ETV Bharat / bharat

ଛତିଶଗଡ କାଗଜ କାରଖାନାରେ ଗ୍ୟାସ ଲିକରେ 7 ମଜୁରିଆ ଅସୁସ୍ଥ, କାରଖାନା ଲାଇସେନ୍ସ ରଦ୍ଦ - ଛତିଶଗଡ କାଗଜ କାରଖାନାରେ ଗ୍ୟାସ ଲିକ

ଆନ୍ଧ୍ରପ୍ରଦେଶ ପରେ ଛତିଶଗଡରେ ଗ୍ୟାସ ଲିକ । ରାୟଗଡ ସ୍ଥିତି ପେପର ମିଲରୁ ବିଷାକ୍ତ ଗ୍ୟାସ ଲିକ ହୋଇ 7 ମଜୁରିଆ ଅସୁସ୍ଥ ।

gas lick
ଛତିଶଗଡ କାଗଜ କାରଖାନାରେ ଗ୍ୟାସ ଲିକ ହୋଇ 7 ମଜୁରିଆ ଅସୁସ୍ଥ
author img

By

Published : May 8, 2020, 8:47 AM IST

ରାୟପୁର: ପୁଣି ଆଉ ଏକ ଫ୍ୟାକ୍ଟ୍ରିରୁ ଗ୍ୟାସ ଲିକ୍ ହୋଇ 7 ମଜୁରିଆ ଅସୁସ୍ଥ । ଛତିଶଗଡର ରାୟଗଡ ସ୍ଥିତ ଶକ୍ତି ପେପର ମିଲରେ ବିଷାକ୍ତ ଗ୍ୟାସ ଲିକ କାରଣରୁ 7 ମଜୁରିଆ ଅସୁସ୍ଥ ହୋଇଛନ୍ତି ।

ତେବେ ସେମାନଙ୍କ ମଧ୍ୟରୁ 3 ଜଣ ମଜୁରିଆଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାବେଳେ ସମସ୍ତ ମଜୁରିଆଙ୍କୁ ରାୟଗଡର ସଞ୍ଜୀବନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିନ୍ତୁ ମଜୁରିଆମାନଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାୟପୁରକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ, ଏହି ଘଟଣା ମେ 6 ରାତି ପ୍ରାୟ 2 ଟା ସମୟରେ ଘଟିଥିଲା। ରାଇଗଡର ପୁସୌର ବ୍ଲକର ତେତେଲା ଗ୍ରାମରେ ଅବସ୍ଥିତ ପେପର କାରଖାନା ଲକଡାଉନ କାରଣରୁ ପ୍ରାୟ 40 ଦିନ ହେବ ବନ୍ଦ ରହିଥିଲା।ତେବେ ଗତ ଗୁରୁବାର କିଛି ମଜୁରିଆ ସଫେଇ ପାଇଁ କାରଖାନାରେ ପହଞ୍ଚିଥିଲେ। 3 ଶ୍ରମିକ ବ୍ୟାକ୍ ୱାଟର ଟାଙ୍କିର ଭିତର ସଫା କରିବାକୁ ଯାଇଥିଲେ କିନ୍ତୁ ଯେତେବେଳେ ସେମାନେ ଟାଙ୍କି ଭିତରକୁ ପାଣି ପକାଇଥିଲେ ସେତେବେଳେ ସେମାନେ ବେହୋଶ ହୋଇଯାଇଥିଲେ । ସେମାନଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଚାରିଜଣ ମଜୁରିଆ ମଧ୍ୟ ବେହୋଶ ହୋଇଯାଇଥିଲେ । ଏହାପରେ ସେମାନଙ୍କୁ ସେଠାରୁ ଉଦ୍ଧାର କରାଯାଇ ସଞ୍ଜୀବନୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ପ୍ଲାଣ୍ଟର ସଞ୍ଚାଳକ ଦୀପକ ଗୁପ୍ତାଙ୍କ କହିବାନୁସାରେ, ପ୍ଲାଣ୍ଟ ଲକଡାଉନ୍ କାରଣରୁ ବନ୍ଦ ଥିଲା । ପ୍ଲାଣ୍ଟକୁ ପୁନଃ ଆରମ୍ଭ କରିବା ପାଇଁ ଆମେ ସଫା କରିବା ପାଇଁ ସେଠାରେ ପହଞ୍ଚିଥିଲେ। ସେହି ସମୟରେ କ୍ଲୋରିନ ଟାଙ୍କି ସଫା ପାଇଁ ତିନିଜଣ ମଜୁରିଆ ଓହ୍ଲାଇ କିଛି ସମୟ ପରେ ବେହୋସ ହୋଇଗଲେ | ସେମାନଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ମଜୁରିଆମାନେ ମଧ୍ୟ ବେହୋଶ ହୋଇଥିଲେ ।

ଅନ୍ୟପକ୍ଷରେ ଜନଚେତନା ସଂଗଠନ ସଂଯୋଜକ ରାଜେଶ ତ୍ରିପାଠୀଙ୍କ କହିବା ଅନୁଯାୟୀ, ଏହା କେବଳ ପ୍ରଶାସନର ଅବହେଳାର ଫଳାପଳ । ଯେତେବେଳେ ଏତେ ଦିନ ଧରି ଏହି କମ୍ପାନୀଗୁଡିକ ବନ୍ଦ ପଡିରହିଛି ତେବେ ପ୍ରଶାସନ ପ୍ରଥମେ ବିଶେଷଜ୍ଞ ଦଳ ଡାକି କମ୍ପାନୀଗୁଡିକର ଯାଞ୍ଚ କରିବା ଉଚିତ୍ । ସବୁ ଠିକ୍ ଠାକ୍ ପରେ ହିଁ କାରଖାନାକୁ ସଫା କରିବାକୁ କିମ୍ବା କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ଦିଆଯିବା ଉଚିତ୍ |

ସହକାରୀ ନିର୍ଦ୍ଦେଶକ ଶିଳ୍ପ ଏବଂ ନିରାପତ୍ତା ରାହୁଲ ପଟେଲଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, କାରଖାନାର ଲାଇସେନ୍ସ ରଦ୍ଦ କରାଯାଇଛି। ଗତ ଗୁରୁବାର କାରଖାନାକୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି । ସମ୍ପୂର୍ଣ୍ଣ ଯାଞ୍ଚ ନହେବା ପର୍ଯ୍ୟନ୍ତ କାରଖାନା ବନ୍ଦ ରହିବ । ରାହୁଲ ପଟେଲ ଏହା ମଧ୍ୟ କହିଛନ୍ତି ଯେ, ପ୍ରକୃତରେ ଏହି କାଗଜ କାରଖାନା ଏସେନସିଆଲ୍ କମୋଡିଟିସ୍ ଆକ୍ଟ ଅଧୀନରେ ଅଛି। ଏହି ଅଧିନିୟମ ଅଧୀନରେ ଆସୁଥିବା କମ୍ପାନୀଗୁଡିକ ଏହାକୁ ପୁନଃ କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ଆବଶ୍ୟକ କରନ୍ତିନାହିଁ । ତେଣୁ କାରଖାନା ମାଲିକ କମ୍ପାନୀକୁ ପୁନଃ ଆରମ୍ଭ କରିବା ପାଇଁ ସଫା କରିବା ଆରମ୍ଭ କରିଥିଲେ । ମାତ୍ର ବର୍ତ୍ତମାନ ଯେଉଁ ଘଟଣା ଘଟିଛି ତାହାର ତଦନ୍ତ ଜାରି ରହିଛି ।

ସେହିପରି ଗତ ଗୁରୁବାର ସକାଳେ ଆନ୍ଧ୍ରପ୍ରଦେଶର ବିଶାଖାପାଟନମରୁ ପ୍ରାୟ 30 କିମି ଦୂର ଆର ଆର ଭେଙ୍କଟପୁରମରେ ଥିବା ବିଶାଖା ଏଲଜି ପଲିମର କମ୍ପାନୀରୁ ବିପଦଜନକ ବିଷାକ୍ତ ଗ୍ୟାସ ଲିକ୍ ହୋଇଥିଲା । ଏହି ବିଷାକ୍ତ ଗ୍ୟାସ କାରଖାନାରୁ ପ୍ରାୟ 3 କିମି ପର୍ଯ୍ୟନ୍ତ ପ୍ରଭାବିତ ହୋଇଛି। ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 800ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହାଛଡା ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.