ନୂଆଦିଲ୍ଲୀ: ଭାରତରେ ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋ । ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଛନ୍ତି ସେ । ଭାରତ-ବ୍ରାଜିଲ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଅନେକ ବିଷୟ ଉପରେ ଆଲୋଚନା କରିଛନ୍ତି ଉଭୟ ଦେଶର ରାଷ୍ଟ୍ରମୁଖ୍ୟ। ଭାରତର 71ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବ୍ରାଜିଲ ରାଷ୍ଟ୍ରପତି ।
ଶନିବାର ଭାରତ ଓ ବ୍ରାଜିଲ ମଧ୍ୟରେ 15 ଚୁକ୍ତି ସ୍ବାକ୍ଷର ହୋଇଛି । କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ଜୈବ ଶକ୍ତି, ବିଜ୍ଞାନ ଏବଂ ଔଦ୍ୟୋଗିକ, ସାଂସ୍କୃତିକ ଆଦାନ ପ୍ରଦାନ, ସ୍ବାସ୍ଥ୍ୟ, ମହିଳା ଏବଂ ଶିଶୁ ବିକାଶ ଓ ସାମାଜିକ ସୁରକ୍ଷା ସମେତ ଅନେକ କ୍ଷେତ୍ର ଉପରେ ଏହି ଚୁକ୍ତି ସ୍ବାକ୍ଷର ହୋଇଛି। ଏହାସହ ବାଣିଜ୍ୟ ଓ ନିବେଶର ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର, ଶକ୍ତି, ପ୍ରତିରକ୍ଷା ଓ ସୁରକ୍ଷା ଆଦି ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ବୋଲସୋନାରୋଙ୍କ ମଧ୍ୟରେ ଆଲୋଚନା ହୋଇଛି।
ପ୍ରଧାନମନ୍ତ୍ରୀ ମୋଦି ବ୍ରାଜିଲ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରି କହିଛନ୍ତି ଯେ, ଆମେ ପ୍ରତିରକ୍ଷା ସହଯୋଗକୁ ମଜବୁତ କରିବା ଦିଗରେ ଧ୍ୟାନ ଦେଉଛୁ। ଏହା ସହ ପ୍ରତିରକ୍ଷା ସହଯୋଗରେ ବ୍ୟାପକ ଦୃଷ୍ଟିକୋଣ ଆଧାରିତ ସହଯୋଗ ଚାହୁଁଛୁ । ଅନ୍ୟପକ୍ଷେ ସାମରିକ ଚୁକ୍ତିକୁ ମଜବୁତ ପାଇଁ ଏକ ଯୋଜନା କରାଯାଇଥିବା ପିଏମ ମୋଦି ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା ପରେ ବ୍ରାଜିଲ ରାଷ୍ଟ୍ରପତି ଦ୍ବିପାକ୍ଷିକ ସମ୍ପର୍କକୁ ମଜବୁତ କରାଯାଇଥିବା ପ୍ରତିକ୍ରିୟା ରଖିଛନ୍ତି।