ETV Bharat / bharat

ପ୍ରତି 1 ଘଣ୍ଟାରେ ହାତ ସଫା ପାଇଁ ମେରଟ ପୋଲିସର ନିର୍ଦ୍ଦେଶ - uttarapradesh news

ଦେଶରେ ଯେଉଁ ଭଳି ଭାବେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ସେନେଇ ଉତ୍ତରପ୍ରଦେଶ ସ୍ଥିତ ମେରଟ ପୋଲିସ ସଂକ୍ରମିତରୁ ବଞ୍ଚିବାକୁ ଏକ ନୂଆ ଉପାୟ ବାହାର କରିଛି । ଅଧିକ ପଢନ୍ତୁ...

କୋରୋନାରୁ ବଞ୍ଚିବାକୁ ମିରଟ ପୋଲିସର ଅଭିନବ ଉପାୟ, ପ୍ରତି 1 ଘଣ୍ଟାରେ କରିବାକୁ ହେବ ହାତ ସଫା

author img

By

Published : May 23, 2020, 3:41 PM IST

ମେରଟ: ଉତ୍ତରପ୍ରଦେଶ ମେରଟରେ ବଢୁଥିବା କୋରୋନା ସଂଖ୍ୟା ହ୍ରାସ କରିବା ପାଇଁ ପୋଲିସ ଏକ ନୂତନ ଉପାୟ ଅବଲମ୍ବନ କରିଛି । ପନିପରିବା ଏବଂ ଫଳ ବଜାରରେ ପ୍ରତି ଏକ ଘଣ୍ଟାରେ ପୋଲିସ କାର ସାଇରନ ବଜାଇ ଚାଲିଯାଉଛି ସେତେବେଳେ ମଣ୍ଡିରେ ପରିବା ଓ ଫଳ କିଣୁଥିବା ଗ୍ରାହକ, ଦୋକାନୀ ଓ ହୋଲସେଲରମାନେ ସମସ୍ତେ ହାତ ସାନିଟାଇଜ କରୁଛନ୍ତି ।

ମେରଟ ଥାନା ଓ ମେଡିକାଲ ଅନ୍ତର୍ଗତ ଜାଗୃତି ବିହାର ସ୍ଥିତ ଅସ୍ଥାୟୀ ଫଳ ଏବଂ ପନିପରିବା ବଜାରରେ ଶନିବାର ଠାରୁ ପ୍ରତ୍ୟେକ ଦିନ ପୋଲିସ ପ୍ରତିଘଣ୍ଟାରେ ସାଇରନ ବଜାଇ ସେହି ରାସ୍ତା ଦେଇ ଗଲେ ଦୋକାନୀ ଗ୍ରାହକ ସମସ୍ତେ ହାତ ସଫା କରୁଛନ୍ତି । ଯାହାଦ୍ବାରା କୋରୋନା ଭଳି ମାରାତ୍ମକ ମହାମାରୀକୁ ରୋକିବାରେ ସକ୍ଷମ ହେବ ।

ଠିକ ଏହିପରି ବ୍ୟବସ୍ଥା ମେଡିକାଲ ମାର୍କେଟ ସଦରର ଡାଲ ଗେଟର ଦିଲ୍ଲୀ ଗେଟ ଫାଟକରେ କୋଟଲା ମଣ୍ଡି ବଜାରରେ ମଧ୍ୟ ଆରମ୍ଭ ହେବ । ଯାହା ଦ୍ବାରା ଲୋକେ ପ୍ରତି ଘଣ୍ଟାରେ ସାନିଟାଇଜର ବ୍ୟବହାର କରି କୋରୋନା ଜୀବାଣୁ ସଂକ୍ରମଣ ସହ ଲଢିପାରିବେ। କାରଣ ଏହି ମହାମାରୀକୁ ଏଡାଇବା ପାଇଁ ହାତକୁ ସ୍ବଚ୍ଛ ରଖିବା ଏବଂ ସାମାଜିକ ଦୂରତା ହେଉଛି ଏକମାତ୍ର ଉପାୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.