ETV Bharat / bharat

ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଜନ୍ମଦିନ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଆଜି ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଜନ୍ମଦିନ । ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

author img

By

Published : Dec 12, 2020, 8:34 AM IST

ଶରଦ ପାୱାରଙ୍କ ଜନ୍ମଦିନ
ଶରଦ ପାୱାରଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଆଜି କୃଷକ ନେତା ଭାବେ ପରିଚିତ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଜନ୍ମଦିନ । ଏହି ଅବସରରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ୍‌ କରି ମୋଦି ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ।

ସେ ଟ୍ବିଟ୍‌ କରି କହିଛନ୍ତି,‘ଶରଦ ପାୱାରଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ଇଶ୍ବର ତାଙ୍କୁ ଭଲ ସ୍ବାସ୍ଥ୍ୟ ଓ ଦୀର୍ଘାୟୁର ବରଦାନ ଦିଅନ୍ତୁ ।’ ସେହିପରି ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକର ମଧ୍ୟ ଶରଦ ପାୱାରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

1940 ମସିହା ଡିସେମ୍ବର 12 ତାରିଖରେ ଶରଦ ପାୱାର ତଥା ଶରଦ ଗୋବିନ୍ଦରାଓ ପାୱାର ଜନ୍ମ ଗ୍ରହଣ କରିଥିଲେ । ସେ ଛାତ୍ରଜୀବନରୁ ମହାରାଷ୍ଟ୍ର ରାଜନୀତି ସହିତ ଜଡିତ ରହିଛନ୍ତି ।

ଶରଦ ପାୱାରଙ୍କ ଜନ୍ମଦିନ
ଶରଦ ପାୱାରଙ୍କ ଜନ୍ମଦିନ

ଖାଲି ମହାରାଷ୍ଟ୍ର ନୁହେଁ ଜାତୀୟ ରାଜନୀତିରେ ମଧ୍ୟ ତାଙ୍କର ପ୍ରଭାବ ଦେଖିବାକୁ ମିଳିଛି । ତିନି ଥର ଶରଦ ପାୱାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି । ଏହାସହ ଜାତୀୟ ରାଜନୀତିରେ ସକ୍ରିୟ ରହି ପାୱାର ପ୍ରତିରକ୍ଷା ଓ କୃଷି ମନ୍ତ୍ରୀ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହିଛନ୍ତି ।

1999 ମସିହାରେ ସେ କଂଗ୍ରେସରୁ ଅଲଗା ହୋଇ ଏନସିପି ଗଢିଥିବାବେଳେ ଏହାର ମୁଖ୍ୟ ରହିଛନ୍ତି । ସେହିପରି ସେ ବିସିସିଆଇର ସଭାପତି ପଦ ମଧ୍ୟ ସମ୍ଭାଳିଛନ୍ତି । 2005 ମସିହାରୁ 2008 ମସିହା ପର୍ଯ୍ୟନ୍ତ ପାୱାର ବିସିସିଆଇ ସଭାପତି ରହିଛନ୍ତି । ଏହାସହ 2010ରୁ 2012 ପର୍ଯ୍ୟନ୍ତ ପାୱାର ଆଇସିସିର ଅଧ୍ୟକ୍ଷ ମଧ୍ୟ ହୋଇଛନ୍ତି । ମୁମ୍ବାଇ କ୍ରିକେଟ ଆସୋସିଏସନର ମଧ୍ୟ ସେ ସଭାପତି ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.