ETV Bharat / bharat

ସରକାରୀ ପଲିଟେକନିକରେ ଛାତ୍ରୀଙ୍କୁ ଗଣଦୁର୍ଷ୍କମ, 8 ଛାତ୍ର ଗିରଫ

author img

By

Published : Oct 13, 2020, 6:37 PM IST

ରାଜ୍ୟରେ ବଢୁଛି ଅପରାଧ । ଝାନ୍ସିର ଜଣେ ଛାତ୍ରୀଙ୍କୁ ଦୁର୍ଷ୍କମ ଅଭିଯୋଗରେ ଗିରଫ ହେଲେ 8 ଜଣ ଛାତ୍ର ।

8 arrested after college mate blackmailed, raped in Jhansi hostel
ଛାତ୍ରୀଙ୍କୁ ଦୁର୍ଷ୍କମ,8 ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ: ରାଜ୍ୟରେ ଥମିବାର ନାଁ ନେଉନି ଘଟଣା । ଉତ୍ତର ପ୍ରଦେଶ ଝାନ୍ସି ଅଞ୍ଚଳରେ ଛାତ୍ରୀଙ୍କୁ ଗଣଦୁର୍ଷ୍କମ ସହ ଧମକାଇବା ଅଭିଯୋଗରେ 8 ଜଣ ଛାତ୍ରକୁ ଗିରଫ କରିଛି ଝାନ୍ସି ପୋଲିସ ।

ଝାନ୍ସିର ଏକ ସରକାରୀ ପଲିଟେକନିକର 8 ଜଣ ଛାତ୍ର କଲେଜ ଭିତରେ ଜଣେ ଛାତ୍ରୀଙ୍କ ସହ ଗଣଦୁର୍ଷ୍କମ କରିଥିବା ଘଟଣା ସାମ୍ନାକୁ ଆସିଛି । 8 ଜଣ ପୀଡିତାଙ୍କୁ ଧମକ ଦେଇଥିବା ସହ 3000 ଟଙ୍କା ମାଗିଥିବା ଜଣାପଡିଛି । ତେବେ କୋରୋନା ସମୟରେ କଲେଜଗୁଡିକ ବନ୍ଦ ଥିବାବେଳେ ଛାତ୍ରମାନେ ହଷ୍ଟେଲକୁ କିପରି ଆସିଲେ ତାହା ଜଣା ପଡିନାହିଁ । ମାତ୍ର ଘଟଣା ଦିନ ସରକାରୀ କଲେଜରେ ଏକ ପରୀକ୍ଷା ଅନୁଷ୍ଠିତ ହେଉଥିଲା । ସୋମବାର ରାତିରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଛାତ୍ରଙ୍କୁ କଲେଜରୁ ବହିଷ୍କୃତ କରିବାକୁ କହିଛନ୍ତି ଜିଲ୍ଲା ମାଜିଷ୍ଟେଟ ଏ ଭିମସା । ଭାରତୀୟ ଦଣ୍ଡ ବିଧାନ ଅନୁସାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋସ୍କୋ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କହିଛନ୍ତି ଏସପି ଦିନେଶ କୁମାର ।

ଘଟଣାର ଅଧିକ ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଟିମ ଗଠନ କରାଯାଇଛି । ଏଥିସହ ସର୍କଲ ଅଧିକାରୀ ଓ ମାଜିଷ୍ଟେଟଙ୍କ ମିଳିତ ଉଦ୍ୟମରେ ଘଟଣାର ତଦନ୍ତ ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.