ETV Bharat / bharat

ଧୱନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ବିଶ୍ବକପରୁ ବାଦ ପଡିବା ପରେ ଧୱନଙ୍କୁ ପ୍ରଧାନମନ୍ତ୍ରୀ ଦେଲେ ଶୁଭେଚ୍ଛା ବାର୍ତ୍ତା । ସୁସ୍ଥ ହୋଇ ପୁଣି ଭାରତ ପାଇଁ ବିଜୟ ଆଣିବା କହିଲେ ମୋଦି ।

ଡିଜାଇନ ଫଟୋ
author img

By

Published : Jun 20, 2019, 9:39 PM IST

Updated : Jun 20, 2019, 9:46 PM IST

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଓପନର ଶିଖର ଧୱନ ବିଶ୍ବକପରୁ ବାଦ ପଡିବା ପରେ କ୍ରିକେଟ ପ୍ରେମୀ ନିରାଶ ହୋଇଛନ୍ତି । ଏପଟେ ଶୀଘ୍ର ଠିକ ହୋଇ ପଡିଆକୁ ଫେରିବା ପାଇଁ ସମସ୍ତେ ଧୱନଙ୍କୁ ଜଣାଉଛନ୍ତି ଶୁଭେଚ୍ଛା । ଗୁରୁବାର ତେନ୍ଦୁଲକର ଧୱନଙ୍କୁ ଶୀଘ୍ର ସୁସ୍ଥ ହୋଇ ପଡିଆକୁ ଫେରିବା ପାଇଁ କହିଥିଲେ । ଆଉ ଏବେ ଧଓ୍ବନଙ୍କ ଶୁଭେଚ୍ଛୁ ତାଲିକାରେ ଯୋଡି ହୋଇଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

pm modi, wishes, shikhar dhawan, speedy, recovery, ଧୱନ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର@narendramodi

ବୁଧବାର ଶିଖର ଟ୍ବିଟ କରିଥିବା ଭିଡିଓକୁ ରିଟ୍ୱିଟ କରି ମୋଦି ଲେଖିଛନ୍ତି, ‘ପ୍ରିୟ ଶିଖର ପିଚ ତୁମକୁ ନିଶ୍ଚିତ ଖୋଜିବ । ଏଥିରେ ଦ୍ୱିମତ ନାହିଁ । କିନ୍ତୁ ମୁଁ ଆଶା କରୁଛି ଯେ ତୁମେ ଶୀଘ୍ର ସୁସ୍ଥ ହୋଇ ପୁଣି ଟିମକୁ ଫେରିବ ଓ ଦେଶ ପାଇଁ ଆହୁରି ଅନେକ ବିଜୟ ଆଣିଦେବ ।’

ସୂଚନା ଯୋଗ୍ୟ ଯେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଶିଖରଙ୍କ ବୁଢ଼ା ଅଙ୍ଗୁଳିରେ ଆଘାତ ଲାଗି ସେ ଆହତ ହୋଇଥିଲେ ଏହାପରେ ତାଙ୍କୁ ତିନି ସପ୍ତାହ ପର୍ଯ୍ୟନ୍ତ ବିଶ୍ରାମ ଦିଆଯାଇଥିଲା । କିନ୍ତୁ ଆହତ ଧୱନଙ୍କ ଆଙ୍ଗୁଠିରେ କୌଣସି ଉନ୍ନତି ପରିଲକ୍ଷିତ ନହେବାରୁ ବୁଧବାର ତାଙ୍କୁ ବିଶ୍ବକପରୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ଏବେ ଟିମରେ ସ୍ଥାନ ପାଇଛନ୍ତି ଋଷଭ ପନ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
Last Updated : Jun 20, 2019, 9:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.