ETV Bharat / bharat

ମୋଦିଙ୍କୁ ମିଳିଲା 'ଗ୍ଲୋବାଲ ଗୋଲକିପର୍ସ' ଆଓ୍ବାର୍ଡ

author img

By

Published : Sep 25, 2019, 9:32 AM IST

ସ୍ବଚ୍ଛତା ଅଭିଯାନର ନେତୃତ୍ବ ପାଇଁ ବିଲ ଏଣ୍ଡ ମିଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନ୍ୟୁୟର୍କ 'ଗ୍ଲୋବାଲ ଗୋଲକିପର୍ସ' ଆଓ୍ବାର୍ଡ ପ୍ରଦାନ କରାଯାଇଛି । ଏହାକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ପିଏମ ମୋଦି।

ଫଟୋ ସୌଜନ୍ୟ: ଟ୍ବଟର @MEAIndia

ନ୍ୟୁୟର୍କ: ଭାରତରେ ସ୍ବଚ୍ଛତା ଅଭିଯାନର ନେତୃତ୍ବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 'ଗ୍ଲୋବାଲ ଗୋଲକିପର୍ସ' ଆଓ୍ବାର୍ଡ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଆଓ୍ବାର୍ଡ ବିଲ ଏଣ୍ଡ ମିଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଛି । ଏହି ଅବସରରେ ସେ କହିଛନ୍ତି ଯେ ମିଳିଥିବା ସମ୍ମାନ କେବଳ ମୋର ନୁହେଁ ବରଂ ସେହି କୋଟି କୋଟି ଭାରତୀୟଙ୍କର, ଯେଉଁମାନେ ସ୍ବଚ୍ଛ ଭାରତର ସଂକଳ୍ପକୁ ସିଦ୍ଧ କରିବା ସହ ଦୈନନ୍ଦିନ ଜୀବନରେ ଏହାକୁ କାର୍ଯ୍ୟକାରୀ କରିଛନ୍ତି ।

ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ଅବସରରେ ଏହି ଆଓ୍ବର୍ଡ ମିଳିଥିବାରୁ ବ୍ୟକ୍ତିଗତ ଭାବେ ବହୁତ ମହତ୍ବପୂର୍ଣ୍ଣ ବୋଲି ପିଏମ ମୋଦି କହିଛନ୍ତି। ପ୍ରାୟ 130 କୋଟି ଲୋକଙ୍କ ଜନଶକ୍ତି ଯଦି କୌଣସି ସଂକଳ୍ପକୁ ପୂର୍ଣ୍ଣ କରିବାକୁ ଏକଜୁଟ ହୋଇଯିବ ତେବେ ଯେକୌଣସି ଆହ୍ବାନ ଉପରେ ବିଜୟ ହାସଲ କରିହେବ, ଏହା ଏହି ଆଓ୍ବାର୍ଡରୁ ପ୍ରମାଣିତ ହେଉଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ଆମେରିକାରେ ପାଇଥିବା 'ଗ୍ଲୋବାଲ ଗୋଲକିପର୍ସ' ଆଓ୍ବର୍ଡକୁ ସ୍ବଚ୍ଛ ଭାରତ ମିଶନକୁ ଜନ ଆନ୍ଦୋଳନରେ ପରିବର୍ତ୍ତିତ କରିଥିବା ଭାରତୀୟଙ୍କୁ ସମର୍ପିତ କରିଛନ୍ତି ପିଏମ ମୋଦି।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.