ETV Bharat / bharat

ଶୁକ୍ରବାର ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି - ବାତ୍ୟା ଅମ୍ଫାନ

ବୁଧବାର ବାତ୍ୟା 'ଅମ୍ଫାନ' ଦ୍ବାରା ଓଡିଶା ଓ ପଶ୍ଚିମବଙ୍ଗ ଉଭୟ ରାଜ୍ୟ ଅଧିକ ପ୍ରଭାବିତ ହୋଇଥିଲେ । ଉଭୟ ରାଜ୍ୟର ସ୍ଥିତି ସମୀକ୍ଷା କରିବାକୁ ମୋଦି ଶୁକ୍ରବାର ସେଠାକୁ ଗସ୍ତ କରିବେ । ଅଧିକ ପଢନ୍ତୁ...

ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଓ ଓଡିଶା ଗସ୍ତ

author img

By

Published : May 21, 2020, 9:17 PM IST

ନୂଆଦିଲ୍ଲୀ: ଶୁକ୍ରବାର 2ଟି ପୂର୍ବାଞ୍ଚଳ ରାଜ୍ୟ ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତ କରି ପ୍ରଧାନମନ୍ତ୍ରୀ ବାତ୍ୟା 'ଅମ୍ଫାନ'ର ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିବେ । ଏନେଇ ଗୁରୁବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବୁଧବାର ବାତ୍ୟା ଦ୍ବାରା ଏହି ଦୁଇଟି ରାଜ୍ୟ ଅଧିକ ପ୍ରଭାବିତ ହୋଇଥିଲେ । ବିଶେଷ କରି ପଶ୍ଚିମବଙ୍ଗରେ ଅନେକ କ୍ଷୟକ୍ଷତି ହୋଇଥିଲା । ଉଭୟ ରାଜ୍ୟର ସ୍ଥିତି ସମୀକ୍ଷା କରିବାକୁ ମୋଦି ଶୁକ୍ରବାର ଉଭୟ ରାଜ୍ୟକୁ ଗସ୍ତ କରିବେ ।

ଏହି ଅବସରରେ ସେ ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । ଏହାସହ ବିଭିନ୍ନ ସମୀକ୍ଷା ବୈଠକରେ ଯୋଗ ଦେବେ । ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକ୍ରମ ଉପରେ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି । ବାତ୍ୟା 'ଅମ୍ଫାନ' ଦ୍ବାରା କ୍ଷତିଗ୍ରସ୍ତ ଅଞ୍ଚଳ ଓ ଲୋକଙ୍କ ସମ୍ପର୍କରେ ସେ ପଚାରି ବୁଝିବେ ବୋଲି ପିଏମଓ ପକ୍ଷରୁ କୁହାଯାଇଛି ।

ସୌଜନ୍ୟ@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.