ETV Bharat / bharat

କୃଷି ଆଇନ: ଆଜି ମଧ୍ୟପ୍ରଦେଶ ଚାଷୀଙ୍କୁ ଉଦବୋଧନ ଦେବେ ପିଏମ୍‌, ଦୂର କରିବେ ଦ୍ବନ୍ଦ୍ବ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜି ମଧ୍ୟପ୍ରଦେଶ ଚାଷୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

କୃଷି ଆଇନ
କୃଷି ଆଇନ
author img

By

Published : Dec 18, 2020, 9:53 AM IST

ଭୋପାଳ: କୃଷି ଆଇନକୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବକୁ ଦୂର କରିବେ ପ୍ରଧାନମନ୍ତ୍ରୀ । ଆଜି ମଧ୍ୟପ୍ରଦେଶ ଚାଷୀଙ୍କୁ ଉଦବୋଧନ ଦେଇ କୃଷି ଆଇନ କିପରି ଚାଷୀଙ୍କ ଲାଗି ଲାଭବାନ ସାବ୍ୟସ୍ତ ହେବ ସେ ବାବଦରେ କହିବେ । ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ଉଦବୋଧନ ଦେଇ ଏନେଇ ଆଲୋଚନା କରିବେ ବୋଲି ସୂଚନା ମିଳିଛି ।

ଦିଲ୍ଲୀ ସୀମାରେ ଗତ 22 ଦିନ ହେବ ଚାଷୀମାନେ ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ଉଦବୋଧନ ଉପରେ ସମସ୍ତଙ୍କ ନଜର ରହିଛି । ଆଜି(ଶୁ୍କ୍ରବାର) ଦିନ 2ଟାରେ ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିବା ମଧ୍ୟପ୍ରଦେଶ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ମଧ୍ୟପ୍ରଦେଶ ସରକାର ରାଜ୍ୟସ୍ତରୀୟ ‘କିଶାନ କଲ୍ୟାଣ’ କାର୍ଯ୍ୟକ୍ରମ ଆୟୋଜନ କରିଥିବାବେଳେ ଏଥିରେ ପ୍ରଧାନମନ୍ତ୍ରୀ ଭର୍ଚୁଆଲରେ ସାମିଲ ହୋଇ ଉଦବୋଧନ ଦେବେ । ତେବେ ଏହି କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗୁରୁବାର ଏକ ସମୀକ୍ଷା ବୈଠକ କରିଛନ୍ତି । ଏଥିରେ ସମସ୍ତ ଜିଲ୍ଲାପାଳଙ୍କୁ କାର୍ଯ୍ୟକ୍ରମ ଯେପରି ଲୋକଙ୍କ ପାଇଁ ଫଳପ୍ରଦ ହେବ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର 20 ହଜାରର ଅଧିକ ଚାଷୀ ସାମିଲ ହେବେ । ତେବେ ସମସ୍ତେ ଯେପରି କୋଭିଡ୍‌ ଗାଇଡଲାଇନ ନିୟମକୁ ପାଳନ କରନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ପ୍ରଶାସନକୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.