ETV Bharat / bharat

ଚାଷୀ ଆନ୍ଦୋଳନ ମଧ୍ୟରେ ମୋଦିଙ୍କ ବୟାନ, ନୂଆ ବ୍ୟବସ୍ଥା ପାଇଁ ସୁଧାର ନିତାନ୍ତ ଆବଶ୍ୟକ - ଚାଷୀ ଆନ୍ଦୋଳନ

ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ଶତାବ୍ଦୀର ଆଇନକୁ ନେଇ ଆଗାମୀ ଦଶକର ନିର୍ମାଣ କରାଯାଇପାରିବ ନାହିଁ । ତେବେ ଗତ ଦଶକର ଉପଯୋଗୀ ଆଇନ ଆଗାମୀ ଶତାବ୍ଦୀ ପାଇଁ ବୋଝ ପାଲଟିଯାଏ । ଅଧିକ ପଢନ୍ତୁ...

ଚାଷୀ ଆନ୍ଦୋଳନ ମଧ୍ୟରେ ମୋଦିଙ୍କ ବୟାନ, ନୂଆ ବ୍ୟବସ୍ଥା ପାଇଁ ସୁଧାର ନିତ୍ୟାନ୍ତ ଆବଶ୍ୟକ

author img

By

Published : Dec 7, 2020, 9:23 PM IST

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ନେଇ ଚାଷୀଙ୍କ ପ୍ରବଳ ବିରୋଧ ମଧ୍ୟରେ ସାମ୍ନାକୁ ଆସିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ । ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ଶତାବ୍ଦୀର ଆଇନକୁ ନେଇ ଆଗାମୀ ଦଶକର ନିର୍ମାଣ କରାଯାଇପାରିବ ନାହିଁ । ତେବେ ଗତ ଦଶକର ଉପଯୋଗୀ ଆଇନ ଆଗାମୀ ଶତାବ୍ଦୀ ପାଇଁ ବୋଝ ପାଲଟି ଯାଏ । ଏଥିପାଇଁ ସୁଧାର ପ୍ରକ୍ରିୟା କ୍ରମାଗତ ଜାରି ରହିବା ଦରକାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଦିଲ୍ଲୀ ସୀମାରେ ଜାରି ଚାଷୀ ଆନ୍ଦୋଳନ ମଧ୍ୟରେ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି । କଂଗ୍ରେସ ସମେତ 15ରୁ ଊର୍ଦ୍ଧ୍ବ ବିରୋଧି ଦଳ ଏହି ବନ୍ଦର ସମର୍ଥନ କରୁଛନ୍ତି । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ବଢି ଚାଲିଛି ଚାଷୀ ଆନ୍ଦୋଳନର ତାତି ।

ପ୍ରଧାନମନ୍ତ୍ରୀ ଆଗ୍ରା ମେଟ୍ରୋ ରେଳ ପ୍ରୋଜେକ୍ଟର ନିର୍ମାଣ କାର୍ଯ୍ୟ ଆରମ୍ଭ ଅବସରରେ ନିଜ ସମ୍ବୋଧନରେ କହିଛନ୍ତି, ନୂଆ ସୁବିଧା ଓ ବ୍ୟବସ୍ଥା ପାଇଁ ସୁଧାର ଅତ୍ୟନ୍ତ ଜରୁରୀ । ଆମେ ଗତ ଶତାବ୍ଦୀର ଆଇନକୁ ନେଇ ଆଗାମୀ ଦଶକର ନିର୍ମାଣ କରାଯାଇପାରିବ ନାହିଁ । ଗତ ଦଶକର ଉପଯୋଗୀ ଆଇନ ଆଗାମୀ ଶତାବ୍ଦୀ ପାଇଁ ବୋଝ ପାଲଟିଯାଏ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକମାନେ ପ୍ରାୟତଃ ପ୍ରଶ୍ନ କରନ୍ତି ଯେ ବର୍ତ୍ତମାନ ହେଉଥିବା ସୁଧାର ପୂର୍ବ ଅପେକ୍ଷା କାହିଁକି ଭଲ କାମ କରୁଛି? ଏହାର କାରଣ ବହୁତ ସରଳ । ପୂର୍ବରୁ ସୁଧାର ଖଣ୍ଡ ଖଣ୍ଡ ହୋଇଯାଉଥିଲା । କେତେକ ସେକ୍ଟର ଏବଂ କେତେକ ବିଭାଗକୁ ଧ୍ୟାନରେ ରଖାଯାଉଥିଲା, କିନ୍ତୁ ବର୍ତ୍ତମାନ ଏକ ସାମଗ୍ରିକ ଚିନ୍ତାଧାରା ସହିତ ସୁଧାର କରାଯାଉଛି । ନୂତନ କୃଷି ଆଇନ ସମ୍ପର୍କରେ ଚାଷୀଙ୍କ ପକ୍ଷରୁ କରାଯାଉଥିବା ଆନ୍ଦୋଳନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତ୍ତିକୁ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.