ନୂଆଦିଲ୍ଲୀ: ସମଗ୍ର ଦେଶ ବର୍ତ୍ତମାନ କୋରୋନା ଲଢେଇରେ ସାମିଲ ହୋଇଛି । ଏଥିରେ ଆଇଆଇଟି ଦିଲ୍ଲୀ ମଧ୍ୟ ସାମିଲ ରହିଛି । ସ୍ବାସ୍ଥ୍ୟକର୍ମୀଙ୍କ ପାଇ ପିପିଇ କିଟ୍ ପ୍ରସ୍ତୁତ କରୁଛି ଆଇଆଇଟି ଦିଲ୍ଲୀ । ବର୍ତ୍ତମାନ ଏଥିରେ ଆର୍ଥିକ ସାହାଯ୍ୟ କରିବ ପିଏନବି ହାଉସିଂ ଫାଇନାନ୍ସ ଲିମିଟେଡ୍ ।
ପ୍ରକାଶଥାଉକି, ଆଇଆଇଟି ଦିଲ୍ଲୀ ଓ ପିଏନବି ହାଉସିଂ ଫାଇନାନ୍ସ ଲିମିଟେଡ୍ ମଧ୍ୟରେ ଏକ ଚୁକ୍ତି ହୋଇଛି। ଏଥି ସହ ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକ ପ୍ରଫେସର ଭି. ରାମ ଗୋପାଳ ରାଓ ଓ ପିଏନବି HFL ର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ନୀରଜ ଭାୟାଙ୍କ ଦ୍ବାରା ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଏହି ସହଭାଗୀତା ଅଧୀନରେ ଆଇଆଇଟି ଦିଲ୍ଲୀର ଷ୍ଟାର୍ଟଅପ୍ କମ୍ପାନୀ ଇଟେକ୍ସ ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ପିପିଇ କିଟ୍ ଓ ମାସ୍କ ପ୍ରସ୍ତୁତ କରିବ ଯେଉଁଥି ପାଇଁ ପିଏନବିଏଚଏଫଏଲ୍ CSR ପାଣ୍ଠି ମାଧ୍ୟମରେ ଏହି ପ୍ରକଳ୍ପରେ ସହଯୋଗ କରିବ ।
ଆଇଆଇଟି ଓ ପିଏନବିଏଚଏଫଏଲ ମଧ୍ୟରେ ଏହି ସହଭାଗିତାକୁ ନେଇ ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକ ଭି ଭି ରାମ ଗୋପାଳ ରାଓ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଏହା ପୂର୍ବରୁ ମଧ୍ୟ ଆଇଆଇଟି ଦିଲ୍ଲୀର ଷ୍ଟାର୍ଟଅପ୍ କମ୍ପାନୀ ଇଟେକ୍ସ କବଚ୍ ମାସ୍କ ପ୍ରସ୍ତୁତ କରିଛି। ବର୍ତ୍ତମାନ ଏହି କମ୍ପାନୀ ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ପିପିଇ କିଟ୍ ପ୍ରସ୍ତୁତ କରିବ ।