ETV Bharat / bharat

ଯୁବ IPSଙ୍କୁ ମୋଦିଙ୍କ ସମ୍ବୋଧନ, କହିଲେ ମହାମାରୀ କାଳରେ ଦୁନିଆ ଦେଖିଲା ପୋଲିସର ମଣିଷପଣିଆ

author img

By

Published : Sep 4, 2020, 1:52 PM IST

Updated : Sep 4, 2020, 6:59 PM IST

ହାଇଦ୍ରାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀରେ ଆଇପିଏସ ପ୍ରୋବେସନର୍ସଙ୍କ ସମାବର୍ତ୍ତନ ସମାରୋହକୁ ଭିଡିଓ କନଫରେନ୍ସ ମାଧ୍ୟମରେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢ଼ନ୍ତୁ...

pm-to-virtually-address-ips-probationers-today
ଯୁବ ଆଇପିଏସଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ହାଇଦ୍ରାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀରେ ଯୁବ ଆଇପିଏସ (ପ୍ରୋବେସନର୍ସ)ଙ୍କ ‘ଦିକ୍ଷାନ୍ତ ପରେଡ’ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଇପିଏସ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଛନ୍ତି । ଅଧିକାରୀମାନେ ସେମାନଙ୍କ କର୍ତ୍ତବ୍ୟ ପାଳନ କରୁଥିବା ସମୟରେ ଯେଉଁ ଚାପ ଦେଇ ଗତି କରନ୍ତି ସେ ବିଷୟରେ ଆଲୋଚନା କରିଛନ୍ତି।

ଯୁବ ଆଇପିଏସଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ମହାମାରୀ ମଧ୍ୟରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ କିପରି ସାଧାରଣ ଲୋକଙ୍କୁ ସାହାଯ୍ୟ କରିଛନ୍ତି ସେନେଇ ବିଦ୍ୟାଳୟ ଗୁଡ଼ିକୁ ଆଲେଖ୍ୟ ପ୍ରସ୍ତୁତ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । କାର୍ଯ୍ୟଭାର ଏବଂ ଚାପ ସମସ୍ତଙ୍କ ଉପରେ ପଡିଛି, ଏପରିକି କୃଷକ ମାନେ ମଧ୍ୟ ଏଥିରୁ ବାଦ ପଡ଼ି ନାହାଁନ୍ତି। ଏହା ଜୀବନର ଏକ ଅଂଶ ଏବଂ ଏହା ଏମିତି କିଛି ନୁହେଁ ଯାହାକି ପରିଚାଳନା ହୋଇପାରିବ ନାହିଁ।

‘‘ଯଦି ଆମେ ଆମର ଆବଶ୍ୟକତା ଏବଂ ଦାୟିତ୍ବକୁ ବିସ୍ତୃତ ଭାବରେ ବୁଝିଛୁ, ତେବେ ଆମେ ଜିନିଷଗୁଡ଼ିକୁ ସୁରୁଖୁରୁରେ ପରିଚାଳନା କରିପାରିବା । ଆପଣଙ୍କ ବୃତ୍ତିରେ, ଅପ୍ରତ୍ୟାଶିତ ଘଟଣା ଘଟେ ଏବଂ ଆପଣଙ୍କୁ ସର୍ବଦା ପ୍ରସ୍ତୁତ ରହିବାକୁ ପଡିବ । ନିୟମିତ ତାଲିମ ମଧ୍ୟ ଗୁରୁତ୍ବପୂର୍ଣ୍ଣ । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଯେତେବେଳେ ଆପଣ ଡ୍ୟୁଟି କରିବା ପାଇଁ ବାହାରକୁ ଯାଉଛନ୍ତି, ଲୋକମାନଙ୍କୁ କିମ୍ବା ଏମିତି ଶିକ୍ଷକମାନଙ୍କୁ ଭେଟିବାକୁ ଚେଷ୍ଟା କରନ୍ତୁ, ଯେଉଁମାନେ ଏହିପରି ବିଷୟ ଉପରେ କଥାବାର୍ତ୍ତା କରିପାରିବେ । ଏହା ଆପଣଙ୍କୁ ଚାପମୁକ୍ତ ଜୀବନଯାପନ କରିବାରେ ସାହାଯ୍ୟ କରିବ,’’ ବୋଲି ମୋଦି କହିଛନ୍ତି ।

‘‘ଆହୁରି ମଧ୍ୟ, ଯଦି ଆପଣ ଯୋଗାଭ୍ୟାସ ଏବଂ ‘ପ୍ରାଣାୟାମ’ କରନ୍ତି ତାହା ଇଚ୍ଛା ଶକ୍ତି ବଢ଼ାଇଥାଏ । ଯାହାଦ୍ବାରା ଆପଣ ଚାପଗ୍ରସ୍ତ ହେବେ ନାହିଁ ଓ ସର୍ବଦା ଖୁସି ରହିବେ ।’’ ଜନସାଧାରଣଙ୍କ ସାମ୍ନାରେ ପୋଲିସ ଅଧିକାରୀଙ୍କ ଭାବମୂର୍ତ୍ତିକୁ ସୁଦୃଢ଼ କରିବା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ । ଏହାସହ ମହାମାରୀ ମଧ୍ୟରେ ଡ୍ୟୁଟିରେ ଥିବା ପୋଲିସ କିପରି ସାଧାରଣ ଲୋକଙ୍କୁ ସଙ୍କଟରେ ସାହାଯ୍ୟ କରିଛନ୍ତି ସେ ବିଷୟରେ ଲେଖିବାକୁ ଅନୁରୋଧ କରିଛନ୍ତି। ‘ଲୋକଙ୍କ ପାଇଁ ପୋଲିସର ଭାବମୂର୍ତ୍ତି ସର୍ବଦା ମାଡ ମାରୁଥିବାର ରହି ଆସିଛି କିନ୍ତୁ ଏହାର ମାନେ ନୁହେଁ ଯେ ସେମାନେ କେବେ କୌଣସି ମାନବିକତା ଦେଖାଇ ନାହାନ୍ତି । ସମାଜ ସେମାନଙ୍କ କାର୍ଯ୍ୟର ପ୍ରଭାବ କେବେ ଅନୁଭବ କରି ନାହିଁ।’’

କିନ୍ତୁ କୋଭିଡ-19 ମହାମାରୀ ସମୟରେ ଲୋକମାନେ ଦେଖିଲେ ଯେ ଖାକି ପୋଷାକରେ ଥିବା ଏହି ପୋଲିସ ଅଧିକାରୀମାନେ କିପରି ଗରିବ ଲୋକଙ୍କୁ, ଭୂମିହୀନମାନଙ୍କୁ ଖାଦ୍ୟ ଏବଂ ଜଳ ପରିବେଷଣ କରୁଛନ୍ତି, ଏହି ରୋଗ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଲୋକଙ୍କୁ ଡାକ୍ତରଖାନା ନେବା ପାଇଁ ଅଭିଯାନ ଚଳାଉଛନ୍ତି। ବିଦ୍ୟାଳୟ ମାନେ ପୋଲିସର ମାନବୀୟ ଆଭିମୁଖ୍ୟ ଦର୍ଶାଇ କିଛି ଲେଖା ପୋଲିସ ଷ୍ଟେସନକୁ ପଠାଇବା ଜରୁରୀ । ଅନଲାଇନ ପ୍ଲାଟଫର୍ମରେ ମଧ୍ୟ ସେୟାର କରାଯାଇପାରିବ, ’’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

28 ମହିଳା ପ୍ରୋବେସନର୍ ସହିତ ମୋଟ 131 ଆଇପିଏସ୍ ପ୍ରୋବେସନର୍ ଏକାଡେମୀରେ ମୌଳିକ ପାଠ୍ୟକ୍ରମ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣର 42 ସପ୍ତାହ ସମାପ୍ତ କରିଛନ୍ତି । ସେମାନେ ଡିସେମ୍ବର 17, 2018 ରେ ମୁସୁରୀର ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ ଏବଂ ହାଇଦ୍ରାବାଦର ତେଲେଙ୍ଗାନା ଡ଼ ମାରି ଚାନ୍ନା ରେଡ୍ଡୀ ଏଚଆପଡି ଇନଷ୍ଟିଚ୍ୟୁଟରେ ସେମାନଙ୍କର ଫାଉଣ୍ଡେସନ ପାଠ୍ୟକ୍ରମ ସମାପ୍ତ କରିବା ପରେ ଏକାଡେମୀରେ ଯୋଗ ଦେଇଥିଲେ।

ଏସଭିପିଏନପିଏ (Sardar Vallabhbhai Patel National Police Academy)ରେ ମୌଳିକ ପାଠ୍ୟକ୍ରମ ତାଲିମ ସମୟରେ ପ୍ରୋବେସନର୍ମାନେ ଆଇନ, ଅନୁସନ୍ଧାନ, ଫରେନସିକ୍, ନେତୃତ୍ବ ଏବଂ ପରିଚାଳନା, କ୍ରିମିନୋଲୋଜି, ଜନ ଶୃଙ୍ଖଳା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଭଳି ବିଭିନ୍ନ ଇନଡୋର ତଥା ବାହ୍ୟ ବିଷୟ ଉପରେ ତାଲିମ ଗ୍ରହଣ କରିଛନ୍ତି ।

@ANI

Last Updated : Sep 4, 2020, 6:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.