ETV Bharat / bharat

ମୋଦିଙ୍କ ଲେହ ଗସ୍ତକୁ ନେଇ ଆପତ୍ତି ପ୍ରକାଶ କଲା ଚୀନ - ମୋଦିଙ୍କ ଲେହ ଗସ୍ତ

ପରିସ୍ଥିତି ଆହୁରି ଖରାପ ହେବା ଭଳି ଯେକୌଣସି କାର୍ଯ୍ୟରୁ ଉଭୟ ପକ୍ଷକୁ ଦୂରେଇ ରହିବା ଉଚିତ ବୋଲି ଚୀନ ପକ୍ଷରୁ କୁହାଯାଇଛି ।

ଚୀନ
ଚୀନ
author img

By

Published : Jul 3, 2020, 1:55 PM IST

ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଚାନକ ଲେହ ଗସ୍ତ, ଚୀନକୁ ଭୟଭୀତ କରିଛି । ମୋଦିଙ୍କ ଏହି ଗସ୍ତ ଚୀନକୁ କଡା ସନ୍ଦେଶ ଦେଇଛି । ତେବେ ଏନେଇ ଚୀନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି । ପରିସ୍ଥିତି ଆହୁରି ଖରାପ ହେବା ଭଳି ଯେକୌଣସି କାର୍ଯ୍ୟରୁ ଉଭୟ ପକ୍ଷକୁ ଦୂରେଇ ରହିବା ଉଚିତ ବୋଲି ଚୀନ ପକ୍ଷରୁ କୁହାଯାଇଛି ।

ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜିୟାନ ମୋଦିଙ୍କ ଲେହ ଗସ୍ତକୁ ନେଇ କହିଛନ୍ତି, ଭାରତ-ଚୀନ ଲଗାତାର ସୈନ୍ୟ ଏବଂ କୂଟନୈତିକ ସ୍ତରରେ ଆଲୋଚନା କରି ସୀମା ବିବାଦକୁ କମ କରିବାରେ ଲାଗି ପଡିଛନ୍ତି । ଏଭଳି ସମୟରେ କୌଣସି ପକ୍ଷକୁ ଏଭଳି କିଛି କରିବା ଉଚିତ ନୁହେଁ ଯାହାଦ୍ବାରା ସୀମାରେ ଉତ୍ତେଜନା ବୃଦ୍ଧି ପାଇବ ।

ସୂଚନାଯୋଗ୍ୟ ଯେ, ଜୁନ 15 ତାରିଖରେ ପୂର୍ବ ଲଦାଖ ଗଲୱାନ ଘାଟିରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ଭାରତର 20 ଜଣ ଯବାନ ଶହୀଦ ହୋଇଥିଲେ । ଘଟଣା ପରଠାରୁ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଉଭୟ ଏହାର ସମାଧାନ ପାଇଁ ବିଭିନ୍ନ ସ୍ତରୀୟ ଆଲୋଚନା କରୁଛନ୍ତି । ଇତି ମଧ୍ୟରେ ଶୁକ୍ରବାର ଅଚାନକ ଲେହ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ସେ ଭାରତୀୟ ସେନାର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବେ ଏବଂ ସଂଘର୍ଷରେ ଆହତ ଯବାନଙ୍କୁ ଭେଟିବେ ବୋଲି ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.