ETV Bharat / bharat

ଜାମିଆ ମିଲିୟା: ପ୍ରଦର୍ଶନରତ ଛାତ୍ରଛାତ୍ରୀଙ୍କୁ ଉଠାଇ ନେଲା ପୋଲିସ - police detained jamia students

ଦିଲ୍ଲୀର ପୁରୁଣା ପୋଲିସ ମୁଖ୍ୟାଳୟ ବାହାରେ ପ୍ରଦର୍ଶନ କରୁଥିବା ଜାମିଆ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଉଠାଇ ନିଆଯାଇଛି । ଅଧିକ ପଢନ୍ତୁ...

police detained jamia students
ଜାମିଆ
author img

By

Published : Jan 31, 2020, 10:19 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ପୁରୁଣା ପୋଲିସ ମୁଖ୍ୟାଳୟ ବାହାରେ ପ୍ରଦର୍ଶନ କରୁଥିବା ଜାମିଆ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଉଠାଇ ନିଆଯାଇଛି । ସେମାନଙ୍କୁ ରାଜେନ୍ଦ୍ର ନଗର ପୋଲିସ ଷ୍ଟେସନ ନିଆଯାଇଛି । ପ୍ରାୟ 60 ଜଣ ଛାତ୍ରଛାତ୍ରୀଙ୍କୁ ପୋଲିସ ଉଠାଇ ନେଇଛି ।

ଜାମିଆରେ ଗତକାଲି ପ୍ରଦର୍ଶନକାରୀଙ୍କ ଉପରେ ହୋଇଥିବା ଗୁଳିକାଣ୍ଡ ବିରୋଧରେ ଏହି ଛାତ୍ରଛାତ୍ରୀ ଗତକାଲି ରାତିରୁ ରାଜରାସ୍ତାରେ ଧାରଣା ଦେଇଥିଲେ । ଏହି ଧାରଣା ଯୋଗୁଁ ରାସ୍ତା ବନ୍ଦ ହେବା ସହ କଡକଡି ମୋଡରୁ ଆଇଟିଓ ପର୍ଯନ୍ତ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ଫଳରେ ପୋଲିସକୁ ବାଧ୍ୟ ହୋଇ ଏଭଳି କାର୍ଯ୍ୟାନୁଷ୍ଠାନ ନେବାକୁ ପଡିଥିଲା ।

ରାଜଧାନୀ ଦିଲ୍ଲୀର ଜାମିଆମିଲିୟା ବିଶ୍ବବିଦ୍ୟାଳୟ ନିକଟରେ ଗତକାଲି ସିଏଏ ଏବଂ ଏନଆରସି ବିରୋଧରେ ପ୍ରଦର୍ଶନ ଚାଲିଥିଲା । ଏହି ସମୟରେ ଜଣେ ଯୁବକ ସେଠାକୁ ବନ୍ଧୁକ ଧରି ଆସିଥିଲେ ଏବଂ ପ୍ରଦର୍ଶନକାରୀଙ୍କୁ 'ୟେ ଲୋ ଆଜାଦି' କହି ଗୁଳି ଚଳାଇଥିଲେ । ଏଥିରେ ଜାମିଆର ଜଣେ ଛାତ୍ର ଆହତ ହୋଇଥିଲେ । ଏହାପରେ ଜାମିଆ ଏବଂ ଅନ୍ୟାନ୍ୟ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ଗୁଳିକାଣ୍ଡ ବିରୋଧରେ ମାର୍ଚ୍ଚ ବାହାର କରିଥିଲେ ଏବଂ ପୋଲିସ ମୁଖ୍ୟାଳୟ ସାମ୍ନାରେ ଧାରଣା ଦେଇଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.