ETV Bharat / bharat

ପିଏମଙ୍କ ଲେହ ଗସ୍ତରେ ରାଜନାଥଙ୍କ ଟ୍ବିଟ; ସେନା ହାତରେ ସୀମା ସୁରକ୍ଷିତ - ସେନାଙ୍କ ହାତରେ ସୀମା ସୁରକ୍ଷିତ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଲେହ ଗସ୍ତ ପରେ ପ୍ରତିରକ୍ଷା ମନ୍ତ୍ରୀ ଟ୍ବିଟ କରି ପିଏମଙ୍କ ପଦକ୍ଷେପକୁ ସ୍ବାଗତ କରିଛନ୍ତି । ଅଧିକ ପଢନ୍ତୁ...

ପିଏମଙ୍କ ଲେହ ଗସ୍ତରେ ରାଜନାଥ ସିଂଙ୍କ ଟ୍ବିଟ
ପିଏମଙ୍କ ଲେହ ଗସ୍ତରେ ରାଜନାଥ ସିଂଙ୍କ ଟ୍ବିଟ
author img

By

Published : Jul 3, 2020, 2:56 PM IST

ନୂଆଦିଲ୍ଲୀ: ଲଦାଖ ସ୍ଥିତି ପରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଚାନକ ଲେହ ଗସ୍ତ କରିଛନ୍ତି । ଚୀନ ସୀମାରେ ଲାଗି ରହିଥିବା ଉତ୍ତେଜନାର ସମୀକ୍ଷା କରିବେ । ସେପଟେ ପିଏମଙ୍କ ଏହି ଗସ୍ତକୁ ନେଇ ପ୍ରତିକ୍ରିୟା ଆସିବାରେ ଲାଗିଛି । ପ୍ରତି ରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଟ୍ବିଟ କରି ମୋଦିଙ୍କ ଗସ୍ତକୁ ସ୍ବାଗତ କରିଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଟ୍ବିଟ କରି କହିଛନ୍ତି ଭାରତୀୟ ସେନା ହାତରେ ଦେଶର ସୀମା ସୁରକ୍ଷିତ ରହିଛି । ପ୍ରଧାନମନ୍ତ୍ରୀ ମୋଦି ଆଜି ଲଦାଖ ଗସ୍ତ କରି ଯବାନଙ୍କ ମନୋବଳ ବଢାଇବା ସହ ସେମାନଙ୍କ ଭିତରେ ଉତ୍ସାହ ଭରି ଦେଇଛନ୍ତି । ପିଏମଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ରାଜନାଥ ସିଂ।

ସୂଚନାଯୋଗ୍ୟ, ପ୍ରଥମେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲେହ ଗସ୍ତରେ ଯିବାର ଯୋଜନା ଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କର ଯାତ୍ରା ବାତିଲ କରାଯାଇଥିଲା । ଏହା ପରେ ନିଷ୍ପତ୍ତି ନିଆଯାଇଥିଲା ଯେ କେବଳ ସିଡିଏଫ ବିପିନ ରାୱତ ଲେହ ଯିବେ।

ଶୁକ୍ରବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେହରେ ପହଞ୍ଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏଠାରେ ସାମରିକ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ। ଏହି ସମୟରେ ସେନା ଏବଂ ବାୟୁସେନାର ଅଧିକାରୀମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.