ETV Bharat / bharat

ଆଜି ଜାତିସଙ୍ଘରେ ଅଭିଭାଷଣ ଦେବେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : Sep 27, 2019, 11:04 AM IST

ଜାତିସଙ୍ଘର ସାଧାରଣ ପରିଷଦ ଅଧିବେଶନରେ ଶୁକ୍ରବାର ଅଭିଭାଷଣ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଭାରତୀୟ ସମୟ ଅନୁସାରେ ରାତି 8ଟାରେ ଆରମ୍ଭ ହେବ ତାଙ୍କର ଉଦବୋଧନ ।

ଫାଇଲ ଫଟୋ

ନ୍ୟୁୟର୍କ: ଜାତିସଙ୍ଘର ସାଧାରଣ ପରିଷଦ ଅଧିବେଶନରେ ଶୁକ୍ରବାର ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାମ ଖାନ ମଧ୍ୟ ଏଠାରେ ନିଜର ବକ୍ତବ୍ୟ ରଖିବେ। ଭାରତୀୟ ସମୟ ଅନୁସାରେ ସଂଧ୍ୟା ସାଢେ 6ଟାରେ ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ । ସାତ ନମ୍ବର ସ୍ଥାନରେ ଭାଷଣ ଦେବାକୁ ଯିବେ ପିଏମ ମୋଦି । ଅଭିଭାଷଣ ରଖିବାକୁ ଏହି ବୈଠକରେ ଯୋଗ ଦେଉଥିବା ପ୍ରତ୍ୟେକ ରାଷ୍ଟ୍ରମୁଖ୍ୟଙ୍କୁ 15 ମିନିଟ ସମୟ ଦିଆଯିବ ।

କାର୍ଯ୍ୟକ୍ରମ ଆରମ୍ଭର ଦେଢ ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭାଷଣ ଦେବାକୁ ସୁଯୋଗ ମିଳିବ । ଏହାର 20ରୁ 30 ମିନିଟ ପୂର୍ବରୁ ଜାତିସଂଘରେ ପହଞ୍ଚିବେ ପିଏମ ମୋଦି । ସେହିପରି 10 ନମ୍ବର ସ୍ଥାନରେ ଭାଷଣ ଦେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ତେବେ ମୋଦିଙ୍କ ଭାଷଣର ପାଖାପାଖି ଅଧ ଘଣ୍ଟା ପରେ ଇମ୍ରାନଙ୍କ ଭାଷଣ ରହିଛି । ଏପରି ସ୍ଥିତିରେ ଇମ୍ରାନ ଖାନ ଜାତିସଂଘରେ ଉପସ୍ଥିତ ରହିବା ନେଇ ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ଭାରତୀୟ ସମୟ ଅନୁସାରେ ରାତି 8ଟାରେ ଆରମ୍ଭ ହେବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.