ETV Bharat / bharat

‘ଭାରତର ମୁକୁଟ କାଶ୍ମୀର; ମିଳିବ ସବୁ ସୁବିଧା’

author img

By

Published : Aug 8, 2019, 10:00 PM IST

ଲଦାଖବାସୀଙ୍କୁ ଶୁଭେଛା ଜଣାଇ ନିଜର ଅଭିଭାଷଣ ରଖିଲେ ପ୍ରଧାନମନ୍ତ୍ରୀ ମୋଦି । ଅନୁଚ୍ଛେଦ 370 ପରେ ଏଠିକାର ଅବସ୍ଥା ସୁଧୁରିବ ବୋଲି କହିଛନ୍ତି ମୋଦି ।

ଫାଇଲ ଫଟୋ

ନୂଆଦିଲ୍ଲୀ: କୋଟିକୋଟି ଦେଶବାସୀଙ୍କ ସ୍ବପ୍ନ ପୂରା ହୋଇଛି । ଲଦାଖବାସୀଙ୍କୁ ଶୁଭେଛା ଜଣାଇ ନିଜର ଅଭିଭାଷଣ ରଖିଲେ ପ୍ରଧାନମନ୍ତ୍ରୀ ମୋଦି । ସୁଧୁରିବ ଲଦାଖବାସୀଙ୍କ ଅବସ୍ଥା । ସୁରକ୍ଷିତ ହେବେ ଏମାନଙ୍କ ଭବିଷ୍ୟତ ।

ଅନୁଚ୍ଛେଦ 370 ଏବଂ 35 ଏ ଭ୍ରଷ୍ଟାଚାର ଛଡା ଆଉ କିଛି ଦେଇ ନାହିଁ । ରାଜ୍ୟର କର୍ମଚାରୀଙ୍କୁ ଅନ୍ୟ କେନ୍ଦ୍ରଶାସିତ ପ୍ରଦେଶ ଭଳି ସୁବିଧା ମିଳୁ ଏହା ପ୍ରାଥମିକତା ରହିବ । ପୂର୍ବରୁ ବଞ୍ଚିତ ଥିବା ଜମ୍ମୁ-କାଶ୍ମୀର ପିଲା ଏବେ ପାଠ ପଢିପାରିବେ। ଶକ୍ତିଶାଳୀ ହେବ ଶିକ୍ଷାବ୍ୟବସ୍ଥା । ଝିଅ ମାନଙ୍କୁ ମିଳୁନଥିବା ଅଧିକାର ଏବେ ମିଳିବ। ଦଳିତଙ୍କୁ ଅତ୍ୟାଚାର ପାଇଁ କଡା କାନୁନ ଲାଗୁଥିବା ବେଳେ ଜମ୍ମୁ କାଶ୍ମୀରରେ ପୂର୍ବରୁ ଅଳ୍ପ ସଂଖ୍ୟକଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ ହେଉନଥିଲା । ଜମ୍ମୁ କାଶ୍ମୀର ବହୁତ ଶୀଘ୍ର ଏସବୁରୁ ମୁକୁଳିବ ।

ସ୍ଥାନୀୟ ବାସିନ୍ଦାଙ୍କୁ ରୋଜଗାରର ନୂଆ ଅବସର ମିଳିବ । ସେନା ଓ ଅର୍ଦ୍ଧସୈନିକ ବଳରେ ଶୋଭାଯାତ୍ରାର ଆୟୋଜନ ହେବ । ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ବୃତ୍ତି ପ୍ରଦାନ କରାଯିବ । ବର୍ତ୍ତମାନ ଏହାର ବିକାଶ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଉଦବୋଧନରେ କହିଛନ୍ତି । ପଞ୍ଚାୟତ ନିର୍ବାଚନ ପରି ଶାନ୍ତି ଶୃଙ୍ଖଳାରେ ହେବ ବିଧାନସଭା ନିର୍ବାଚନ । ସେହିପରି କାଶ୍ମୀର ଓ ଲାଦାଖ ପର୍ଯ୍ୟଟନକୁ ଗୁୁରୁତ୍ବ ଦେଇଛନ୍ତି ମୋଦି । ତାମିଲ, ତେଲୁଗୁ ଓ ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରୀକୁ କାଶ୍ମୀରରେ ସୁଟିଂ କରି ପର୍ଯ୍ୟଟନକୁ ପ୍ରସାର କରିବା ପାଇଁ ଅପିଲ କରିଛନ୍ତି । କାଶ୍ମୀରରେ ରହିଛି ଅନେକ ଔଷଧୀୟ ଚେରମୂଳ । ଏହାକୁ ସଂଗ୍ରହ କରି ସମଗ୍ର ଦେଶରେ ବିକ୍ରି କରି ରାଜସ୍ବ ବୃଦ୍ଧି କରିବାକୁ ବି ଚିନ୍ତା କରିଛନ୍ତି ମୋଦି । ଏହାଦ୍ବାରା ସ୍ଥାନୀୟ ଚାଷୀ ଉପକୃତ ହେବା କଥା ସେ କହିଛନ୍ତି ।

ବକରି ଇଦର ଶୁଭେଚ୍ଛା ଜଣାଇ ନିଜ ଅଭିବାଦନ ଶେଷ କରିଛନ୍ତି ପିଏମ । ଏଥିସହ ଖୁବଶୀଘ୍ର ଘାଟି ଆତଙ୍କୀମୁକ୍ତ ହେବା ନେଇ ଆଶ୍ବସନା ଦେଇଛନ୍ତି ମୋଦି ।

Intro:Body:

asdsd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.