ETV Bharat / bharat

ସ୍ବଦେଶ ଫେରୁଛନ୍ତି ମୋଦି, ବିଜେପି କରିବ ଭବ୍ୟ ସ୍ବାଗତ

ସାତ ଦିନର ଆମେରିକା ଗସ୍ତ ସାରି ଆଜି ଭାରତ ଫେରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ଦିଲ୍ଲୀ ବିମାନ ବନ୍ଦରରେ ଉପସ୍ଥିତ ରହିବେ 20 ହଜାରରୁ ଊର୍ଦ୍ଧ୍ବ ଲୋକ ଓ ସମସ୍ତ ସାଂସଦ ।

ଫଟୋ ସୌଜନ୍ୟ: @MEAIndia
author img

By

Published : Sep 28, 2019, 9:08 AM IST

ନୂଆଦିଲ୍ଲୀ: ସାତ ଦିନର ଆମେରିକା ଗସ୍ତ ସାରି ସ୍ବଦେଶ ଫେରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତରେ ମୋଦିଙ୍କୁ ଭବ୍ୟ ସ୍ବାଗତ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ଦିଲ୍ଲୀ ବିମାନ ବନ୍ଦରରେ 20 ହଜାରରୁ ଊର୍ଦ୍ଧ୍ବ ଲୋକ ଉପସ୍ଥିତ ରହିବା ନେଇ ସମ୍ଭାବନା ରହିଛି । ଏହି ସମୟରେ ଦିଲ୍ଲୀର ସମସ୍ତ ସାଂସଦ ଏୟାରପୋର୍ଟରେ ପିଏମଙ୍କ ସ୍ବାଗତ ପାଇଁ ଉପସ୍ଥିତ ରହିବେ । ବିଜେପି କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ବିମାନ ବନ୍ଦରରୁ ଶୋଭାଯାତ୍ରା ବାହାର କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ମୋଦି ଅନ୍ତଃରାଷ୍ଟ୍ରୀୟ ମଞ୍ଚରେ ଯେପରି ଭାବେ କାଶ୍ମୀର ସମେତ ଅନ୍ୟ ବିଷୟ ଗୁଡିକୁ ବିଶ୍ବ ଆଗରେ ଉପସ୍ଥାପନ କଲେ, ସେଥିପାଇଁ ଦେଶର ମାନ ସମ୍ମାନ ବଢିଥିବା ବିଜେପି କହିଛି । ପ୍ରଧାନମନ୍ତ୍ରୀ ମୋଦି ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ପ୍ରଧାନମନ୍ତ୍ରୀ ନିବାସ ପର୍ଯ୍ୟନ୍ତ କାର୍ଯ୍ୟକର୍ତ୍ତା ଭବ୍ୟ ସ୍ବାଗତ କରିବା ନେଇ ବିଜେପି ବ୍ୟାପକ ପ୍ରସ୍ତୁତି କରିଛି ।

ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ଜାତିସଙ୍ଘ ମହାସଭାରେ 74ତମ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । 17 ମିନିଟର ଏହି ଭାଷଣରେ ମୋଦି ବିଶ୍ବକୁ ଅନେକ ସନ୍ଦେଶ ଦେଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.