ETV Bharat / bharat

ଚିଲ୍ଲା ସୀମାରୁ ହଟିଲା ପୋଲିସ ବ୍ୟାରିକେଡ୍‌

author img

By

Published : Jan 27, 2021, 8:10 PM IST

ଦିଲ୍ଲୀର ଚିଲ୍ଲା ସୀମାରୁ ହଟିଲା ପୋଲିସ ବ୍ୟାରିକେଡ୍‌ । ସନ୍ଧ୍ୟାରେ ବ୍ୟାରିକେଡ୍‌ ହଟାଇଲା ପୋଲିସ । ଅଧିକ ପଢନ୍ତୁ...

ଚିଲ୍ଲା ସୀମା
ଚିଲ୍ଲା ସୀମା

ନୂଆଦିଲ୍ଲୀ: ଚିଲ୍ଲା ସୀମାରୁ ହଟିଲା ପୋଲିସ ବ୍ୟାରିକେଡ୍‌ । ଆଜି ସନ୍ଧ୍ୟାରେ ଚିଲ୍ଲା ସୀମାରୁ ପୋଲିସ ବ୍ୟାରିକେଡ୍‌ ହଟାଇଥିବା ଦେଖିବାକୁ ମିଳିଛି । ପୋଲିସ ଉପସ୍ଥିତିରେ ଏହି ବ୍ୟାରିକେଡ୍‌ ହଟାଯାଇଛି ।

ଚିଲ୍ଲା ସୀମାରେ ଧାରଣାରେ ବସିଥିବା ଭାରତୀୟ କିଷାନ ୟୁନିୟନର ସଭାପତି ଠାକୁର ଭାନୁ ପ୍ରତାପ ସିଂ ଗତକାଲି ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଘୋଷଣା କରିବା ପରେ ପୋଲିସ ଏହି ପଦକ୍ଷେପ ନେଇଛି । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି କୃଷକ ମାନେ ଆନ୍ଦୋଳନ କରୁଥିବାବେଳେ ଗତକାଲି ଟ୍ରାକ୍ଟର ରାଲି ସମୟରେ ହିଂସା ହୋଇଥିଲା ।

ଏହାକୁ ବିରୋଧ କରି ଠାକୁର ଭାନୁ ପ୍ରତାପ ସିଂ ଆନ୍ଦୋଳନକୁ ବନ୍ଦ କରିବାକୁ ତାଙ୍କ ସଙ୍ଗଠନ ନିଷ୍ପତ୍ତି ନେଇଥିବା କହିଥିଲେ । ଫଳରେ ପୋଲିସ ଏଠାରୁ ଆଜି ବ୍ୟାରିକେଡ୍‌ ହଟାଇଛି । ସୂଚନାଥାଉକି, ସାଧାରଣ ଦିବସ ଅବସରରେ କୃଷକ ମାନେ ଟ୍ରାକ୍ଟର ମାର୍ଚ୍ଚ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ତେବେ ଏହି ରାଲି ସମୟରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା ।

ଏହି ରାଲି ପୋଲିସ ବ୍ୟାରିକେଡ ଭାଙ୍ଗିବା ସହ ପୋଲିସ ସହିତ ମୁହାଁମୁହିଁ ହୋଇଥିଲା । ଯେଉଁଥିରେ 83 ଜଣ ପୋଲିସ କର୍ମଚାରୀ ଆହତ ହେବା ସହ ଅନେକ ଧନସମ୍ପତ୍ତି କ୍ଷୟକ୍ଷତି ହୋଇଥିଲା । ଏହାସହ ଏମାନେ ଲାଲକିଲ୍ଲା ଯିବା ସହ ସେଠାରେ ପତାକା ଉଡାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.