ଭୋପାଳ: ପୋଲିସ କନେଷ୍ଟବଳଙ୍କ ଉପରେ ଟ୍ରାକ୍ଟର ଚାପି ହତ୍ୟା । ଡିଜେଲ ବ୍ଲାକ ମାର୍କେଟିଂର ଯାଞ୍ଚ କରୁଥିବା ସମୟରେ ଜଣେ କନେଷ୍ଟବଳଙ୍କୁ ଅତ୍ୟନ୍ତ ନିମର୍ମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସେପଟେ, ଘଟଣାରେ ସ୍ଥାନୀୟ ପୋଲିସ ଷ୍ଟେସନର ଇନଜାର୍ଜ ଏହାକୁ ସଡକ ଦୁର୍ଘଟଣା କହି ନିଲମ୍ବିତ ହୋଇଛନ୍ତି ।
ମଧ୍ୟପ୍ରଦେଶର ସତନା ଜିଲ୍ଲାର ପଟଲା ଗାଁରେ ବ୍ଲାକରେ ଡିଜେଲ କାରବାର କରାଯାଉଥିଲା । ଏହି ଘଟଣାର ଯାଞ୍ଚ ପାଇଁ ପୋଲିସ କନେଷ୍ଟବଳ ପ୍ରବଳ ପ୍ରତାବ ସିଂ ଘଟଣାସ୍ଥଳକୁ ଯାଇଥିଲେ । ଏପରି ଅପରାଧିକ କାର୍ଯ୍ୟକୁ ଅଟକାଇବାରୁ ତାଙ୍କ ଉପରେ ଟ୍ରାକ୍ଟର ଚଢାଇ ହତ୍ୟା କରାଯାଇଥିଲା । ସେପଟେ ଏହି ଘଟଣାକୁ ସଡକ ଦୁର୍ଘଟଣା କହି ଘଟଣାକୁ ଚପାଇ ଦେବାକୁ ବସିଥିବା ନୟାଗାଓଁ ପୋଲିସ ଷ୍ଟେସନର ଦାୟିତ୍ବରେ ଥିବା ପୋଲିସ ଇନଚାର୍ଜଙ୍କୁ ନିଳମ୍ବିତ କରାଯାଇଛି । ଏହି ଘଟଣାର ଯାଞ୍ଚ ପାଇଁ ପୋଲିସ ଟିମ ଉକ୍ତ ଗାଁରେ ପହଞ୍ଚିଥିବାବେଳେ ପ୍ରକୃତ ସତ କଥା ଜଣାପଡିଥିଲା ।
ପୋଲିସ ଅଧୀକ୍ଷକ ରିୟାଜ ଇକବାଲ କହିଛନ୍ତି ଯେ, ଏହି ଘଟଣାରେ 5ଜଣଙ୍କୁ ପୋଲିସ ହେପାଜତରେ ନିଆଯାଇଛି । ମୁଖ୍ୟ ଅଭିଯୁକ୍ତକୁ ଧରାଇବା ପାଇଁ 10 ହଜାର ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛନ୍ତି ପୋଲିସ ଅଧିକ୍ଷକ । ଏନେଇ ଅଧିକ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
@ANI