ETV Bharat / bharat

'କ୍ଷମତାକୁ ଆସିବା ପାଇଁ ମୋଦି ଗୋଟିଏ ନକଲି ମଜବୁତ ପ୍ରତିଛବି ତିଆରି କରିଛନ୍ତି'

ପ୍ରଧାନମନ୍ତ୍ରୀ କ୍ଷମତାକୁ ଆସିବା ପାଇଁ ଏକ ନକଲି ଶକ୍ତିଶାଳୀ ନେତାର ପ୍ରତିଛବି ତିଆରି କରିଥିଲେ। ଏହା ତାଙ୍କର ସବୁଠାରୁ ବଡ ଶକ୍ତି ଥିଲା। କିନ୍ତୁ ଏହା ବର୍ତ୍ତମାନ ଭାରତର ସବୁଠାରୁ ବଡ ଦୁର୍ବଳତା ପାଲଟିଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ
author img

By

Published : Jul 20, 2020, 12:01 PM IST

ନୂଆଦିଲ୍ଲୀ: ଚୀନ ବିବାଦକୁ ନେଇ କ୍ରମାଗତ ଭାବରେ ମୋଦି ସରକାରଙ୍କୁ ଆକ୍ରମଣ କରୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସିରିଜ୍ ମଧ୍ୟ ଆରମ୍ଭ କରିଛନ୍ତି ଯେଉଁଥିରେ ସେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି। ଏହି କ୍ରମରେ ସେ ସୋମବାର ପୁଣି ଥରେ ଚୀନ ବିବାଦ ପ୍ରସଙ୍ଗରେ ଭିଡିଓ ଜାରି କରିଛନ୍ତି। ଏହି ଭିଡିଓରେ ସେ ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, କ୍ଷମତାକୁ ଆସିବା ପାଇଁ ସେ ଏକ ନକଲି ମଜବୁତ ପ୍ରତିଛବି ତିଆରି କରିଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

ରାହୁଲ ଗାନ୍ଧୀ ଏହି ସିରିଜର ଦ୍ୱିତୀୟ ଭିଡିଓ ଜାରି କରି କହିଛନ୍ତି, ପ୍ରଧାନମନ୍ତ୍ରୀ କ୍ଷମତାକୁ ଆସିବା ପାଇଁ ଏକ ନକଲି ଶକ୍ତିଶାଳୀ ନେତାର ପ୍ରତିଛବି ତିଆରି କରିଥିଲେ। ଏହା ତାଙ୍କର ସବୁଠାରୁ ବଡ ଶକ୍ତି ଥିଲା। କିନ୍ତୁ ଏହା ବର୍ତ୍ତମାନ ଭାରତର ସବୁଠାରୁ ବଡ ଦୁର୍ବଳତା ପାଲଟିଛି ବୋଲି ସେ କହିଛନ୍ତି ।

ରାହୁଲ ଗାନ୍ଧୀ ଏନେଇ କହିଛନ୍ତି, ଏହା କେବଳ ଏକ ସୀମା ପ୍ରସଙ୍ଗ ନୁହେଁ। ଚିନ୍ତାର ବିଷୟ ହେଉଛି, ଚାଇନିଜମାନେ ଆଜି ଆମ କ୍ଷେତ୍ରରେ କବ୍ଜା କରି ବସିଛନ୍ତି। ସେମାନେ ନିଜ ରଣନୀତି ବିଷୟରେ ଚିନ୍ତା ନକରି କିଛି କରନ୍ତି ନାହିଁ। ନିଜ ମନରେ ସେମାନେ ଏକ ବିଶ୍ୱ ମାନଚିତ୍ର ପ୍ରସ୍ତୁତ କରିଛନ୍ତି ଏବଂ ଏହାକୁ ନିଜ ହିସାବରେ ଗଠନ କରିବାକୁ ଚେଷ୍ଟା କରୁଛନ୍ତି । ଚୀନ ଗ୍ବାଦରରେ କଣ କରିଥିଲା ଏବଂ ଏବେ କଣ କରୁଛି ତାହା ସେମାନଙ୍କର ପୂର୍ବ ଯୋଜନାବଦ୍ଧ କାର୍ଯ୍ୟ । ତେଣୁ ଚୀନ କଥା ଚିନ୍ତା କରିବାକୁ ହେଲେ ତାର ରଣନୀତି ସମ୍ପର୍କରେ ବୁଝିବାକୁ ପଡିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ଏହା ପୂର୍ବରୁ ରାହୁଲ ଗାନ୍ଧୀ ଶୁକ୍ରବାର ତାଙ୍କର ପ୍ରଥମ ଭିଡିଓ ଜାରି କରି ସରକାରଙ୍କ ବୈଦେଶିକ ନୀତି ଉପରେ ପ୍ରଶ୍ନ କରିଥିଲେ । ଲଦାଖରେ ଚୀନ ସହ ଜାରି ବିବାଦକୁ ନେଇ ସେ ନରେନ୍ଦ୍ର ମୋଦି ସରକାରଙ୍କୁ କଡା ନିନ୍ଦା କରିଥିଲେ । ଭାରତର ବୈଦେଶିକ ନୀତି, ଅର୍ଥନୀତି ଏବଂ ପଡୋଶୀ ଦେଶ ସହ ସମ୍ପର୍କ ବ୍ୟାହତ ହୋଇଥିବାରୁ ଚୀନ ଆମ ଦେଶରେ ଅନୁପ୍ରବେଶ କରିବାକୁ ବାଛିଥିବା ରାହୁଲ ଗାନ୍ଧୀ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.