ନୂଆଦିଲ୍ଲୀ: କୋରୋନା ମୁକାବିଲା ନେଇ ଦେଶବାସୀଙ୍କୁ ଦେଇଥିବା ଆହ୍ୱାନକୁ ନିଜେ ମଧ୍ୟ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଘରର ସବୁ ଲାଇଟ ବନ୍ଦ କରି ଦୀପ ଲଗାଇଛନ୍ତି ମୋଦି । ରାତି 9ରୁ 9 ମିନିଟ ପର୍ଯ୍ୟନ୍ତ ଦୀପ ଜାଳିଛନ୍ତି ସେ ।

ଅନ୍ୟପଟେ ମୋଦିଙ୍କ ମାଆ ହୀରାବେନ ମାଟିର ଦୀପ ଲଗାଇ ଦେଶରୁ କୋରୋନାକୁ ବିଦାୟ ନେଇ ପ୍ରାର୍ଥନା କରିଛନ୍ତି । ଗୁଜୁରାଟରେ ଥିବା ନିଜ ଘରେ ହୀରାବେନ ଦୀପ ଜାଳି ଦେଶର ମଙ୍ଗଳ ମନାସିଛନ୍ତି ।
@ANI