ନୂଆଦିଲ୍ଲୀ: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀଆଲ ଆଜି ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକ ଭି.ରାମଗୋପାଲ ରାଓଙ୍କୁ ଭେଟିଛନ୍ତି । ଆଇଆଇଟି ଦିଲ୍ଲୀ କୁସୁମା ସ୍କୁଲ ଅଫ୍ ବାୟୋଲୋଜିକାଲ ସାଇନ୍ସର ଅନୁସନ୍ଧାନକାରୀମାନେ କୋଭିଡ-19 ପାଇଁ ଏକ ଚିହ୍ନଟ ଯନ୍ତ୍ର ପ୍ରସ୍ତୁତ କରିଛନ୍ତି ।
କେବଳ ଏତିକି ନୁହେଁ ଏହା ଆଇସିଏମଆର ଦ୍ବାରା ମଧ୍ୟ ଅନୁମୋଦିତ ହୋଇଛି । ବର୍ତ୍ତମାନ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 23,240 ଥିବା ବେଳେ କୋରୋନା ନେଲାଣି 727 ଜଣଙ୍କ ପ୍ରାଣ ।
@ANI