ETV Bharat / bharat

ଫେବୃଆରୀ 7ରେ ପଶ୍ଚିମବଙ୍ଗକୁ 5 ହଜାର କୋଟିର ଭେଟି ଦେବେ ମୋଦି - ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତ

କେନ୍ଦ୍ର ସରକାରଙ୍କ 3ଟି ଯୋଜନାର ଉଦଘାଟନ ପାଇଁ ଫେବୃଆରୀ 7ରେ ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଯୋଜନାର ଶୁଭେରମ୍ଭ ପରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ଫେବୃଆରୀ 7ରେ ପଶ୍ଚିମବଙ୍ଗକୁ 5 ହଜାର କୋଟିର ଭେଟି ଦେବେ ମୋଦି

author img

By

Published : Jan 31, 2021, 7:24 PM IST

Updated : Jan 31, 2021, 7:56 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ମାତ୍ର ଅଳ୍ପ କେଇ ମାସ ବାକି ରହିଛି । ରାଜ୍ୟରେ କ୍ଷମତାସୀନ ଟିଏମସି ଗଡଙ୍କୁ ଭାଙ୍ଗିବା ପାଇଁ ଜୋର ଲଗାଇଦେଇଛି ଭାରତୀୟ ଜନତା ପାର୍ଟି । ଏହାରି ମଧ୍ୟରେ କେନ୍ଦ୍ର ସରକାରଙ୍କ 3ଟି ଯୋଜନାର ଉଦଘାଟନ ପାଇଁ ଫେବୃଆରୀ 7ରେ ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଯୋଜନାର ଶୁଭେରମ୍ଭ ପରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ।

ହଳଦିଆରେ ପ୍ରଧାନମନ୍ତ୍ରୀ ଯେଉଁ ଯୋଜନାଗୁଡିକର ଉଦଘାଟନ କରିବେ, ଏଥିପାଇଁ 5 ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନା ମଧ୍ୟରେ ପେଟ୍ରୋଲିୟମ ମନ୍ତ୍ରଣାଳୟର 3ଟି ପ୍ରୋଜେକ୍ଟ ଉଦଘାଟନ ପରେ ଜନସାଧାରଣଙ୍କୁ ସମ୍ବୋଧନ କରିବେ ମୋଦି ।

ଆସନ୍ତା ଏପ୍ରିଲ ଓ ମେ ମାସ ମଧ୍ୟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବେଶ ଗୁରୁତ୍ବପୂର୍ଣ୍ଣ ଦୃଷ୍ଟିରୁ ଦେଖାଯାଇପାରେ । ନିର୍ବାଚନରେ ବିଜେପି 200ରୁ ଅଧିକ ଆସନର ଜାତିବାର ଲକ୍ଷ ଧାର୍ଯ୍ୟ କରିଛି । 15 ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ଦ୍ବିତୀୟ ପଶ୍ଚିମବଙ୍ଗ ଗସ୍ତ ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଜାନୁଆରୀ 23ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ପଶ୍ଚିମବଙ୍ଗ ଗସ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ପଶ୍ଚିମବଙ୍ଗ ଗସ୍ତକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଫେବୃଆରୀ 7ରେ ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗ ଗସ୍ତ କରିବେ। ପେଟ୍ରୋଲିୟମ ବିଭାଗ ଏବଂ ସଡକ ପରିବହନ ବିଭାଗର ନିମନ୍ତ୍ରଣ କ୍ରମେ ଏଠାରେ 3ଟି ପ୍ରକଳ୍ପ ଉଦଘାଟନ କରିବେ ଏବଂ ଗୋଟିଏ ପ୍ରକଳ୍ପ ପାଇଁ ମୂଳଦୁଆ ପକାଇବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

Last Updated : Jan 31, 2021, 7:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.