ETV Bharat / bharat

ଯୌତୁକରେ ଦିଆଯାଏ 21 ବିଷଧର ସାପ, ନଚେତ ଝିଅ ରୁହେ କୁମାରୀ

ଛତିଶଗଡ ମହାସମୁନ୍ଦ ଜିଲ୍ଲାର ତୁମଗାମ ଗ୍ରାମରେ ରହିଛି ଏକ ଅଦ୍ଭୁଦ ପ୍ରଥା । ଏହି ପ୍ରଥା ଅନୁଯାୟୀ କନ୍ୟାପକ୍ଷ ଯଦି 21 ଟି ପ୍ରଜାତିର ବିଷଧର ସାପ ଦେବାରେ ଅସକ୍ଷମ ହୁଅନ୍ତି, ସେହି କନ୍ୟା ସାରା ଜୀବନ ପାଇଁ କୁମାରୀ ରହିଯାଏ ।

author img

By

Published : Mar 13, 2019, 11:43 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ରାୟପୁର: ଯୌତୁକ ପ୍ରଥା ବେଆଇନ ହୋଇଥିବା ବେଳେ ଏବେବି ଦେଶରେ ଖୁଲମଖୁଲା ଚାଲିଛି ଏହି ପ୍ରଥା । ତେବେ ଯୌତୁକ ହିସାବରେ କିଏ ସୁନା ଗହଣା ଦିଏ ତ ଆଉ କିଏ ନଗଦ ଟଙ୍କା । କିନ୍ତୁ ଯୌତୁକରେ ବିଷଧର ସାପ ଦିଆଯିବା ଘଟଣା ସମ୍ପୂର୍ଣ୍ଣ ଭିନ୍ନ । ତାହା ପୁଣି ଗୋଟାଏ କି ଦୁଇଟି ନୁହେଁ ପୁରା 21 ଟି ।

ସୂଚନା ମୁତାବକ, ଛତିଶଗଡ ମହାସମୁନ୍ଦ ଜିଲ୍ଲାର ତୁମଗାମ ଗ୍ରାମରେ ରହିଛି ଏଭଳି ଅଦ୍ଭୁଦ ପ୍ରଥା । ଏହି ପ୍ରଥା ଅନୁଯାୟୀ କନ୍ୟାପକ୍ଷ ଯଦି 21 ଟି ପ୍ରଜାତିର ବିଷଧର ସାପ ଦେବାରେ ଅସକ୍ଷମ ହୁଅନ୍ତି, ସେହି କନ୍ୟା ସାରା ଜୀବନ ପାଇଁ କୁମାରୀ ରହିଯାଏ । ଆଉ ଏହି ପରମ୍ପରାକୁ ଚଳାଇ ଆସୁଛନ୍ତି ଛତିଶଗଡର କେଳା ସମ୍ପ୍ରଦାୟ ।

ତେବେ ଏହି ସମ୍ପ୍ରଦାୟଙ୍କ ପାଇଁ ରୋଜଗାରଠୁ ଆରମ୍ଭ କରି ଜମାପୁଞ୍ଜି ପର୍ଯ୍ୟନ୍ତ ଏକ ମାତ୍ର ସାହାରା ଏହି ବିଷଧର ସାପ । ଏହି ସାପକୁ ଦେଖାଇ ଯାହା ଅର୍ଥ ମିଳେ ସେଥିରେ ସେମାନଙ୍କ ପରିବାର ଚଳେ । ଏହି କାରଣରୁ ସେମାନେ ଯୌତୁକରେ ବିଷଧର ସାପ ଆଣିଥାନ୍ତି ।

Intro:Body:

ମୁମ୍ବାଇ: ବଲିଉର ପପୁଲାର ଫିଲ୍ମନିର୍ମାତା କରଣ ଜୋହର ନିକଟରେ ଦର୍ଶକଙ୍କୁ ବହୁଅପେକ୍ଷିତ ଫିଲ୍ମ 'କଲଙ୍କ'ର ଟିଜର ରିଲିଜ କରାଇ ଦର୍ଶକଙ୍କୁ ଦେଇଛନ୍ତି ବଡ ସରପ୍ରାଇଜ । ଫିଲ୍ମର ଟିଜରଟି ଦର୍ଶକ ତଥା ଷ୍ଟାରମାନଙ୍କୁ ବେଶ ପସନ୍ଦ ଆସିଥିବାବେଳେ ସୋସିଆଲ ମିଡିଆର ମଧ୍ୟ ଫିଲ୍ମର ସିନ ତଥା ଡାଇଲଗକୁ ନେଇ ଦେଖାଦେଇଛି ଅନେକ ମିମି..

ଫିଲ୍ମର ଏହି ଟିଜରଟି ବେଶ ସିରିୟସ ନଜର ଆସିଥିବାବେଳେ ଏହାକୁ ନେଇ କିନ୍ତୁ ପ୍ରସ୍ତୁତ ହୋଇଛି ଅନେକ ଜବରଦସ୍ତ ମିମି । ଆଉ ଏହି ସବୁ ମିମିକୁ ଦେଖି ଯେ କେହି ବି ନିଜ ହସକୁ ରୋକିବା ମୁସକିଲ ହେବ ।

ଫିଲ୍ମର ଟିଜରରେ ଅନେକ ଇନଟେନ୍ସ ସିନ ସାଙ୍ଗକୁ ରହିଛି ମାତ୍ର ଦୁଇଟି ଡାଇଲଗ । ପ୍ରଥମଟି ବରୁଣଙ୍କ ଦ୍ବାରା 'କୁଛ ରିସ୍ତେ କର୍ଜ କି ତରହ ହୋତେ ହୈ, ଉହ୍ନେ ନିଭାନା ନେହିଁ ଚୁକାନା ପଡତା ହୈ' ହୋଇଥିବାବେଳେ ଅନ୍ୟଟି ଆଲିୟାଙ୍କର । ଆଲିୟାଙ୍କ ଡାଇଲଗଟି କିଛି ଏମିତି, 'ଜବ କିସି ଔର କି ବରବାଦି ଆପନି ଜିତ ଜୈସି ଲଗେ, ତୋ ହମସେ ଜ୍ୟାଦା ବରବାଦ ଔର କୋଇ ନେହିଁ ଇସ ଦୁନିଆ ମେଁ ।'

ଅଭିଶେକ ବର୍ମନଙ୍କ ଦ୍ବାରା ନିର୍ଦ୍ଦେଶିତ ଓ କରଣ ଜୋହରଙ୍କ ପ୍ରଯୋଜିତ ଏହି ଫିଲ୍ମଟି ମଲ୍ଟିଷ୍ଟାରର ହୋଇଥିବାବେଳେ ଦୀର୍ଘଦିନ ପରେ ପରଦାରେ ଏକାଠି ହୋଇଛନ୍ତି ମାଧୁରୀ ଦିକ୍ଷୀତ ଓ ସଞ୍ଜୟ ଦତ୍ତ । ଏମାନଙ୍କ ଛଡା ଫିଲ୍ମରେ ଆଲିୟା-ବରୁଣ ଓ ସୋନାକ୍ଷୀ-ଆଦିତ୍ୟଙ୍କ ଯୋଡି ମଧ୍ୟ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମଟି ସ୍ବର୍ଗତଃ ୟଶ ଜୋହର ଓ କରଣଙ୍କ 15ବର୍ଷ ପୁରୁଣା ଡ୍ରିମ ପ୍ରୋଜେକ୍ଟ ହୋଇଥିବାବେଳେ ଏହା ଏପ୍ରିଲ 17ତାରିଖରେ ରିଲିଜ ହେବ।

ତେବେ ସୋସିଆଲ ମିଡିଆରେ ଏବେ ଏହି ଡାଇଲଗ ଟ୍ରେଣ୍ଡ କରୁଥିବାବେଳେ ଏହାକୁ ନେଇ ପ୍ରସ୍ତୁତ କରାଯାଇଛି ଅନେକ ମିମି । ଚାଲନ୍ତୁ ଦେଖିବା ସେହି ମିମି ଗୁଡିକ...

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.