ବାରେଣ୍ଟାଇନରେ ପଠାଯାଇଥିଲା । ଏହା ବ୍ୟତିତ ଯଶବନ୍ତ ପାଲଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ପତ୍ନୀ ଏବଂ 2 ଝିଅଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ।
ଉଜ୍ବେନର ନୀଳଗଙ୍ଗା ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଯଶବନ୍ତ ପାଲ କରୋନା ବିରୋଧରେ କୋରୋନା ବିରୋଧରେ ଲଢେଇ କରି ନିଜ ଜୀବନୁ ବଳିଦାନ ଦେଇଥିବା କହିଛନ୍ତି ମଧ୍ୟପ୍ରଦେଶ ଡିଜିପି । ଗୋଟିଏ ସପ୍ତାହ ମଧ୍ୟରେ ମଧ୍ୟପ୍ରଦେଶ ପୋଲିସର ଦୁଇଜଣ ଅଧିକାରୀ ଡ୍ୟୁଟିରେ ଥିବା ବେଳେ ଜୀବନ ହାରିଛନ୍ତି । ସେମାନଙ୍କର ବଳିଦାନରେ ଶୋକ ବ୍ୟକ୍ତ କରିଛନ୍ତି ପରୋଲିସ ଡିଜି ।
ଇନ୍ଦୋର କଥା ଯଦି କୁହାଯାଏ ତେବେ ମଧ୍ୟପ୍ରଦେଶରେ ଏହି ସହରରେ ସର୍ବାଧିକ କୋରୋନା ପଜିଟିଭ ମାମଲା ରହିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବରା ଗଠିତ ଏକ ଟିମ ସୋମବାର ଇନ୍ଦୋରରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ