ETV Bharat / bharat

ଶନିବାର ପ୍ରୟାଗରାଜ ଗସ୍ତ କରିବେ ମୋଦି, ଦିବ୍ୟାଙ୍ଗଙ୍କୁ ଦେବେ ହ୍ବିଲ ଚେୟାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପ୍ରୟାଗରାଜ ଗସ୍ତ କରିବେ । ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପରେଡ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବାକୁ ଥିବ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ ମୋଦି । ସେଠାରେ ପ୍ରାୟ 27 ହଜାରରୁ ଅଧିକ ଦିବ୍ୟାଙ୍ଗଙ୍କୁ ହ୍ବିଲ ଚେୟାର ଓ ଆଶା ବାଡି ବଣ୍ଟନ କରିବେ । ଅଧିକ ପଢନ୍ତୁ.....

PM Narendra Modi to visit Prayagraj
ଶନିବାର ପ୍ରୟାଗରାଜ ଗସ୍ତ କରିବେ ନମୋ
author img

By

Published : Feb 28, 2020, 12:02 PM IST

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତର ପ୍ରଦେଶର ପ୍ରୟାଗରାଜ ଗସ୍ତ କରିବେ । ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପରେଡ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ । ସେଠାରେ ପ୍ରାୟ 27 ହଜାରରୁ ଅଧିକ ଦିବ୍ୟାଙ୍ଗଙ୍କୁ ହ୍ୱିଲ ଚେୟାର ଓ ଆଶା ବାଡି ବଣ୍ଟନ କରିବେ । ମୋଦିଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ତତ୍ପରତା ପ୍ରକାଶ ପାଇଛି ।

PM Narendra Modi to visit Prayagraj
ଶନିବାର ପ୍ରୟାଗରାଜ ଗସ୍ତ କରିବେ ନମୋ

ମୋଦିଙ୍କ ଗସ୍ତ ସମୟରେ ଡ୍ରୋନ ଉଡାଣ ଉପରେ ରୋକ ଲଗାଯାଇଛି । ଯେଉଁ ବ୍ୟକ୍ତି ଡ୍ରୋନ ଉଡାଉବେ ତାଙ୍କୁ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ନେବାକୁ ପଡିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର କାନୋଜିଆ । 6 ଆଇପିଏସ ରାଙ୍କର ଅଫିସର, 12 ଜଣ ଏଏସପି, 50 ଅଫିସର, 90 ଇନସପେକ୍ଟର, 30 ସବଇନସପେକ୍ଟର, 1600 କନେଷ୍ଟବଳ ଓ 90 ମହିଳା କନେଷ୍ଟବଳ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ଦାୟିତ୍ବରେ ନିୟୋଜିତ ହୋଇଛନ୍ତି ।

ସେହିପରି ମେଡିକାଲ ଟିମରେ 55 ଡାକ୍ତରଙ୍କ ସହ 47 ନର୍ସ ଓ 56 ଟି ଆମ୍ବୁଲାସ୍ସ ରଖାଯାଇଛି । ଶନିବାର ବାମରାଉଲି ଏୟାରପୋର୍ଟରେ ମୋଦି ଦିନ 11ଟା ସମୟରେ ପହଞ୍ଚିବେ । ଏହା ପରେ ପରେଡ ଗ୍ରାଉଣ୍ଡକୁ ଯିବେ । ପରେଡ ଗ୍ରାଉଣ୍ଡରେ କାର୍ଯ୍ୟକ୍ରମରେ ଯୋଗ ଦେଇ ଚିତ୍ରକୁଟ ଅଭିମୁଖେ ଯାତ୍ରା କରିବେ । ଅପରାହ୍ନ 4ଟାରେ ଚିତ୍ରକୁଟରୁ ଫେରିବା ପରେ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.